ପ୍ରସ୍ତାବିତ ନୂତନ ଧୋବାଡି ମୈାଜାକୁ ଗ୍ରାମବାସୀଙ୍କ ବିରୋଧ

0 410

ଆସିକା,୨୦/୭ ( ପ୍ରତିନିଧି – ମନୋଜ କୁମାର ନାୟକ ) – ପ୍ରସ୍ତାବିତ ନୂତନ ଧୋବାଡି ମୈାଜାକୁ ବିରୋଧ କରି ହରିଡାପଦର ପଚାଂୟତ ଅଧିନ ମାଗୁରା ଗ୍ରାମର ଶତାଧିକ ଗ୍ରାମବାସୀ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାଏଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ସ୍ୱାକ୍ଷର ସମ୍ଭଳୀତ ଏକ ଲୀଖିତ ପତ୍ର ପ୍ରଦାନ କରି ଧୋବାଡି ମୈାଜା ନ କରିବା ପାଇଁ ଜଣାଇଛନ୍ତି ।

ଆସିକା ତହସିଲ ହରିଡାପଦର ରାଜସ୍ୱ ନୀରକ୍ଷିକଙ୍କ ଅଧିନରେ ମାଗୁରା ମୈାଜା ରହିଛି । ଏଥିରେ ମାଗୁରା ଗ୍ରାମର ତିନୋଟି ୱାର୍ଡ ମଧ୍ୟରୁ ୨.୫ ଅଂଶ ଓ ଧୋବାଡି ଗାଁ ଅଧା ମିଶି ମାଗୁରା ମୈାଜାର ତିନୋଟି ୱାର୍ଡ ଗଠିତ ହୋଇଛି । ଏପରି ସ୍ଥଳେ ବିନା ନୋଟିସରେ ତହସିଲଦାରଙ୍କ ପକ୍ଷରୁ ଧୋବାଡି ମୈାଜା ଗଠନ ନେଇ ଭୈାଗଳିକ ସୀମା ଚିହ୍ନଟ ହୋଇଛି ।

କିନ୍ତୁ ଗ୍ରାମବାସୀଙ୍କ ଅଭି ଯୋଗ ହେଲା ମାଗୁରା ପରିସୀମା ମଧ୍ୟରେ ୬ ଏକର ଜମି ବିଶିଷ୍ଟ ଏକ ଜଳସେଚନ ଆଧାର ଭଗାବନ୍ଧ ପ୍ରକଳ୍ପ ରହିଛି । ନୂତନ ମୈାଜା ଗଠନ ହେଲେ ଏହି ଜଳ ପ୍ରକଳ୍ପଟି ଧୋବାଡି ମୈାଜାରେ ରହିଯିବ । ଫଳରେ ମାଗୁରା ଗ୍ରାମର ୨ ଶହ ଏକର ଜମି ଜଳ ସେଚନରୁ ବଚିଂତ ହେବେ ।

କେବଳ ମାଛ ଆଳ ଓ ପଥର କୁଆାଁରି ଲିଜ ଲୋଭର ଧୋବାଡି ଗ୍ରାମବାସୀ ଜଳ ନ ଛାଡି ଆଗକୁ ବିଶୃଙ୍ଖଳା ସୃଷ୍ଟି କରିବାର ସମ୍ଭାବନା ରହିଛି । ବର୍ତମାନ ଉଭୟ ଗ୍ରାମ ମଧ୍ୟରେ ଏକତା ରହିଥିବା ବେଳେ ସରକାରଙ୍କ ନୂତନ ପ୍ରସ୍ତାବିତ ଧୋବାଡି ମୈାଜା ଗଠନ ହେଲେ ଏଗାର ଏକର ବିଶିଷ୍ଟ ଖାରି ପାହାଡ,ଅନାବାଦି ଜମି ଧୋବାଡି ମୈାଜାରେ ରହିଯିବ ।

ଏପରିକି ପ୍ରସ୍ତାବିତ ଧୋବାଡି ମୈାଜାରେ ମାଗୁରାର ଶ୍ମାସାନ ଘାଟ ମଧ୍ୟ ରହିଯିବ । ତେଣୁ ମାଗୁରା ଗ୍ରାମବାସୀ ଏହାକୁ ପ୍ରତିବାଦ କରିବା ସହିତ ଉ୍‌ଭୟ ଗ୍ରାମବାସୀ ଶାନ୍ତିରେ ଚଳୁଥିବା ବେଳେ ସରକାରଙ୍କ ଏହି ନିଷ୍‌ତି ଠିକ ନୁହେଁ ବୋଲି ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.