AMRUT KALASA YATRA AT SHASTRINAGAR ASKAAMRUT KALASA YATRA AT SHASTRINAGAR ASKA

ଆସିକା,୬/୮(ମନୋଜ କୁମାର ନାୟକ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ “ଆଜାଦିକା ଅମୃତ ଉତ୍ସବ” ପାଳନ ଅବସରରେ ଆସିକା ଏନଏସି ଶାସ୍ତ୍ରୀନଗର ଠାରେ ଅମୃତ କଳସ ଯାତ୍ରା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଅଖୀଳ ଭାରତୀୟ ପୂର୍ବ ସୈନିକ ସେବା ପରିଷଦ,ଓଡିଶା ପକ୍ଷରୁ ହୋଇଥିଲା । ଏଥିରେ ଆସିକା ଶାସ୍ତ୍ରୀନଗର ଯୁବକ ସଂଘ ଓ ସାହି ବାସିନ୍ଦା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିିଲେ ।

ଏହା ହେଉଛି ଭାରତ ବର୍ଷର ପ୍ରଥମ କଳସ ଯାତ୍ରା । ଏହି ଅମୃତ କଳସ ଯାତ୍ରା ଆସିକା ଲାଲାଶାସନର ସ୍ୱର୍ଗୀୟ ଉମାକାନ୍ତ ପଟ୍ଟନାୟକଙ୍କ ଅମର ବଳିଦାନକୁ ମନେପକାଇ ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ଉମାକାନ୍ତ ପଟ୍ଟନାୟକଙ୍କ ମାତା ଓ ପିତାଙ୍କ ଆର୍ଶିବାଦ ନେଇ ଏହି କଳସଯାତ୍ରା ଆରମ୍ଭ ହୋଇଥିଲା ।

ତାଙ୍କ ଦ୍ୱାରା ପ୍ରେରିତ ଏକ ବୃକ୍ଷକୁ କଳସରେ ସ୍ଥାପନ କରି ଏକ ଶୋଭାଯାତ୍ରା କରା୍‌ଯାଇଥିଲା । ଏହି ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ତାଲୁକା ଛକ ସ୍ଥିତ ଶହୀଦ ଉମାକାନ୍ତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଠାରେ ସ୍ଥାପନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଆସିକା ଏନଏସି ହାଇସ୍କୁଲର ସ୍କାଉଟ ଓ ଗାଇଡକୁ ଶହୀଦ ଉମାକାନ୍ତ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଅଖୀଳ ଭାରତୀୟ ପୂର୍ବ ସୈନିକ ସେବା ପରିଷଦର ବହୁ ସଦସ୍ୟ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ସାହି ବାସିନ୍ଦା ପ୍ରମୁଖ ଯୋଗ ଦେଇଥିଲେ ।

ଏହା ହେଉଛି ଆସିକା ବାସୀଙ୍କ ପାଇଁ ଗର୍ବ ଓ ଗୈାରବର ବିଷୟ । ଏହି କଳସଟିକୁ ଦିଲ୍ଲୀର ଅମୃତ ଉଦ୍ୟାନରେ ସ୍ଥାପିତ କରାଯିବ ।

ଏହି କାର୍ଯ୍ୟକ୍ରମରେ ବ୍ରିଗେଡିୟର ଅଭିମନ୍ୟୁ ରାଉତ, କ୍ୟାପଟେନ ବିପିନ ବିହାରୀ ଦାଶ, ସୁବେଦାର କଂଗ୍ରେସ ପ୍ରଧାନ, ସୁବେଦାର କବିରାଜ ବିଶ୍ୱାଳ, ସୁବେଦାର ଆର.କେ.ଦାଶ, ହାବିଲଦାର ବି.ପାଣିଗ୍ରାହି, ସିମାଚଂଳ ମୁନୀ, ମନୁ ପାଣିଗ୍ରାହି, ଶାସ୍ତ୍ରୀନଗର ସଭାପତି ଉମା ମହେଶ୍ୱର ଦାଶ, ସମ୍ପାଦକ ପଦ୍ମଲୋଚନ ଶତପଥି, କୋଷାଧ୍ୟକ୍ଷ ଅଶୋକ ତ୍ରିପାଠୀ, ଉପଦେଷ୍ଟା ସୁନିଲ କୁମାର ମିଶ୍ର, ସୁବାଷ ଚନ୍ଦ୍ର ସେନାପତି, ଅମ୍ବିକା ପ୍ରସାଦ ଦାଶ, ତ୍ରିଲୋଚନ ପାତ୍ର, ଉପସଭାପତି ନିର୍ମଳ ଦାଶ, ଯୁଗ୍ମ ସମ୍ପାଦକ ସୁନିଲ କୁମାର ଗୈାଡ, ଅମ୍ବିକା ଦାଶ, ଲକ୍ଷ୍ମିକାନ୍ତ ପଟ୍ଟନାୟକ, ଦୁର୍ଗା ପ୍ରସାଦ ପାଣିଗ୍ରାହି ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ ।