A self defence training camp has been organized at Aska Science CollegeA self defence training camp has been organized at Aska Science College

ଆସିକା,୨୦/୧ (ଶୁଣାକଥା) ମନୋଜ କୁମାର ନାୟକ : ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆଜି ଆତ୍ମ ସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଓଡିଶା ସରକାରଙ୍କ ନାରୀ ସଶକ୍ତିକରଣ ଲକ୍ଷ୍ୟରେ ସପ୍ତାହ ବ୍ୟାପୀ ଏହି ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଜୀବାନନ୍ଦ ତ୍ରିପାଠୀ ଉଦଘାଟନ କରିଥିବା ବେଳେ ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ.ସନ୍ତୋଷ କୁମାର ଚୈାଧୁରୀ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ । ସୁଶ୍ରୀ ମିନତି ବେହେରା ଉଦଯାପିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ବ୍ଲକ ସିଡିପିଓ ଭାଗ୍ୟଲତା ପାତ୍ର, ସମ୍ମାନୀୟ ଅତିଥି ଭାବେ କୋଟିନଡା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସାହା, ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବସରପ୍ରାପ୍ତ ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ, ପ୍ରଶାସନିକ ଅଧିକାରୀ ମେଜର ଡଃ.ଶଙ୍କର ପ୍ରସାଦ ଅଧିକାରୀ, ଅଧ୍ୟାପିକା ଡଃ.ସ୍ମିତାରାଣୀ ପଣ୍ଡା, ଡଃ.ନନ୍ଦିତା ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମଚାଂସୀନ ଥିଲେ । ଅଧ୍ୟାପିକା ଶୈଲ କୁମାରୀ ଝା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ଉପସ୍ଥାପନ ସାଙ୍ଗକୁ ଅତିଥିଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା କରି ମଚଂ ନିକଟକୁ ନିମନ୍ତ୍ରଣ କରିଥିଲେ ।

ଏହି ତାଲିମ ଶିବିର ଗତ ଜାନୁୟାରୀ ୧୩ ତାରିଖରୁ ଆରମ୍ଭ ହୋଇ ଆଜି ଜାନୁୟାରୀ ୨୦ ତାରିଖରେ ସମାପ୍ତ ହୋଇଥିଲା । ମହାବିଦ୍ୟାଳୟର ପ୍ରାୟ ୧୬୦ ଜଣ ଯୁକ୍ତ ଦୁଇ ଛାତ୍ରୀ ସପ୍ତାହବ୍ୟାପୀ ତାଲିମ ଶିବିରରେ ପ୍ରଶିକ୍ଷଣ ନେଇଥିଲେ । ଏହି ଶିବିରରେ ପ୍ରଶିକ୍ଷିକା ଭାବେ ସୁଶ୍ରୀ ଶିବାନୀ ମହାରଣା ଓ ସୁଶ୍ରୀ ଲିଜା ପାତ୍ର ତାଲିମ ପ୍ରଦାନ କରିଥିଲେ ।

ବର୍ତମାନର କୁତ୍ସିତ ମନୁଷ୍ୟ ସମାଜରେ ନାରୀ ମାନଙ୍କ ପ୍ରତି ହେଉଥିବା ଅହେତୁକ ଯୌନ ଉତ୍ପୀଡନ, ଅତ୍ୟାଚାର, ବ୍ୟଭିଚାର, ଅଶ୍ଲିଳ ମନ୍ତବ୍ୟ, ପାରିବାରିକ ହିଂସା, ଯୈାତୁକ ନିର୍ଯ୍ୟାତନା, ଏସିଡ ଆଟାକ, ଅସଦାଚାରଣ ପ୍ରଭୃତି ବୈମାନୁଷିକ ଆଚରଣ ତଥା କାର୍ଯ୍ୟକଳାପରୁ ବର୍ତିବା ପାଇଁ ତାଲିମ ପ୍ରଦାନ କରାଯାଇଥିଲା । ଛାତ୍ରୀ ମାନଙ୍କ ମାନସିକ ତଥା ଶାରିରୀକ ବିକାଶରେ ମଧ୍ୟ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଆବଶ୍ୟକ ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ ।

ଏହି ପ୍ରଶିକ୍ଷଣ ଶିବିରରେ ଦଶ ଜଣ ତାଲିମ ପ୍ରାପ୍ତ ଛାତ୍ରୀ ଆତ୍ମ ସୁରକ୍ଷା ବଳୟରେ କେତେକ ନିତ୍ସକ ଆତ୍ମ ସୁରକ୍ଷା କୈାଶଳ ପ୍ରଦର୍ଶନ କରିଥିଲେ । ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ତାଲିମ ପ୍ରାପ୍ତ ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ସୁଶ୍ରୀ ରଶ୍ମିପ୍ରିୟା କାଲୋ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।