Resurfacing of rural roads under Chief Minister's Road SchemeResurfacing of rural roads under Chief Minister's Road Scheme

ଆସିକା,୨୩/୧( ଶୁଣାକଥା ) ମନୋଜ କୁମାର ନାୟକ : ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅସୁରାଇପଲ୍ଲୀ ଠାରୁ ହନୁମନ୍ତିଆପଲ୍ଲୀ ଦେଇ ଏକ ରାସ୍ତା ଓ ବାଲିସିରା ଠାରୁ କମାଗଡ ରାଙ୍କୁଡା ଦେଇ ଖଣ୍ଡରାବଳୀ ଯାଏଁ ଆଉ ଗୋଟିଏ ରାସ୍ତାର ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଅତିଥି ଭାବେ ଯୋଗ ଦେଇ ଭିତିପ୍ରସ୍ଥର ସ୍ଥାପନ କରିଥିଲେ ।

ଅସୁରାଇପଲ୍ଲୀ ଠାରୁ ହନୁମନ୍ତିଆପଲ୍ଲୀ ରାସ୍ତା ପାଇଁ ୪ କୋଟି ୧୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିବା ବେଳେ ବାଲିସିରା ଠାରୁ କମାଗଡ ରାଙ୍କୁଡା ଦେଇ ଖଣ୍ଡରାବଳୀ ରାସ୍ତା ପାଇଁ ୩ କୋଟି ୬୮ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ରାସ୍ତା ନିର୍ମାଣ ହେଲେ ଗ୍ରାମାଚଂଳରେ ଜନ ସାଧାରଣଙ୍କ ପାଇଁ ଯିବା ଆସିବାରେ ସୁବିଧା ହେବ ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜୋନ ବିଜୁ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ଦିଲ୍ଲୀପ କୁାମର ପାଣିଗ୍ରାହୀ, ଅନିଲ କୁମାର ନାୟକ, ବି. ମନୋଜ କୁମାର ଦୋରା, ରାଜେଶ ପଟ୍ଟନାୟକ, ଅଭିମନ୍ୟୁ ନାହକ ସାଙ୍ଗକୁ ବହୁ ପଚାଂୟତର ନିବ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ନନ୍ଦିନୀ ପାଠୀ, କଟ୍ରାଂକ୍ଟର ବିପିନି ବିହାରୀ ବିଶ୍ୱାଳ, ଭଜରାମ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କଥିଲେ ।