Girls Self Defense Training Camp at Aska Science CollegeGirls Self Defense Training Camp at Aska Science College

ଆସିକା,୨/୩ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆଜି ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ. ସନ୍ତୋଷ କୁମାର ଚୈାଧୁରୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲା ।

ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଆସିକା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବସରପ୍ରାପ୍ତ ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ, ମୁଖ୍ୟବକ୍ତା ଭାବେ ଆସିକା ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ଲୋକନାଥ ବେଜ, ଓଡିଆ ବିଭାଗୀୟ ମୁଖ୍ୟ ଡଃ.ସ୍ମିତାରାଣୀ ପଣ୍ଡା ପ୍ରମୁଖ ଯୋଗ ଦେଇ ମଞ୍ଚାସୀନ ଥିଲେ ।

ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ବେଦ ମନ୍ତ୍ରପାଠ ଧ୍ୱନୀରେ ପ୍ରଦିପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ କାର୍ଯ୍ୟକ୍ରମ ସଂଯୋଜିକା ମିନତି ବେହେରା ଅତିଥି ମାନଙ୍କ ପ୍ରଦାନ ସାଙ୍ଗକୁ ଓଡିଶା ସରକାରଙ୍କ ନିର୍ଦ୍ଧେଶକ୍ରମେ ନାରୀ ସଶକ୍ତିକରଣ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିବା ସୂଚନା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମ ଆଜି ୨.୩.୨୦୨୪ ତାରିଖ ଠାରୁ ଆରମ୍ଭ ହୋଇ ୩୦.୩.୨୦୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ମହାବିଦ୍ୟାଳୟର ଯୁକ୍ତ ତିନି ଛାତ୍ରୀ ମାନଙ୍କ ଏହି ତାଲିମ ଶିବିର ଅନୁଷ୍ଟିତ ହୋଇଥିବା ବେଳେ ଆତ୍ମ ସୁରକ୍ଷା କୈାଶଳର ସଦବିନିଯୋଗ କରି ତାଲିମ ପ୍ରାପ୍ତ ପାଇଁ ଉପସ୍ଥିତ ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ।

ଆଜିର କୁତ୍ସିତ ସମାଜରେ ଦୈନନ୍ଦିନ ସମାଜରେ ନାରୀ ମାନଙ୍କ ପ୍ରତି ହେଉଥିବା ଅହେତୁକ ଯୈାନ ଉତ୍ପୀଡନ, ଅତ୍ୟାଚାର, ବ୍ୟଭିଚାର, ଅଶ୍ମିଳ ଇଙ୍ଗିତ ତଥା ମନ୍ତବ୍ୟ, ପାରିବାରିକ ହିଂସା, ଯୌତୁକ ନିର୍ଯ୍ୟାତନା, ଏସିଡ ଫିଙ୍ଗିବା, ଅସଦାଚାରଣ ଆଦି ବୈମାନୁଷିକ ଆଚରଣ ତଥା କାର୍ଯ୍ୟକଳାପରୁ ରକ୍ଷା ପାଇଁ ଓଡିଶା ସରକାରଙ୍କ ଏଭଳି ପଦକ୍ଷେପ ସ୍ୱାଗତ ଯୋଗ୍ୟ ବୋଲି ଉପସ୍ଥିତ ଅତିଥି ମାନେ ପ୍ରସଂଶା ସାଙ୍ଗକୁ ସାଧୁବାଦ ଜ୍ଞାପନ କରିଥିଲେ ।

ଏହା ସହିତ ଛାତ୍ରୀ ମାନଙ୍କ ମାନସିକ ତଥା ଶାରିରୀକ ବିକାଶରେ ମଧ୍ୟ ଆତ୍ମ ସୁରକ୍ଷା ତାଲିମର ଆବଶ୍ୟକତା ରହିଛି । ଆତ୍ମ ସୁରକ୍ଷା ନାରୀ ସଶକ୍ତିକରଣର ଏକ ଅଂଶ ବିଶେଷ ବୋଲି ମୁଖ୍ୟବକ୍ତା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକାନାଥ ବେଜ ତାଙ୍କ ବକ୍ତବ୍ୟରେ କହିଥିଲେ ।

ଏହି ଶିବିରରେ ମାଷ୍ଟର ଟ୍ରେନର ପ୍ରାକ୍ତନ ଛାତ୍ରୀ ଶିବାନୀ ମହାରଣା ଓ ଲିଜାରାଣୀ ପାତ୍ର ପ୍ରଶିକ୍ଷିକା ଦାୟିତ୍ୱ ତୁଲାଇବା ସାଙ୍ଗକୁ ଆତ୍ମ ସୁରକ୍ଷା ତାଲିମର କେତେକ ନିତ୍ସକ କୈାଶଳ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆତ୍ମ ସୁରକ୍ଷା କ୍ଲବର ଅଧ୍ୟାପିକା ଶୈଲ କୁମାରୀ ଝା, ରେଶମା ପାତ୍ର, ଡଃ.ଜିନିତ ସବା ଓ କୁନିକା ଦାଶ ତାଲିମ ଶିବିରର ସମସ୍ତ କାର୍ଯ୍ୟକୁ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଏହି ଶିବିରକୁ ସଂଯୋଜିକା ଅଧ୍ୟାପିକା ରଶ୍ମିପ୍ରିୟା କାଲୋ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।