ଆସିକା ବ୍ଲକରେ ମିଶନ ଶକ୍ତି ଓଡିଆ କବି ସମ୍ମିଳନୀ କାର୍ଯ୍ୟକ୍ରମ

0 27

ଆସିକା,୨/୨(ଶୁଣାକଥା) ମନୋଜ କୁମାର ନାୟକ : ଆସିକା ବ୍ଲକ ମିଶନ ଶକ୍ତି ଆନୁକୂଲ୍ୟରେ କବି ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ବ୍ଲକ ସିଡିପିଓ ଭାଗ୍ୟଲତା ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଆସିକା ବ୍ଲକ ବିଡିଓ ଫକୀର ଚରଣ ପରିଡା ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଭାଷାର ଅତୀତ, ବର୍ତମାନ, ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମହିଳା ମାନେ ସ୍ୱରଚିତ କବିତା ଆବୃତ କରିଥିଲେ । ଓଡିଆ ଭାଷା-ସାହିତ୍ୟ ଜନଜୀବନରେ ମାଧୁର୍ଯ୍ୟଭରା ହୋଇ ଅମୃତ କାଳର ପ୍ରବାହଧାରା ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।

ଆସିକା ବ୍ଲକ ବି.ପି.ସି ଚନ୍ଦ୍ର ଶେଖର ବେହେରା, ବିପିଏମ ଅନିତା ମହାରଣା, ବିଏଲଏଫ ସଭାପତି ପୂର୍ଣ୍ଣିମା ସ୍ୱାଇଁ, ବିଏଲଏଫ ସେକ୍ରେଟାରୀ ଧନିରାଣୀ ବିଷୋୟୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନାରେ ସହ ଯୋଗ କରିଥିଲେ ।

Leave A Reply

Your email address will not be published.