ଆସିକା ସହରରେ ଔଷଧ ଦୋକାନ ପାଇଁ ଆଲୋକବର୍ତ୍ତୀ ସାଜିଛନ୍ତି ଆଶା କର୍ମୀ

0 318

ଆସିକା,୨୨/୧୦ (ଶୁଣାକଥା) ମନୋଜ କୁମାର ନାୟକ : ସକାଳୁ ଉଠିଲେ ହସପିଟାଲରେ ଦେଖା ମିଳୁନାହାଁନ୍ତି ଆଶାକର୍ମୀ । ସରକାରଙ୍କ ମମତା ଯୋଜନା ଠାରୁ ଆରମ୍ଭ କରି ପ୍ରସୂତୀଙ୍କ ପୂର୍ବ ଓ ପ୍ରାକ ସହାୟତା କିମ୍ବା ପ୍ରସୂତୀଙ୍କ ପରବର୍ତୀ ସହାୟତା, ମାତୃ ମୃତ୍ୟୁହାର ରୋକିବା ପାଇଁ ଆଶାକର୍ମୀଙ୍କୁ ଗ୍ରାମାଞ୍ଚଳ ଓ ସହାରାଞ୍ଚଳରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ନିଯୁକ୍ତି ଦିଆଯାଇଛି ।

ଏଥିପାଇଁ ସେମାନଙ୍କ ପାଇଁ ପ୍ରୋତ୍ସାହନର ସହାୟତା ରହିଛି । ପ୍ରସୂତୀଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଛି । ଏହା ସହ ଶିଶୁଙ୍କୁ ଟିକାକରଣ ଓ ଗର୍ଭବର୍ତୀଙ୍କୁ ଟିକାକରଣ ପାଇଁ ମଧ୍ୟ ସେମାନେ ପ୍ରୋତ୍ସାହନ ରାଶି ପାଉଛନ୍ତି । ହେଲେ ଏହି ପ୍ରୋତ୍ସାହନ ରାଶି ପାଉଥିଲେ ମଧ୍ୟ ପ୍ରସୂତୀଙ୍କୁ ଉପଯୁକ୍ତ ସେବା ସେମାନେ ଯୋଗାଉ ନାହଁନ୍ତି । ଆନୁଷ୍ଠାନିକ ପ୍ରସୂତୀ ପାଇଁ ସେମାନଙ୍କୁ ପ୍ରୋତ୍ସାହନ ଏହି ରାଶି ଦିଆଯାଉଥିଲେ ମଧ୍ୟ ସେମାନେ ପ୍ରସୂତୀକୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନ ନେଇ ସିଧାସଳଖ ସହରର ବିଭିନ୍ନ ଔଷଧ ଦୋକାନ, ଘରୋଇ କ୍ଲିନିକ ବା ଘରୋଇ ଚିକିତ୍ସା କରୁଥିବା ଡାକ୍ତରଙ୍କ ନିକଟକୁ ନେଉଥିବା ଜଣାଯାଇଛି ।

ଆସିକା ଅଞ୍ଚଳରେ ଏହି ଧାରା ଏବେ ବହୁ ମାତ୍ରାରେ ଚାଲିଛି । ସକାଳୁ ଉଠିବା ମାତ୍ରେ ଡାକ୍ତରଖାନାକୁ ନ ଯାଇ ଡାକ୍ତରଖାନା ପରିସର କିମ୍ବା ନିକଟରେ ଥିବା ଔଷଧ ଦୋକାନ କିମ୍ବା ଘରୋଇ କ୍ଲିନିକକୁ ମାଳ ମାଳ ଆଶାକର୍ମୀ ଧାଡି ବାନ୍ଧି ବୁଲୁ ଥିବା ଦେଖୀବାକୁ ମିଳୁଛି । କାଳେ ଧରାପଡିଯିବା ଭୟରେରେ ସେମାନେ ବିନା ୟୁନିଫର୍ମରେ ପ୍ରସୁତୀଙ୍କ ପରିବାର ଲୋକଙ୍କୁ ପ୍ରବର୍ତ୍ତାଇ ତାକୁଧରି ଯାଇଥାନ୍ତି ।

ଭଲ ଡାକ୍ତର, ଉତ୍ତମ ଚିକିତ୍ସା ମିଳିବ, ସରକାରୀ ଡାକ୍ତରଖାନାରେ ଭଲ ଡାକ୍ତର ସାଙ୍ଗକୁ ଭଲ ଭାକସିନ ନାହିଁ, ତେଣୁ କାହିଁକି ନେବା ଏମିତି କଥା, ଆଉ ବିିଭିନ୍ନ ଆଳ ଦେଖାଇ ସେମାନେ ପ୍ରସୂତୀଙ୍କ ମନକୁ ବଦଳାଇ ସିଧାସଳଖ କ୍ଲିନକକୁ ନେଇଥାନ୍ତି । କାରଣ ସେଠାରେ ଆଶାକର୍ମୀଙ୍କୁ ଔଷଧ ଦୋକାନ ମାନେ ମୋଟ ଅଙ୍କର ଅର୍ଥ ବା ଟଙ୍କା କିମ୍ବା କମିଶନ ଲୋଭ କରିଥାନ୍ତି । ପ୍ରତି ପ୍ରସୂତୀ ପିଛା ପାଖାପାଖୀ ୨ହଜାରୁ ୩ ତିନି ହଜାର ଟଙ୍କା କମିଶନ ମିଳୁ ଥିବାରୁ ସିଧାସଳଖ ସେଠାକୁ ନେଇ ଯାଉଛନ୍ତି ।

