ଆସିକା ବ୍ଲକ କାର୍ଯାଳୟ ପରିସରରେ ‘ଆମ ପୋଖରୀ’ ଉଦଘାଟିତ

0 302

ଆସିକା -୬/୭/୨୦୨୩ (ପ୍ରତିନିଧି – ମନୋଜ ନାୟକ ): ଓଡିଶା ସରକାରଙ୍କ ସହରାଚଂଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମ ‘ଆମ ପୋଖରୀ’ କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନ୍ସ ଜରିଆରେ ଶୁଭ ଉଦଘାଟନ ହୋଇଯାଇଛି ଆସିକା ବ୍ଲକ କାର୍ଯାଳୟ ପରିସରରେ l

ଏହି ଭିଡ଼ିଓ କନଫରେନ୍ସ ରେ ଆସିକା ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଵିନେତା ସ୍ୱାଇଁ , କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ଵେଜ୍ , MP ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ, ଦେବୀ ଶାରଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ବୃନ୍ଦ ଏବଂ NAC ମୁକ୍ତା ଟିମ୍ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ଏହି ଅବସରରେ ଆସିକା NAC ୱାର୍ଡ ନଂ 15 ଯୋକ ବନ୍ଧକୁ ସାମିଲ କରାଯାଇଛି ଏଣୁ ଅଧକ୍ଷା ଓ ସମସ୍ତ କାଉନସିଲର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆସିକା ବ୍ଲକ କାର୍ଯାଳୟ ପରିସରରେ ‘ଆମ ପୋଖରୀ’ ଉଦଘାଟିତ

ସୂଚନା ଥାଉକି, ସହରାଚଂଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମ ଆମ ପୋଖରୀକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଲୋକସେବା ଭବନ କନଭେନସନ ସେଟଂର ଠାରେ ଏହାକୁ ଶୁଭାରମ୍ଭ କରିଛନ୍ତି । ରାଜ୍ୟର ସମସ୍ତ ୧୧୫ଟି ପୈାରାଚଂଳରେ ଥିବା ପ୍ରାୟ ୨ ହଜାର ବୃହତ ଜଳାଶୟର ନବୀକରଣ କରିଛନ୍ତି । ମିଶନ ଶକ୍ତି ମହିଳାଙ୍କ ସହ ସହଭାଗିତାରେ ପ୍ରକଳ୍ପ ନବୀକରଣ ଓ ରକ୍ଷଣାବେକ୍ଷଣ କରାଯିବ ।

ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରାକୃତିକ ଉପାୟରେ ମିତବ୍ୟୟୀ ପରିବେଶ ନବୀକରଣ ହୋଇପାରିବ । ସହରାଚଂଳ ପାରିପାଶ୍ୱିକ ସ୍ଥିତିରେ ଅଭିବୃଦ୍ଧି । ଆମ ପୋଖରୀ ନୂଆ ଜୀବନ ପାଇବ ସହରର ଜଳାଶୟ । ୨ ହାଜର ବୃତହ ଜଳାଶୟର ହେବ ନବୀକରଣ । ପ୍ରାକୃତିକ ଉପାୟରେ ଉନ୍ନତିକରଣ । ବଢିବ ସହରର ସୈାନ୍ଦର୍ଯ୍ୟ । ଭୂତନ ଜଳ ହେବ ସଂରକ୍ଷିତ । ଦାୟିତ୍ୱରେ ରହିବେ ମିଶନ ଶକ୍ତି ମାଆ ।

Leave A Reply

Your email address will not be published.