ଅନ୍ଧାରରେ କୁମ୍ଭାରୀ ଗାଁ ହରିଜନ ସାହି : ଗ୍ରାହକଙ୍କ ଅନୁପସ୍ଥିତିରେ ବିଦ୍ୟୁତ କାଟିଲେ

0 305

ଆସିକା,୨୦/୩ (ଶୁଣାକଥା) : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ହରିଡାପଦର ପଚାଂୟତ କୁମ୍ଭାରୀ ଗାଁ ୱାର୍ଡ – ୪ ହରିଜନ ସାହି ଏବେ ଅନ୍ଧକାର ହୋଇଛି । ଏହି ସାହିରେ ପ୍ରାୟ ୫୦ରୁ ଉର୍ଦ୍ଧ ବିଦ୍ୟୁତ ଗ୍ରାହକ ରହିଥିବା ବେଲେ ବିଦ୍ୟୁତ ଗ୍ରାହକଙ୍କ ଅନୁପସ୍ଥିତିରେ ଘରୋଇ ବିଦ୍ୟୁତ ସଂଯୋଗ ଓ ସାହିର ଷ୍ଟ୍ରିଟ ଲାଇନ ସଂଯୋଗକୁ କଟାଯାଇଥିବା ଅଭିଯୋଗ ହୋଇଛି ।
ଏହି ଗ୍ରାମରେ ସମସ୍ତ ଗ୍ରାହକ ଦିନ ମଜୁରିଆ ଭାବେ କାମ କରନ୍ତି । ପିଲା ଠାରୁ ଆରମ୍ଭ କରି ବୃଦ୍ଧ ଓ ବୃଦ୍ଧ ନିଜ ନିଜ ପରିବାରର ପେଟ ପୋଷିବା ପାଇଁ ଅଧିକାଶଂ ସମୟରେ ବାହାରେ ରହିଥାନ୍ତି । କିନ୍ତୁ ଦିନ ଦ୍ୱିପହର ସମୟରେ ଗ୍ରାମର ହରିଜନ ସାହି ବିଦ୍ୟୁତ ଗ୍ରାହକଙ୍କ ଘରୋଇ ସଂଯୋଗକୁ ଆସିକା ଚିନିଶିଳ୍ପ ନୂଆଗାଁ ବିଦ୍ୟୁତ କର୍ମଚାରୀ କାଟିଥିବା ଗାଁର ବିଦ୍ୟୁତ ଗ୍ରାହକ ମାନେ ସୁଚନା ପ୍ରଦାନ କରିଛନ୍ତି ।

ଏହି ବିଦ୍ୟୁତ କାଟିବା ଦ୍ୱାରା ଗାଁ ଏବେ ଅନ୍ଧକାରରେ ରହିଛି । ଗ୍ରୀଷ୍ମର ପ୍ରଖର ଉତାପ ସାଙ୍ଗକୁ ଗାଁ ଅନ୍ଧକାର ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରିଥିବା ଚିତ୍ର ରହିଛି । ବିଦ୍ୟୁତ କାଟ ହେବାରୁ ସମସ୍ତ ଗ୍ରାମବାସୀ ଏବେ କୁମ୍ବାରୀ ଗାଁର ମୁଖ୍ୟା ରାସ୍ତା ଉପରେ ବସିଥିବା ସୁଚନା ରହିଛି । ବିଦ୍ୟୁତ ନ ଆସିବା ପର୍ଯ୍ୟନ୍ତ ରାତି ସାରା ରାସ୍ତାରେ ବସି ସମୟ କଟାଇବେ ବୋଲି ଗ୍ରାମବାସୀ ପ୍ରତିକ୍ରିୟା ରଖିଛନ୍ତି ।

ସେପଟେ ନୂଆଗାଁ ବିଦ୍ୟୁତ ବିଭାଗ ଡିଭିଜନ-୨ ଏସଡିଓ ଜତିୁ ସିଂ ତାଙ୍କ ପାଖରେ କୈାଣସି ତଥ୍ୟ ନଥିବା କହିଥିବା ବେଳେ ନୂଆଗାଁ ବିଦ୍ୟୁତ ଡିଭିଜନ ଜେଇ ସତ୍ୟରଞ୍ଜନ ବଳ ଫୋନ ଉଠାଇନଥିଲେ । ଏପଟେ ଗ୍ରାମରେ ଅନ୍ଧକାର ଥିବାରୁ ଗାଁର ଛୋଟ ଛୁଆ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଏବଂ ବୃଦ୍ଧ, ବୃଦ୍ଧା ଏବେ ରୋଡ ଠାରେ ବସିଛନ୍ତି । କେଉଁ କାରଣରୁ ବିଦ୍ୟୁତ କଟାଯାଇଛି ତାହାର ସୁଚନା ଏବେ ଅସ୍ପଷ୍ଟ ରହିଛି ।

ଆଗକୁ ୨୦୨୪ ସାଧାରଣ ନିର୍ବାଚନ ରହିଥିବା ବେଳେ ଏଭଳି ଘଟଣା ନିଶ୍ଚିତ ଲୋକଙ୍କ ମନରେ ବିଶୃଙ୍ଖଳିତ ସୃଷ୍ଟି ହୋଇଥିବା ଜଣାପଡିଛି । କେବେ ଅନ୍ଧକାର ଦୂର ହେବ ଆଉ ଗ୍ରାମରେ ବିଦ୍ୟୁତ ଆସିବ ତାହା ଏବେ ବାକି ରହିଲା ।

Leave A Reply

Your email address will not be published.