Aska BJD Celebrated 108th Biju Babu Jayanti Under leadership of MLA Manjula SwainAska BJD Celebrated 108th Biju Babu Jayanti Under leadership of MLA Manjula Swain

ଆସିକା,୫/୩ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀରେ ଆଜି ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ତାଙ୍କ ପୁତ୍ର ଗଞ୍ଜାମ ଜୋନ ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ୱାଇଁଙ୍କ ତତ୍ୱାବାଧାନରେ ବିଜୁ ବାବୁଙ୍କ ୧୦୮ ତମ ଜୟନ୍ତି ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ବିଜୁ ଛାତ୍ର ଜନତା ଦଳ ସମସ୍ତ କର୍ମୀ ଓ ଦଳୀୟ ନେତାଙ୍କ ଦ୍ୱାରା ନିଆରା ଢଙ୍ଗରେ ବିଜୁ ବାବୁଙ୍କ ଜନ୍ମ ଦିନ ପାଳନ କରାଯାଇଥିଲା ।

ଆସିକା ବିଜେଡି ଶାଖାର ହଜାର ହଜାର ବିଜୁ ପ୍ରେମୀ ଦଳୀୟ ପତକା ଧରି ଏକ ଶୋଭାଯାତ୍ରାରେ ବାହାରି ବିଜୁ ଛକ ଠାରେ ପହଁଚି ଥିଲେ । ସେଠାରେ ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ଦଳୀୟ କର୍ମୀ ମାନେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଏହାପରେ ଆସିକା କଳାକାର ସଂଘର ସଂକୀର୍ତନ ଦଳର ତାଳେ ତାଳେ ଏକ ବିରାଟ ପଟୁଆର ନଗର ପରିକ୍ରମା ପରେ ବିଜୁ ଛକ ଠାରୁ ଆସିକା ସହର ଉପକଣ୍ଠ ଟାଉନହଲ ଠାରେ ପହଁଚି ଥିଲା । ସେଠାରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ସଭାପତିତ୍ୱରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତୋ ତଥା ଜିଲ୍ଲା ଉପସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହି, ଏମ.ତାରିଣୀ ସେନାପତି, ବିଜେଡି ନେତା ଭଗବାନ ସାହୁ, ସୂର୍ଯ୍ୟକାନ୍ତ ପରିଡା, ଜିଲ୍ଲା ସମ୍ପାଦକ ଅଭିମନ୍ୟୁ ନାହକ, ଜିଲ୍ଲାପରିଷଦ ବି.ମନୋଜ କୁମାର ଦୋରା, ବ୍ଲକ ବିଜେଡି ସଭାପତି ରାଜେଶ କୁମାର ପଟ୍ଟନାୟକ, ମହିଳା ବିଜେଡି ନେତ୍ରୀ ଏମ.ରଶ୍ମିତା ସେନାପତି, ସରପଚଂ ଜୟନ୍ତି ବେହେରା, ବିଜେଡି ନେତା ସମିର କୁମାର ବେହେରା, ଏନଏସି ଉପାଧ୍ୟକ୍ଷା ଜୟନ୍ତି ବିଷୋୟୀ, ବିଜେଡି ନେତା ଜିତେନ୍ଦ୍ର ବିଷୋୟୀ,ସିଦ୍ଧନଇ ପଚାଂୟତ ପୂର୍ବତନ ସରପଚଂ ତଥା ବିଜେଡି ନେତା ନନ୍ଦ କୁମାର ବିଷୋୟୀ, ପୂର୍ବତନ ସମିତିସଭ୍ୟ ସନ୍ତୋଷ ନାୟକ, ପୂର୍ବତନ ଜିଲ୍ଲାପରିଷଦ ଗୈାରହରି ବେହେରା, ଜିଲ୍ଲାପରିଷଦ ତନ୍ମୟୀ ନାହକ, କବିସୂର୍ଯ୍ୟନଗର ବ୍ଲକ ଚେୟାର ମ୍ୟାନ ଜ୍ୟୋର୍ତିମୟୀ ସ୍ୱାଇଁ, ଆସିକା ବ୍ଲକ ଉପାଧ୍ୟକ୍ଷା ଏସ. ରେଶମା ଦୋରା, ବିଜେଡି ନେତା ସନ୍ତୋଷ ପୋଲାଇ, ଖାରିଆ ସରପଚଂ ଜୟନ୍ତି ସାହୁ, ପୂର୍ବତନ ଡିଆରଡିଏ ଅଧ୍ୟକ୍ଷ ସୁରଥ ପ୍ରଧାନ, କବିସୂର୍ଯ୍ୟନଗର ଯୁବ ବିଜେଡି ସଭାପତି ରବିନ୍ଦ୍ର ମଲ୍ଲୀକ, ବିଜୁ ଛାତ୍ର ଜନତା ଦଳ ସଦସ୍ୟ କାହ୍ନୁ ଦଲାଇ, ପ୍ରତାପ ଚନ୍ଦ୍ର ପ୍ରଧାନ, ଭଗବାନ ସ୍ୱାଇଁ, ଜୟସେନ ସ୍ୱାଇଁ, ଯୁବ ବିଜେଡି ନେତା ବିଜୟ ନାହକ ଯୋଗ ଦେଇଥିଲେ ।

