Jagadalpur High School 1974 Matriculation Batch Friends Reunion CelebrationJagadalpur High School 1974 Matriculation Batch Friends Reunion Celebration

ଆସିକା,୪/୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗୁଣ୍ଠପଡା ପଞ୍ଚାୟତ ଜଗଦଳପୁର ଉଚ୍ଚ ବିଦ୍ୟାଳୟରେ ଆଜି ୧୯୭୪ ମସିହା ମେଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନାରାୟଣ ମହାପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସୁରେନ୍ଦ୍ର ନାଥ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଦିର୍ଘ ୫୦ ବର୍ଷ ପରେ ଏହି ବନ୍ଧୁ ମିଳନ ଛାତ୍ର ଜୀବନର ସମସ୍ତ ସ୍ମତିକୁ ସାଉଁଟି ଥିଲା । ଏହି ଉତ୍ସବରେ ପୁରାତନ ଛାତ୍ର ଦିନବନ୍ଧୁ ମହାରଣା, ପ୍ରଫୁଲ ଚନ୍ଦ୍ର ଗୈାଡ, ଭଗବାନ ମହାନ୍ତି, ପଦ୍ମଚରଣ ବେହେରା, ବିଶ୍ୱନାଥ ସିୟ, ରମେଶ ଚନ୍ଦ୍ର ଜେନା, ଉପେନ୍ଦ୍ର ମହାରଣା, କୃଷ୍ଣ ଚନ୍ଦ୍ର ପାଢି ପ୍ରମୁଖ ଯୋଗ ଦେଇ ନିଜ ନିଜ ପରିଚୟ ପ୍ରଦାନ ସାଙ୍ଗକୁ ସ୍କୁଲ ସମୟରେ ସମସ୍ତ ଅନୁଭୂତିକୁ ଉପସ୍ଥାପନ କରିଥିଲେ ।

ଛାତ୍ର ସମୟରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଉପଦେଶ ଓ ଆଦେଶକୁ ମନେ ପକାଇ କିଛି ସମୟ ପାଇଁ ପୁଣି ଛାତ୍ର ପାଲଟିଥିଲେ । ଆଉ ମନେ ପକାଇଥିଲେ ଛାତ୍ର ଜୀବନର ମୁଲ୍ୟବୋଧକୁ । ଏହି ଅବସରରେ ଏକ ସଭାକାର୍ଯ୍ୟ ଅନୁଷ୍ଟିତ ହୋଇଥିବା ବେଳେ ସମସ୍ତ ଛାତ୍ରଙ୍କୁ ଫୁଲତୋଡା ଓ ଉପଢୈାକନ ପ୍ରଦାନ ସହ ସ୍ୱାଗତ ସମ୍ଭର୍ଦ୍ଧନା କରାଯାଇଥିଲା ।

ଏହି ସଭାରେ ଏକ କମିଟି ଗଠନ ସାଙ୍ଗକୁ ପୂର୍ବତନ ଛାତ୍ର ମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରି ଆଗାମୀ ଦିନରେ ସୁବିଧା ଓ ଅସୁବିଧା କ୍ଷେତ୍ରରେ ସମାନ ଭାଗିଦାରୀ ହେବା, ମେଡିକାଲ କ୍ଷେତ୍ରରେ ଚିକିତ୍ସା ପାଇଁ ସହଯୋଗ, କୈାଣସି ମଦଭେଦ ନ ରଖି ପରସ୍ପର ମଧ୍ୟରେ ଆର୍ଥିକ ସହାୟତା, ପୁଅ ଓ ଝିଅଙ୍କ ପାଠ ପଢାରେ ବନ୍ଧୁତ୍ୱର ମର୍ଯ୍ୟାଦା ପାଇଁ ଆର୍ଥିକ ସହାୟତା କରିବା ପାଇଁ ଆଲୋଚନା କରାଯାଇଥିଲା ।

ଏହି ବନ୍ଧୁ ମିଳନ କାର୍ଯ୍ୟରେ ବାଦ ପଡିଥିବା ଅନ୍ୟ ସାଙ୍ଗ ସାଥି ମାନଙ୍କୁ କିପରୀ ଯୋଡା ଯିବ ସେନେଇ ଗୁରତ୍ୱାରୋପ ସାଙ୍ଗକୁ ସହଯୋଗ କାମନା କରାଯାଇଥିଲା । ବିଦ୍ୟାଳୟ ସଭିଙ୍କ ପାଇଁ ଏକ ସ୍ମୃତି ।ଏହାକୁ ସତେଜ ରଖିବା, ପରିବାର ଭଳି ଯତ୍ନ ନେବା ଏବଂ ସ୍କୁଲର ଉନ୍ନତି ହେବା ଦରକାର ବୋଲି ସଭାରେ ଆଲୋଚନା କରାଯାଇଥିଲା । ଏହା ଦ୍ୱାରା ସ୍କୁଲ ସହିତ ଆମ ସମସ୍ତଙ୍କର ଭାବଗତ ବନ୍ଧନ ଅତୁଟ ରହିବ ।

ବିଦ୍ୟାଳୟ ଉର୍ନତି ସାଙ୍ଗକୁ ଶୈକ୍ଷିକ ବାତାବରଣ ବି ସମ୍ଭବ ହେବ, ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ପାଇଁ ଆମ ଭିତରେ ସାମର୍ଥ୍ୟ ରହିବ । ଏଥିପାଇଁ ରାଜ୍ୟ ସରକାରଙ୍କ ମୋ ସ୍କୁଲ କାର୍ଯ୍ୟକ୍ରମର ଉପଯୁକ୍ତ ସୁଯୋଗ ନେଇ ଉଦାର ହୃଦୟରେ ପ୍ରିୟ ବିଦ୍ୟାଳୟର ରୁପାନ୍ତର ସୃଷ୍ଟିକରି ସମାଜ ପ୍ରତି ଉତର ଦାୟିତ୍ୱ ନିର୍ବାହ ପାଇଁ ଶପଥ ପାଠ କରାଯାଇଥିଲା ।

ଶେଷରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ସମ୍ବନ୍ଧରେ ଅବଗତ ସାଙ୍ଗକୁ ଏକ ଟ୍ରଷ୍ଟ ଗଠନ କରାଯାଇ ବିଦ୍ୟାଳୟ ମେଧାବୀ ଓ ଓ ଶୃଙ୍ଖଳିତ ଛାତ୍ରଛାତ୍ରୀଙ୍କୁ ଆଦର୍ଶ ଛାତ୍ରଛାତ୍ରୀ ଭାବେ ପୁରସ୍କୃତ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବନ୍ଧୁ ମିଳନ ଉତ୍ସବରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନାରାୟଣ ମହାପାତ୍ରଙ୍କୁ ଏକ ଗଣେଶ ମୂର୍ତି ପ୍ରଦାନ କରାଯାଇଥିଲା । ଏହା ସହିତ ମୋ ସ୍କୁଲ ପାଣ୍ଠି ସକାଶେ ୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଶେଷରେ ବିଦ୍ୟାଳୟ ଶିକ୍ଷକ ସୁଶିଲ ମୋହନ ପାତ୍ର ଉପସ୍ଥିତ ସମସ୍ତ ପୁରାତନ ଛାତ୍ରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

You missed