ବର୍ଷା ପାଇଁ ପ୍ରକୃତି ମାତା ପୀଠରେ ଶତାଧିକ ଚାଷୀଙ୍କ ପୂଜାର୍ଚ୍ଚନା

0 213

ଆସିକା, ୮/୭ ( ମନୋଜ କୁମାର ନାୟକ ) – ଆସିକା ବ୍ଲକରେ ଚଳିତବର୍ଷ ଏପ୍ରିଲ ୨୩ ତାରିଖରୁ ଅଖି ମୁଠି ଅନୁକୂଳ ହୋଇଥିଲା । ଏହାପର ଠାରୁ ଆବଶ୍ୟକ ପରିମାଣର ବର୍ଷା ହୋଇନାହିଁ । ତେଣୁ ବିଲରେ ହଳ କାର୍ଯ୍ୟ ହୋଇପାରି ନଥିଲା । ଆଷାଢ ମାସ ସରି ଶ୍ରାବଣ ମାସ ଆସିଲା । ଚାଷୀ ଚାତକ ପକ୍ଷୀ ପରି ବର୍ଷାକୁ ଚାହିଁ ବସିଛି । ଶହ ଶହ ଏକର ଜମି ବର୍ଷା ଜଳ ଉପରେ ନିର୍ଭର କରୁଥିବା ବେଳେ ଆସିକା ଅଚଂଳରେ ଏବେ ସୁଦ୍ଧା ବର୍ଷା ହୋଇନାହିଁ ।

ଏହି ଅଚଂଳରେ ଖରିଫ ଋତୁରେ ଅଧିକରୁ ଅଧିକ ଧାନ ଚାଷ ହୋଇଥାଏ । ତେଣୁ ଆସିକା ବ୍ଲକରେ ବର୍ଷା ନ ହେବା ଯୋଗୁଁ ଚାଷି ଏବେ ଚିନ୍ତାରେ ପଡିଛି । ଜମିରେ କେତେକ ଚାଷି ତଳି ପକାଇଥିବା ବେଳେ ବର୍ତମାନ ବର୍ଷା ଜଳ ଅପେକ୍ଷାରେ ରହିଛନ୍ତି । ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ଚାଷୀ ପ୍ରସ୍ତୁତ ହୋଇ ରହିଥିଲା । ସେପେଟ ବର୍ଷା ଅଭାବରୁ ଚାଷୀଙ୍କ ଆଶା ଧୂଳିସାତ ହୋଇଛି ।

ବର୍ଷା ଅଭାବରୁ ଆସିକା ସହର ଓ ଏହାର ଆଖପାଖ ଅଚଂଳର ଜଳ ଉତ୍ସ ଶୁଖିଲା ହୋଇ ରହିଛି । ଯାହା ଦ୍ୱାରା ଜମି ଫାଟି ଆଁ କରିଛି । ତଳି ସବୁ ପୋଡିବା ଅବସ୍ଥାକୁ ଆସିଲାଣି । ଏହାକୁ ଭିତ୍ତି କରି ଆଜି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାବନପୁର ପଚାଂୟତର ଶତାଧିକ ଚାଷୀ ଗଡଗଡା ପାହାଡ ଠାରେ ଥିବା ପ୍ରକୃତି ମାତାଙ୍କୁ ବର୍ଷା ଲାଗି ପୂଜାର୍ଚ୍ଚନା କରିଛନ୍ତି ।

ପରମ୍ପରା ଅନୁଯାୟୀ, ପୂର୍ବରୁ ଏହି ପଚାଂୟତ ଚାଷି ମାନେ ଏଭଳି କାମ କରି ଆସୁଛନ୍ତି । ଯେତେବେଳେ ବିପଦ ପଡେ, ସେହି ସମୟରେ ଗଡଗଡା ପାହାଡକୁ ଯାଇ ପ୍ରକୃତି ମାତା ପୀଠରେ ପ୍ରକୃତି ମାତାଙ୍କୁ ପୂଜିଥାନ୍ତି । ଆଉ ଚାଷି ମାନଙ୍କ ବ୍ୟାକୁଳ ପୂଜାର୍ଚ୍ଚନାରେ ସନ୍ତୁଷ୍ଟ ହୋଇ ପ୍ରକୃତି ମାତା କୁଆଡେ ଆସି ଆର୍ଶିବାଦ ସ୍ୱରୁପ ବର୍ଷା କରିଥାନ୍ତି ବୋଲି ଶତାଧିକ ଚାଷୀଙ୍କ ବିଶ୍ୱାସ କରନ୍ତି । ପୂଜାର୍ଚ୍ଚାନ କରିବା ପରେ ବର୍ଷା ହୋଇଥିବା ଚାଷୀ ମାନେ ପ୍ରତିକ୍ରିୟା ରଖିଥିଲେ ।

ଆସିକା କୃଷି ଜିଲ୍ଲା କାର୍ଯ୍ୟାଳୟ ଅଧିନ ମୋଟ ୧୭ ହଜାର ୬୩୯ ହେକ୍ଟର ଚାଷ ଜମିରେ ୭ ହଜାର ୮୬୫ ହେକ୍ଟର ଜମିରେ ଧାନଚାଷ ଓ ୯ ହଜାର ୭୭୪ ହେକ୍ଟର ଜମିରେ ଅଣଧାନ ଚାଷ କରାଯାଇଛି ।

Leave A Reply

Your email address will not be published.