ଆସିକା,୧୫/୭ ( ମନୋଜ କୁମାର ନାୟକ ) – ଗଞ୍ଜାମ ଜିଲ୍ଲା ଆସିକାରେ ସ୍କାଉଟ୍ସ ଓ ଗାଇଡ୍ସଙ୍କ ଦୀକ୍ଷା ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ଆସିକା ଏନଏସି ହାଇସ୍କୁଲରେ ନୂତନ ଭାବେ ଖୋଲିଥିବା ଶହୀଦ ଉମାକାନ୍ତ ସ୍କାଉଟ୍ସ ଓ ମାଧୁରୀ ଗାଇଡ୍ସର କ୍ୟାଡେଟ ଦୀକ୍ଷା ଗ୍ରହଣ କରିଥିଲେ ।
ଏହି ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୁପେ ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ, ମୁଖ୍ୟବକ୍ତା ଭାବେ ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁନରାଣୀ ମହାନ୍ତି, ସମ୍ମାନୀୟ ଅତିଥୀ ଭାବେ ଜିଲ୍ଲା ସମ୍ପାଦକ ଭାଗିରଥୀ ସ୍ୱାଇଁ, ଆସିକା ସାଂସଦ ପ୍ରତିନିଧି ସତ୍ୟ ନାରାୟଣ ସ୍ୱାଇଁ, କାଉନସିଲର ସଞ୍ଜୁକ୍ତା ଶତପଥୀ, ବନିତା ସ୍ୱାଇଁ, ସିଆରସିସି ସରୋଜ କୁମାର ନାୟକ, ସ୍କାଉଟ ମାଷ୍ଟର ଶୁଭେନ୍ଦୁ ମିଶ୍ର, କମଳେନ୍ଦୁ ହୋତା, ଗାଇଡ କ୍ୟାପଟେନ ଗିତାଞ୍ଜଳୀ ସାବତ, କାଦମ୍ବିନୀ ହୋତା ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଦୀକ୍ଷା ଗ୍ରହଣ ଉତ୍ସବରେ ୨୧ ଜଣ ସ୍କାଉଟ,୧୩ ଜଣ ଗାଇଡ କ୍ୟାଡେଟଙ୍କୁ ଦୀକ୍ଷା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମାଜିକ ସେବା ଦିଗରେ ସଙ୍କଳ୍ପବଦ୍ଧ ହେବା ଲାଗି ପରାମର୍ଶ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ଶତପଥୀ,ସୁରେନ୍ଦ୍ର ନାଥ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ ।