sanjay nayak felicited at bhubaneswarsanjay nayak felicited at bhubaneswar

ଆସିକା,୬/୮ (ମନୋଜ କୁମାର ନାୟକ ) – ଓଡିଶା ସାମ୍ବାଦିକ ଦିବସ ଉପଲକ୍ଷେ ସମ୍ବାଦ ପତ୍ରିକା ଦୂରଦର୍ଶୀର ପଚଂଦଶ ସ୍ୱନକ୍ଷତ୍ର ଉତ୍ସବ ଭୁବନେଶ୍ୱର ଜୟଦେବ ଭବନ ଠାରେ ଅନୁଷ୍ଟିତ ହୋଇଥିଲା । ଏହି ଉତ୍ସବ ସମ୍ପାଦକ ଦୁର୍ଗା ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ପଚାଂୟତରାଜ ତଥା ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ରୁପେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚ୍ଚି ନାୟକ, ମେୟର ସୁଲୋଚନା ଦାଶ, ରାଜ୍ୟ ସୂଚନା କମିଶନ ଦିଲ୍ଲୀପ ବିଷୋୟୀ, ଓଡିଶା ଏନ.ସି.ସି ନିର୍ଦ୍ଧେଶକ କର୍ଣ୍ଣେଲ ସାଗର ମହାନ୍ତି, ଅବସରପ୍ରାପ୍ତ ଆଇ.ଏ.ଏସ ଅଧିକାରୀ ରତ୍ନାକର ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୪ ଜଣ ବ୍ୟକ୍ତି ବିଶେଷଙ୍କୁ ଦୂରଦର୍ଶୀ ପ୍ରତିଭା ସମ୍ମାନ -୨୦୨୩ ରେ ସମ୍ମାନୀତ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାବନପୁର ପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ନାୟକ ଏବଂ ଶିଶୁ ପରିବେଶବିତ ସୁବର୍ଣ୍ଣା ପ୍ରିୟଦର୍ଶିନୀ ନାୟକଙ୍କୁ “ଗଡ୍‌” ଅନୁଷ୍ଠାନର ପ୍ରକୃତି ଓ ପରିିବେଶ ବିକାଶ ପାଇଁ ଉତମ ପରିବେଶବିତ ଭାବେ ପ୍ରଦିପ କୁମାର ଅମାତ ସମ୍ମାନୀତ କରିଥିଲେ ।

ବାବନପୁର ସରପଞ୍ଚ ସଞ୍ଜୟ କୁମାର ନାୟକ ଗଡ୍ ନାମକ ଏକ ସାମାଜିକ ସଂଗଠନ ପ୍ରତିଷ୍ଠା କରିଛନ୍ତି । ପ୍ରକୃତି ହେଉଛି ପ୍ରକୃତ ଭଗବାନ । ଆଉ ତାଙ୍କର ଅମୃତ ହେଉଛି ଅମ୍ଲଜାନ ଓ ପାନୀୟ ଜଳ । ସେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ଗୁଡିକରେ ପରିବେଶ ବିକାଶ ଭିତିକ କାର୍ଯ୍ୟ କରିବା ସହିତ ଛାତ୍ରଛାତ୍ରୀଙ୍କ ପରିବେଶ ସୁରକ୍ଷା ନିମନ୍ତେ ଜ୍ଞାନ ପ୍ରଦାନ କରିଥାନ୍ତି ।

ସମାଜରେ ସମସ୍ତ ବ୍ୟକ୍ତିଙ୍କ ମଙ୍ଗଳ ପାଇଁ ବାବନପୁର ସରପଞ୍ଚ ଗଡଗଡା ପାହାଡ ଠାରେ ମୋକ୍ଷର ଧାମ ପ୍ରକୃତି ମାତାଙ୍କ ପୂଣ୍ୟ ପୀଠ ସ୍ଥାପନ କରି ସମାଜରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ “ଗଡ” ଅନୁଷ୍ଠାନର ଭାସ୍କର ରାଉତ, ପାଣୁ ସେଠୀ, ଜଟିଆ ଗୈାଡ, ଧନୁର୍ଦ୍ଧର ମୁନୀ, ଶିବରାମ ବାଡତ୍ୟା, ଦୁର୍ଗା ପ୍ରସାଦ ପାଣିଗ୍ରାହି, ବିଷ୍ଣ ପ୍ରସାଦ ସେଠି, ଚିତ୍ରସେନ ନାୟକ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ । ଏହି ସ୍ୱନକ୍ଷତ୍ର ଉତ୍ସବରେ ବ୍ୟୁରୋଚିଫ ପ୍ରସନ୍ନ କୁମାର ବିଷୋୟୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାମ୍ବାଦିକ ଋଷି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।