ଏନେଇ ମେଡିକାଲରେ କେବଳ ମମତା କାର୍ଡରେ ନାମ ଲେଖାଇ ଏଠାକୁ ଆଣୁଛନ୍ତି । ଏପରିକି ନିକଟରେ ଥିବା ବ୍ରହ୍ମପୁର ସହରକୁ ନେଉଥିବା ମଧ୍ୟ ଜଣାଯାଇଛି । ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟ କର୍ମି ସହିତ ସ୍ଥାନୀୟ କର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶିକା ଦାୟିତ୍ୱରେ ଥିବା ଡାକ୍ତର, ବିଇଇ ଜାଣିଥିଲେ ମଧ୍ୟ ନିରବ ରହୁଛନ୍ତି । ଫଳରେ ଆସିକା ଅଞ୍ଚଳରେ ପ୍ରତିଦିନ ଏଭଳି ଚିତ୍ର ଦେଖିବାକୁ ମିଳୁଛି । ପ୍ରସୂତି ରୋଗି ସିଧାସଳଖ ମେଡିକାଲକୁ ଆସିଥାନ୍ତି । ଆଉ ଅନ୍ୟ କାମ ପାଇଁ ଆଶାକର୍ମୀଙ୍କ କଥାରେ ମେଡିକାଲ ଷ୍ଟୋରକୁ ଯାଇଥାନ୍ତି ।

ଆସିକା ମେଡିକାଲରେ ସ୍ତ୍ରୀ ରୋଗ ପ୍ରସୁତୀ ଡାକ୍ତର ନାହାଁନ୍ତି । ଏସବୁକୁ ଦୃଷ୍ଟି ଦେଲେ ରୋଗି ମଧ୍ୟ ବାଧ୍ୟ ହୋଇ ଉତ୍ତମ ଚିକିତ୍ସା ପାଇଁ ଯାଉଛନ୍ତି । ଆସିକା ମେଡିକାଲ ଠାରେ ପ୍ରସୂତୀ ରୋଗୀକୁ ସିଧାସଳଖ ବ୍ରହ୍ମପୁର ମେଡିକାଲକୁ ରେଫର କରାଯାଇଥାଏ । ଏଥରୁ ମୁକ୍ତି ପାଇଁ ଆଶାଙ୍କୁ ଏବଂ ରୋଗୀକୁ ସୁଯୋଗ ମିଳିଥାଏ ବେସରକାରୀ କ୍ଲିନିକ ଓ ମେଡିସିନ ଷ୍ଟୋରରେ ଥିବା କ୍ଲିନିକୁ ଯିବା ପାଇଁ ।

ସେପେଟେ ବାଲିସିରା ଠାରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ବେଳେ ଅଧିକାଶଂ ସମୟ ରୋଗି ଚିକିତ୍ସାରୁ ବଞ୍ଚିତ ରହିଥାନ୍ତି । ସେଠାରେ କେବଳ ଆୟୁଷ ଡାକ୍ତରକୁ ଦେଖିବାକୁ ମିଳିଥାଏ । ବାଲିସିରା ମେଡିକାଲ ଠାରେ ଜଣେ ଏମବିବିଏସ ଡାକ୍ତର ରହିଥିବା ବେଳେ ସବୁବେଳେ ଅନୁପସ୍ଥିତ ଥିବା ଖୋଦ କାର୍ଯ୍ୟରତ ଆୟୁଷ ଡାକ୍ତର ମାନେ ଅଭିଯୋଗ ଆଣୁଛନ୍ତି । ଏମିତି ସ୍ଥିତିରେ ଆଶାକର୍ମୀଙ୍କୁ ପଞ୍ଚମରେ ବୃହସ୍ପତି ସୁଯୋଗ ମିଳିଥାଏ । ଏନେଇ କାର୍ଯ୍ୟରତ କର୍ମଚାରୀ କିମ୍ବା ମେଡିକାଲ ବିଭାଗୀୟଙ୍କୁ ପଚାରିଲେ କୈାଣସି ସନ୍ତୋଷ ଜନକ ଉତ୍ତର ମିଳୁନାହିଁ । ତେଣୂ ଆସିକା ଏନଏସି ଓ ୨୭ଟି ପଚାଂୟତରେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ବିପଦଜ୍ଜନକ ସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.