Annual celebration at Gaudgoth Government Primary SchoolAnnual celebration at Gaudgoth Government Primary School

ଆସିକା,୧/୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଗୈାଡଗୋଠ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ପାଳିତ ହୋଇଛି । ଏହି ଉତ୍ସବ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସମିର ପ୍ରଧାନଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ବ୍ଲକ ଖଣ୍ଡଦେଉଳୀ ସରପଞ୍ଚ ଆରତୀ ଦେବୀ ସ୍ୱାଇଁ, ସମ୍ମାନୀୟ ଅତିଥି ଭାବେ ଆସିକା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଏ.ବି.ଇ.ଓ ବିଭୂନନ୍ଦନ ପଣ୍ଡା, ମୁଖ୍ୟବକ୍ତା ଭାବେ ଆସିକା ବି.ଆର.ସି.ସି ଭାଗିରଥୀ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ବିଦ୍ୟାଳୟ ସହକାରୀ ଶିକ୍ଷୟତ୍ରୀ ରଞ୍ଜୁ୍‌ଲତା ପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ ସାଙ୍ଗକୁ ବାର୍ଷିକ ଉତ୍ସବର ବିବରଣୀ ପଠନ କରିଥିଲେ । ଏହାପରେ ଅତିଥି ମାନଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସମାଜରେ ଉତ୍ତମ ନାଗରିକ ଓ ଜଣେ ଭଲ ଛାତ୍ର ହେବାକୁ ହେଲେ ପ୍ରାଥମିକ ସ୍ତରରେ ଶିକ୍ଷା ଅର୍ଜନ କରିବାକୁ ହେବ । ଏହା କେବଳ ପ୍ରାଥମିକ ବିଦ୍ୟାଳୟରୁ ହିଁ ଆରମ୍ଭ ହୋଇଥାଏ । ଏଠାରେ ଭାଷା ହେଉଛି ମଣିଷ-ମଣିଷ ମଧ୍ୟରେ ଭାବ ବିନିମୟର ମାଧ୍ୟମ । ଭାଷା ହେଉଛି ବ୍ୟକ୍ତି – ବ୍ୟକ୍ତି, ବ୍ୟକ୍ତି ଓ ସମଷ୍ଟି ମଧ୍ୟରେ ସମ୍ପର୍କ ପ୍ରତିଷ୍ଠାର ମାଧ୍ୟମ ।
ଭାଷା ହେଉଛି ସ୍ଥାନୀୟତା ଓ ବିଶ୍ୱ ମଧ୍ୟରେ ସମ୍ପର୍କର ସେତୁ । ଭାଷା ହେଉଛି ଗୋଷ୍ଠୀ ଓ ସମାଜ ଗଠନର ମାଧ୍ୟମ । ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଏଠାରୁ ହିଁ ଶିକ୍ଷା ଆରମ୍ଭ କରିଥାଏ ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।

ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଟିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ଅତିଥୀଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଶତାଧିକ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।