କଂଗ୍ରେସ ନେତା ଉମା ଚରଣ ବିଷୋୟୀ ହତ୍ୟା କାଣ୍ଡର ରାୟ ପ୍ରକାଶ : ଜଣକୁ ଆଜୀବନ କାରାଦଣ୍ଡ, ଚାରି ଜଣ ଅଭିଯୁକ୍ତ ନିର୍ଦ୍ଧୋଷରେ ଖଲାସ

0 1,110

ଆସିକା,୨୬/୭ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ବହୁ ଚର୍ଚ୍ଚିତ ଆସିକା ଅଚଂଳର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଆସିକା ବ୍ଲକ ଅଧ୍ୟକ୍ଷ ଉମାଚରଣ ବିଷୋୟୀ ହତ୍ୟା କାଣ୍ଡର ଆଜି ରାୟ ପ୍ରକାଶ ପାଇଛି । ଦିର୍ଘ ୨୧ ବର୍ଷ ପରେ ଏହି ହତ୍ୟା କାଣ୍ଡର ରାୟ ଶୁଣାଣି ହୋଇଛି ।

ଆସିକା ଅତିରିକ୍ତ ଜିଲ୍ଲା ଦୈାରାଜଜ ପ୍ରବୀର କୁମାର ଚୈାଧୁରୀ ତାଙ୍କ କୋର୍ଟରେ ଏସ.ଟି -୧ /୧୩ ରେ ଉମା ଚରଣ ବିଷୋୟୀଙ୍କ ହତ୍ୟାକାଣ୍ଡର ସାକ୍ଷ ପ୍ରମାଣକୁ ବିଚାର କରି ରାୟ ଶୁଣାଇଛନ୍ତି । ଏହି ହତ୍ୟା ଘଟଣାରେ ଜଣକୁ ଆଜୀବନ କାରାଦଣ୍ଡ ଓ ୧୦ ହାଜର ଟଙ୍କା ଜୋରିମାନା ଅନାଦେୟ ହେଲେ ୩ ବର୍ଷ ଜେଲ ହେବ ବୋଲି ରାୟ ପ୍ରକାଶ କରା ଯାଇଛି । ଅନ୍ୟ ସମ୍ପୃକ୍ତ ଚାରି ଜଣ ଆସାମୀ ସାକ୍ଷ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

ଆସିକା କୋର୍ଟ ଠାରେ ସୂ୍‌ର୍ଯ୍ୟ ପୋଲାଇକୁ ଆଜୀବନ କାରାଦଣ୍ଡ ଶୁଣାଣୀ ବେଳ ଏହି ଘଟଣାରେ ସମ୍ପୃକ୍ତ ଅମୂଲ୍ୟ ପଣ୍ଡା,ସନ୍ତୋଷ ଗୈାଡ,କୈଳାସ ରାଉତ,ଗଙ୍ଗାଧର ପ୍ରଧାନକୁ ନିର୍ଦ୍ଧୋଷରେ ଖଲାସ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଆସିକା ବାଣୀବିହାର ବାସିନ୍ଦା ଉମାଚରଣ ବିଷୋୟୀ ଜଣେ ଉଚ୍ଚ ଶିକ୍ଷିତ ସମ୍ଭ୍ରାନ୍ତ ଶ୍ରେଣୀ ପରିବାରର ବ୍ୟକ୍ତି ଥିଲେ । ସେ ଖଣ୍ଡଦେଉଳୀ ପଚାଂୟତରେ ସମିତିସଭ୍ୟ ହୋଇ ଆସିକା ବ୍ଲକ ଅଧ୍ୟକ୍ଷ ହୋଇଥିଲେ । ସେ ଦିର୍ଘ ଦିନ ଧରି କଂଗ୍ରେସରେ ଜଣେ ଟାଣୁଆ ନେତା ଥିଲେ ।

ଆସିକା ଅଚଂଳରେ ନିଜର ମୋନାଲିସା ଟ୍ରାଭେଲସ ନାମରେ ପରିଚିତ ସାଙ୍ଗକୁ ଜିଲ୍ଲାରେ ଅନେକ ବସ ବ୍ୟବସାୟୀକ ଅନୁଷ୍ଠାନ ତାଙ୍କର ଥିଲା । ଆସିକାର ବହୁ ଅନୁଷ୍ଠାନରେ ପଦ ପଦବୀରେ ରହିଥିଲେ ।

ରାଜନୀତି ଓ ବ୍ୟବସାୟରୁ ସବୁଦିନ ପାଇଁ ହଟାଇବା ଉଦ୍ଧେଶ୍ୟରେ ଯୋଜନା ବଦ୍ଧ ଭାବେ ତାଙ୍କୁ ବାଣିବିହାର ଘରୁ ୨୬/୭/୨୦୦୨ ତାରିଖ ରାତିରେ ସୂର୍ଯ୍ୟ ପୋଲାଇ, ଓ ତାର ସହଯୋଗୀ ମାନେ ଜୋର ଜବରଦସ୍ତି ଭାବେ ଏକ କାରରେ ଟାଣି ନେଇ ବାବନପୁର ସ୍ଥିତ ଗଡଗଡିଆ ପାହାଡ ନିକଟରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।

ଏହି ଘଟଣା ବିରୁଦ୍ଧରେ ତାଙ୍କ ସ୍ତ୍ରୀ ରୁନୁ ବିଷୋୟୀ ଆସିକା ଥାନାରେ ଲିଖୀତ ଅଭିଯୋଗ କରିଥିଲେ । ଆସିକା ଥାନା ପକ୍ଷରୁ କେସ ନମ୍ବର – ୧୭୪/୨୦୦୨, ଦଫା ୩୬୫, ୩୦୨, ୩୪ ଆଇପିସି ରେ ମାମାଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଥିଲା । ଆସାମୀ ମାନେ ବ୍ୟବହାର କରିଥିବା ଅସ୍ତ୍ରଶସ୍ତ୍ରକୁ ମଧ୍ୟ ଜବତ କରାଯାଇଥିଲା ।

ଏହି କେସର ସରକାରୀ ଓକିଲ ଭାବେ ସୁଧାଶୁଂ ପଣ୍ଡା ଓ ଅଭିଯୁକ୍ତ ପକ୍ଷରୁ ଆଇନଜୀବୀ ରବିନ୍ଦ୍ର କୁମାର ପାତ୍ର ଓ ଛବିଳରାମ ମିଶ୍ର ପରିଚାଳନା କରିଥିଲେ ।

Leave A Reply

Your email address will not be published.