Student self defense training camp organized at Koida Higher Secondary SchoolStudent self defense training camp organized at Koida Higher Secondary School

କୋଇଡା,୩୦/୧(ଶୁଣାକଥା) ମନୋଜ କୁମାର ନାୟକ : ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋଇଡା ଠାରେ ଛାତ୍ରୀ ଆତ୍ମରକ୍ଷା ତାଲିମ ଶିିବିର କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି ।

ଏହି କାର୍ଯ୍ୟକ୍ରମ ଜାନୁୟାରୀ ୧୬ ତାରିଖ ଠାରୁ ଆରମ୍ଭ ହୋଇ ୩୦ ଜାନୁୟାରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବେଳେ ଶିବିରରେ ପ୍ରଶିକ୍ଷୀକା ଭାବେ ମାଷ୍ଟର ଟ୍ରେନର ସୀମା ଟପ୍ନୋ ଥିଲେ ।

କୋଇଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଧନଞ୍ଜୟ ସାହୁଙ୍କ ପୈାରହିତ୍ୟରେ ତାଲିମ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସି.ଡି.ପି.ଓ ଅନିତା ସାହୁ, ସମ୍ମାନୀୟ ଅତିଥି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଶିକ୍ଷୟତ୍ରୀ ସ୍ନେହଲତା ମିଞ୍ଜ, ମିନାକ୍ଷୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ପ୍ରତ୍ୟେକ ସମୟରେ ଜଣେ ଝିଅ ନିଜକୁ ସୁରକ୍ଷା ପାଇଁ ପ୍ରସ୍ତୁତ ହୋଇ ରହିବାକୁ ହେବ । ତେଣୁ ଶିକ୍ଷାନୁଷ୍ଠାନ ଗୁଡିକରେ ଯେଉଁ ପଦକ୍ଷେପ ନିଆଯାଇଛି ତାହା ସ୍ୱାଗତ ଯୋଗ୍ୟ । ଏହି ଶିବିର ଯେଉଁ ପ୍ରକାର ଆତ୍ମରକ୍ଷାର ରଣ କୈାଶଳ ପ୍ରଶିକ୍ଷଣ ଦିଆଯାଉଛି ତାକୁ ତାଲିମ ନେବା ପରେ ଆଉ ଭୟର ବାତାବରଣ ରହିବ ନାହିଁ । ତେଣୂ ପ୍ରତ୍ୟେକ ଛାତ୍ରୀ ଆଉ କାହାକୁ ନିର୍ଭର କରିବେ ନାହିଁ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅର୍ଥନୀତି ଅଧ୍ୟାପକ ନିକୁଞ୍ଜ କିଶୋର ବିଶ୍ୱାଳ, ବାଣିଜ୍ୟ ଅଧ୍ୟାପକ ପ୍ରସନ୍ନ ଦାଶ, ପ୍ରୋଗ୍ରାମ କୋର୍ଡିନେଟର ତଥା କ୍ରୀଡା ଶିକ୍ଷକ ରାଜୀବ କୁମାର ସାହୁ, ଲାଇବ୍ରେରିସିଆନ ପୂର୍ଣ୍ଣିମା ରାଉତା ସାଙ୍ଗକୁ ବିଦ୍ୟାଳୟ ସମସ୍ତ କର୍ମଚାରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରୀ ଅଂଶଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ । ଉପସ୍ଥିତ ଅତିଥିଙ୍କ ଦ୍ୱାରା ସମସ୍ତ ପ୍ରଶିକ୍ଷାର୍ଥୀ ଛାତ୍ରୀଙ୍କୁ ସାର୍ଟିଫିକେଟ ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଅଧ୍ୟାପକ ନିକୁଞ୍ଜ କିଶୋର ବିଶ୍ୱାଳ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।