ଆସିକା ବିଧାୟିକା ବିରୋଧୀ ମଚଂ ବିଜେଡି ଗୋଷ୍ଠି ପକ୍ଷରୁ ବିଜୁ ବାବୁଙ୍କ ୧୦୮ ଜୟନ୍ତି ପାଳିତ

0 371

ଆସିକା,୫/୩ (ଶୁଣାକଥା) ମନୋଜ କୁମାର ନାୟକ : ଆସିକା ନିର୍ବାଚନ ମଣ୍ଡଳୀରେ ବିଧାୟିକା ବିରୋଧୀ ମଚଂ ବିିଜେଡି ଗୋଷ୍ଠୀ ପକ୍ଷରୁ ଆଜି ବିଜୁ ବାବୁଙ୍କ ୧୦୮ ତମ ଜୟନ୍ତି ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ଆସିକା ବିଜେଡି ନଗର ସଭାପତି ତଥା ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁଙ୍କ ତତ୍ୱାବାଧାନରେ ବିଜୁ ଜୟନ୍ତି ପାଳିତ ହୋଇଥିବା ବେଳେ ଦକ୍ଷିଣାଚଂଳ ଜୋନ ସରପଚଂ ସଂଘ ସଭାପତି ତଥା କେନ୍ଦୁପଦର ସରପଚଂ ଭବାନୀ ଶଙ୍କର ମଳିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ, କବିସୂର୍ଯ୍ୟନଗର ବ୍ଲକ ଉପାଧ୍ୟକ୍ଷ ବିରେନ୍ଦ୍ର ଖଟାଇ, ବରିଷ୍ଠ ଆଇନଜୀବୀ ଅଜିତ କୁମାର ଚୈାଧୁରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷା କଳ୍ପନା ଭୋଳ, କାଳଷଣ୍ଡପୁର ସମିତିସଭ୍ୟା ଡଲିରାଣି ଦାଶ, ଖଣ୍ଡଦେଉଳି ସରପଚଂ ଆରତୀ ଦେବୀ ବିଷୋୟୀ, ସରପଚଂ ନିଳାଚଂଳ ଗୈାଡ, ଜୟପୁର ସମିତିସଭ୍ୟ ଅମିତ ନାହକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳିକ, ବିଜେଡି ନେତା ବଂଶୀଧର ନାହକ, ପୂର୍ବତନ ସରପଚଂ ଅମୂଲ୍ୟ ଉପାଧ୍ୟାୟ, ବିଜେଡି ନେତା ସନ୍ତୋଷ ଉପାଧ୍ୟୟ, ସାଂସଦ ପ୍ରତିନିଧି ସତ୍ୟବାନ ସାହୁ, ଟୁକୁନା ପରିଡା, ଭରତ ନାହକ, ପୂର୍ବତନ ସରପଚଂ ଦେବରାଜ ପାତ୍ର, ବିଶ୍ୱନାଥ ଜେନା, ସୁରେଶ ଚନ୍ଦ୍ର ପାତ୍ର, ସୂର୍ଯ୍ୟନାରାୟଣ ପ୍ରଧାନ, ବବିତା ପ୍ରଧାନ, ରାକେଶ ପ୍ରଧାନ, ରାଜଲକ୍ଷ୍ମୀ ଦାଶ, ଝୁନୁଲତା ଦାଶ, ବିବିନା କୁମାରୀ ରାଉତ, ଉମାରାଣୀ ବେହେରା, ମୋହନ ବାରିକ, ଗୀତା ଜାନୀ, କୁନି ସ୍ୱାଇଁ, କିଶୋର ଚନ୍ଦ୍ର ପ୍ରଧାନ, ପ୍ରମୋଦ ବିଷୋୟୀ, ମାମୁଢ଼ି଼ହ ଭଗବାନ ନାହାକ ସାଙ୍ଗକୁ ଆସିକା ଏନଏସିର ସମସ୍ତ କାଉନସିଲର, ବହୁ ସରପଚଂ, ସମିତି ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଏକ ବିରାଟ ପଟୁଆର ଆସିକା ହରିହର ହାଇସ୍କୁଲ ପଡିଆ ଠାରୁ ବାହାରି ସହର ପରିକ୍ରମା କରି ବିଜୁ ଛକ ଠାରେ ପହଁଚି ଥିଲା । ସେଠାରେ ଉପସ୍ଥିତ ଦଳୀୟ ନେତାଙ୍କ ଦ୍ୱାରା ବିଜୁ ବାବୁ୍‌ଙ୍କ ପ୍ରତିମୂର୍ତି ପୁଷ୍ପାମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ଆସିକା ସବଡିଭିଜନ ମେଡିକାଲ ଠାରେ ସମସ୍ତ ରୋଗୀଙ୍କୁ ମିଷ୍ଟାନ୍ନ ଓ ଫଳ ବଟଂନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।