ଓଡିଶା ତଥା ଦେଶର ରାଜନୈତିକ ଇତିହାସରେ ଏକ ଅବିସ୍ମରଣୀୟ ଦିନ ହେଉଛି ମାର୍ଚ୍ଚ ୫ ତାରିଖ । ଓଡିଶା ସରକାର ଏହି ଦିନକୁ ପଚାଂୟତିରାଜ ଦିବସ ରୁପେ ପାଳନ କରୁଥିବା ବେଳେ ରାଜନୈତିକ ଦୃଷ୍ଟିରୁ ଏହି ଦିବସର ଗୁୁରୁତ୍ୱ ଅଧିକ ରହିଛି । ୧୯୧୬ ମାର୍ଚ୍ଚ ୫ ତାରିଖରେ ବିଜୁ ବାବୁ ଜନ୍ମ୍ ହୋଇଥିଲେ । ୧୯୯୦ ର ଏହି ଦିବସରେ ବି ସେ ଓଡିଶାର ମୂଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ବାର ଶପଥ ନେଇଥିଲେ । ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ୨୦୦୦ ମସିହାର ମାର୍ଚ୍ଚ ୫ ତାରିଖରେ ଓଡିଶାର ମୂଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ଲଗାତର ୫ ଥରରେ ୨୪ ବର୍ଷ ଧରି ଏହି ଦାୟତ୍ୱ ସମ୍ପାଦନ କରି ଆସୁଥିବା ବେଳେ ଏବେ ତାଙ୍କ ମୂଖ୍ୟମନ୍ତ୍ରିତ୍ୱର ୨୫ ବର୍ଷ ଚାଲୁଥିବା ବିଧାୟିକା ମଞ୍ଜୁଳା ସ୍ୱାଇଁ ମତବ୍ୟକ୍ତ କରିଥିଲେ ।

ଦିର୍ଘ ୫୧ ବର୍ଷ ଧରି ବିଜୁବାବୁ ନିର୍ବାଚନ ରାଜନୀତିରେ ମଙ୍ଗୁଆଳ ଭୂମିକା ନିର୍ବାହ କରିବା ସହ ବହୁ ନେତା, ମନ୍ତ୍ରୀ, ମୂଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ବିଧାୟକ, ସାଂସଦ ଓ ସକ୍ରିୟ କର୍ମୀ ସୃଷ୍ଟି କରିଛନ୍ତି । ତେବେ ଏହି କାଳଖଣ୍ଡ ମଧ୍ୟରେ ସେ ତାଙ୍କ ପରିବାରର କାହାକୁ ରାଜନୀତି କ୍ଷେତ୍ରକୁ ଆଣିନାହାଁନ୍ତି । ତାଙ୍କ ମହାପ୍ରୟାଣ ପରେ ଓଡିଶାର ଜନତା ଦଳର ନେତା ଓ ସାଧାରଣ ଜନତାଙ୍କ ଆଗ୍ରହକ୍ରମେ ସାନପୁଅ ନବୀନ ପଟ୍ଟନାୟକ ରାଜନୈତିକ କ୍ଷେତ୍ରକୁ ଆସି ଆସିକା ଲୋକସଭା କ୍ଷେତ୍ରରୁ ଉପନିର୍ବାଚନରେ ବିଜୟୀ ହୋଇଥିଲେ ।

ସେହିବର୍ଷ ଡିସେମ୍ବର ମାସରେ ଦଳର କର୍ମୀ ଓ ନେତା ମାନଙ୍କ ଆଗ୍ରହକ୍ରମେ ତାଙ୍କ ନେତୃତ୍ୱରେ ଗଢାଗଲା ବିଜୁ ଜନତା ଦଳ । ଲଗାତର ମୂଖ୍ୟମନ୍ତ୍ରୀ ରହିବା କ୍ଷେତ୍ରରେ ନବୀନ ପଟ୍ଟନାୟକ ରାଜ୍ୟର ନୂଆ ରେକର୍ଡ କରିବା ସହ ଜାତୀୟ ସ୍ତରର ରେକର୍ଡ ଭାଙ୍ଗିଛନ୍ତି । ରାଜ୍ୟର ଅର୍ଥନୀତି, ରାଜନୀତି ଆଦିରେ ସୁଧାର ଆଣିବା ସହ ବିକାଶର ନୂଆ ପରିଭାଷା ସୃଷ୍ଟି କରି ସେ କେବଳ ରାଜ୍ୟ ନୁହେଁ, ଦେଶ ବିଦେଶରେ ମଧ୍ୟ ଚର୍ଚ୍ଚିତ ହେଉଛନ୍ତି ।

ଏ ପରିପ୍ରେକ୍ଷୀରେ ମାର୍ଚ୍ଚ ୫ ରେ ବିବୁ ବାବୁଙ୍କ ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଏହି ଦିନରେ ଓଡିଶାର ମୂଖ୍ୟମନ୍ତ୍ରୀ ପଦରରେ ନବୀନ ପଟ୍ଟନାୟକଙ୍କ ୨୪ ପୂରି ୨୫ ବର୍ଷ ଚାଲିବା ଅବସରରେ ଅନେକ ଅନେକ ଶୁଭକାମନା କରିଥିଲେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ଦଳୀୟ କର୍ମକର୍ତା ।

ଏହି କାର୍ଯ୍ୟକ୍ରମରେ ଆସିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ପୂର୍ବତନ ନଗର ସଭାପତି ସରୋଜ କୁମାର ସାହୁ ଏବଂ ପ୍ରାକ୍ତନ କର୍ମଚାରୀ ସଂଘ ନେତା ଓ ରାଜ୍ୟ ଅମଲାତନ୍ତ୍ର ସଂଘର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ତ୍ରିପାଠୀ ବିଜୁ ବାବୁଙ୍କ ନିତୀ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ଉପସ୍ଥିତିରେ ବିଜୁ ବାବୁଙ୍କ ଜୟନ୍ତିରେ ବିଧିବଦ୍ଧ ଭାବେ ବିଜେଡି ଦଳରେ ସାମିଲ ହୋଇ ଲୋକଙ୍କ ସେବା କରିବା ପାଇଁ ଶପଥ ପାଠ କରିଥିଲେ ।