ଆରୋହନ କମ୍ପାନୀ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଚାକିରୀରେ ସଂସ୍ଥାପନ କାର୍ଯ୍ୟକ୍ରମ

0 259

ଆସିକା,୨୧/୭ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀଙ୍କ ନିମନ୍ତେ ଯୋଗ୍ୟତା ନିରୂପଣ ଓ ଚାକିରୀରେ ସଂସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଜୀବାନନ୍ଦ ତ୍ରିପାଠୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଯୋଗ୍ୟତା ନିରୂପଣ ତଥା ଚାକିରୀ ସଂସ୍ଥାପନ ସଦସ୍ୟ ଅଧ୍ୟାପକ ଚିତ୍ରସେନ ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଉପଦେଷ୍ଟା ଡଃ.ସନ୍ତୋଷ କୁମାର ଚୈାଧୁରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଜୀବାନନ୍ଦ ତ୍ରିପାଠୀ ନିଯୁକ୍ତି ଚୟନ ପ୍ରକ୍ରିୟା ସମ୍ପର୍କୀତ ସୂଚନା ପ୍ରଦାନ କରିଥିଲେ ।

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ସ୍ନାତକ ପରିସମାପ୍ତି ପରେ ସ୍ୱାବଲମ୍ବନ ରୁପେ ନିଜର ଭବିଷ୍ୟତ ଗଢିତୋଳି ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ “ଆରୋହନ” ନାମକ ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀର ସହଭାଗିତାରେ ସମ୍ପାଦିତ ହୋଇଥିବା ବେଳେ ଯୋଗ୍ୟତା ଅନୁଯାୟୀ ଚାକିରୀ ପାଇବା ନେଇ ବ୍ରହ୍ମପୁର ଶାଖା ଆଚଂଳିକ ମାନବ ସମ୍ବଳ ଅଧିକାରୀ ଏମ.ସୁବାଷ ଚନ୍ଦ୍ର ରାଓ ସୂଚନା ପ୍ରଦାନ କରିଥିଲେ ।

ଗ୍ରାମାଞ୍ଚଳ ତଥା ସହାରାଞ୍ଚଳର କ୍ଷୁଦ୍ର ବ୍ୟବସାୟୀଙ୍କୁ ବ୍ୟକ୍ତିଗତ ଲୋନ ଏବଂ ବିବାହିତ ମହିଳା, କ୍ଷୁଦ୍ର ଉଦ୍ୟୋଗୀ ଯୁବକ, ଯୁବତୀ ମାନଙ୍କୁ ଲୋନ ଦେବା ପାଇଁ ଲୋନ କୋର୍ଡିନେଟର ତଥା ପର୍ସନାଲ ଲୋନ କୋର୍ଡିନେଟର ନିଯୁକ୍ତି ଚୟନ ପ୍ରକ୍ରିୟାରେ ପଞ୍ଜିକୃତ କରିବା ପାଇଁ କୁହାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଆସିକା ଶାଖା କ୍ଷେତ୍ରୀୟ ପରିଚାଳକ ଶ୍ରୀକାନ୍ତ ସାହୁ କମ୍ପାନୀ ସମ୍ପର୍କୀତ ବହୁ ତଥ୍ୟ ଉପରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟାପକ ରାଜେଶ କୁମାର ସାହୁ ପରିଚାଳନାରେ କରିଥିଲେ । ଅଧ୍ୟାପିକା ସୈଲ କୁମାରୀ ଝା ଉପସ୍ଥିତ ଅତିଥି ଓ ଅଧ୍ୟାପକ,ଅଧ୍ୟାପିକା ଏବଂ ଶତାଧିକ ଛାତ୍ରଛାତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.