Prize distribution ceremony at Jagadalpur High School GunthpadaPrize distribution ceremony at Jagadalpur High School Gunthpada

ଆସିକା,୧୯/୧ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗୁଣ୍ଠପଡା ଜଗଦଳପୁର ହାଇସ୍କୁଲ ଠାରେ ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନାରାୟଣ ମହାପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲା ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୁଣ୍ଠପଡା ସରପଚଂ ଶୈଳବାଳା ଦଳେଇ, ମୁଖ୍ୟବକ୍ତା ଭାବେ ସୁରେନ୍ଦ୍ର ନାଥ ପଣ୍ଡା, ସମ୍ମାନୀତ ଅତିଥି ଭାବେ ସମାଜସେବୀ ନାରାୟଣ ସ୍ୱାଇଁ, ଏସ.ଏମ.ଡି.ସି ସଦସ୍ୟ ପିତାମ୍ବର ଭଞ୍ଜ, ପି.ରାଜି ପାତ୍ର, ଭଗବାନ ମହାରଣା, ଲକ୍ଷ୍ମୀ ପଢିଆରୀ, ଶାନ୍ତିଲତା ସେଠୀ, ଲିଲି ସ୍ୱାଇଁ, ଶ୍ରୀମତି ଗୈାରୀ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟ କ୍ରୀଡା ଶିକ୍ଷକ ଜି.ଆନନ୍ଦ ପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରଘୁନାଥ ମେମୋରିଆଲ ଟ୍ରଷ୍ଟ ତରଫରୁ ୨୦୨୩ ମସିହାରେ ବାର୍ଷିକା ପରିକ୍ଷାରେ ପ୍ରଥମ ସ୍ଥାନ ରଖିଥିବା ଉମାଶଙ୍କର ନାହକ, ଦ୍ୱିତୀୟ ସ୍ଥାନରେ ଶ୍ରୀକାନ୍ତ ସୈାରା, ତୃତୀୟ ସ୍ଥାନରେ ଶ୍ରୀ ଓମ ପ୍ରକାଶ ପ୍ରମୁଖ କୃତିତ୍ୱ ହାସଲ କରିଥିଲେ । ସେହିଭଳି ନବମ ଶ୍ରେଣୀରେ ସାଗରିକା ତ୍ରିପାଠୀ ପ୍ରଥମ ସ୍ଥାନ, ସ୍ୱାଗତିକା ତ୍ରିପାଠୀ ଓ ନିବେଦିତା ମହାରଣା ଦ୍ୱିତୀୟ ସ୍ଥାନ ଏବଂ ଶିବାନୀ ବିଶ୍ୱାଳ ତୃତୀୟ ସ୍ଥାନ ହାସଲ କରିଥିଲେ ।

ଏହି ପୁରସ୍କାର ବିତରଣ ଉତ୍ସବରେ ଉପସ୍ଥିତ ଅତିଥୀଙ୍କ ଦ୍ୱାରା କୃତିତ୍ୱ ହାସଲ କରିଥିବା ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବାର୍ଷିକ କ୍ରୀଡା ଉତ୍ସବରେ ବାଳକ ବର୍ଗରେ ସରୋଜ କୁମାର ନାହକ, ବାଳିକା ବର୍ଗରେ ଶସ୍ମିତା ନାହକଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ସହିତ କ୍ରୀଡାରେ ଅଂଶ ଗ୍ରହଣ କରିଥିବା ସମସ୍ତ କ୍ରୀଡା ଖେଳାଳୀଙ୍କୁ ମଧ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ।

ଗୁଣ୍ଠପଡା ଜଗଦଳପୁର ହାଇସ୍କୁଲରେ ବରିଷ୍ଠ ଶିକ୍ଷକ ସୁଶୀଳ କୁମାର ପାତ୍ର, ଅମୀୟ କୁମାର ସାମଲ, ସୁନୀତା ପରିଛା, ଇଶ୍ୱରୀ ମହାପାତ୍ର, କୁମାରୀ ସଂଧ୍ୟାରାଣୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ । ଶେଷରେ କ୍ରୀଡା ଶିକ୍ଷକ ଜି.ଆନନ୍ଦ ପାତ୍ର ଉପସ୍ଥିତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।