ବିଜୁ ବାବୁଙ୍କ ୧୦୮ ତମ ଜୟନ୍ତି ଅବସରରେ ଆସିକା ହରିହର ହାଇସ୍କୁଲ ପଡିଆ ଠାରେ ଏକ ସଭା କାର୍ଯ୍ୟକ୍ରମ ହୋଇଥିଲା । ଏହି ସଭା କାର୍ଯ୍ୟକ୍ରମ ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁଙ୍କ ସଭାପତିତ୍ୱରେ ହୋଇଥିଲା । କେନ୍ଦୁପଦର ସରପଚଂ ଭବାନୀ ଶଙ୍କର ମଳିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବରିଷ୍ଠ ଆଇନଜୀବୀ ଅଜିତ ଚୈାଧୁରୀ ମଚଂ ପରିଚାଳନା କରିଥିଲେ ।

ବିଜୁ ବାବୁ ଉଚ୍ଚତାରେ ନୁହେଁ, ବ୍ୟକ୍ତିତ୍ୱରେ ଥିଲେ ସେ ଟଲମ୍ୟାନ । ତାଙ୍କର ବିଶାଳ ହୃଦୟ, ବିଚକ୍ଷଣ କାର୍ଯ୍ୟଶୈଳୀ ଓ ମହାନୁଭବତା ତାଙ୍କୁ କେବଳ ଓଡିଶାର ଭୈାଗୋଳିକ ସୀମା ମଧ୍ୟରେ ସୀମିତ କରି ରଖିନଥିଲା । ସେ ଥିଲେ ଜନତାର ନେତା, ରାଷ୍ଟ୍ରନୀତିଜ୍ଞ । କେବଳ ପ୍ରବାଦ ପୁରୁଷ କହିଲେ ଯଥେଷ୍ଟ ହେବନାହିଁ । ଝଡର ଇଗଲ ଓ ମାଟିର ମୂର୍ତିକାର ବି ପର୍ଯ୍ୟାପ୍ତ ନୁହେଁ । ଜୀବନ ସାରା ନଜିର ପରେ ନଜିର ସୃଷ୍ଟି କରିବାରେ ହିଁ ତାଙ୍କର ରେକର୍ଡ ରହିଛି । ସେ ହେଉଛନ୍ତି ବିଜୟାନନ୍ଦ ପଟ୍ଟନାୟକ । ସବୁରି ପ୍ରିୟ ବିଜୁ ପଟ୍ଟନାୟକ ।

ବିଜୁ ପଟ୍ଟନାୟକଙ୍କ ଜନ୍ମ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଓ ଦେହାବସାନ ୧୯୯୭ ମସିହା ଏପ୍ରିଲ ୧୭ ତାରିଖ । ଦିର୍ଘ ୮୧ ବର୍ଷର ଜୀବନ ଯାତ୍ରା । ଏହି ଘଟଣା ବହୁଳ ଜୀବନ ଭିତରେ ସେ ଛାଡିଯାଇଛନ୍ତି ଅନେକ ସ୍ମତି । ଯାହା ଚରିକାଳ ଅମଳିନ ହୋଇ ରହିବ ବୋଲି ଉପସ୍ଥିତ ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ।

ଅନ୍ୟପଟେ ନିକଟରେ ସାଧାରଣ ନିର୍ବାଚନ ଥିବାରୁ ଆସିକା ବିଜେଡି ମଧ୍ୟରେ ବିଧାୟିକା ବିରୋଧ ମଚଂ ସଂଘ ପକ୍ଷରୁ ବିଧାୟିକାଙ୍କ ମନୋମୂଖୀ କାର୍ଯ୍ୟକଳାପକୁ ଆକ୍ଷେପ କରାଯାଇଥିଲା । ତେଣୂ ମା ଓ ପୁଅକୁ ହଟାଅ ବୋଲି ଦାବୀ ଜୋର ଧରିଥିଲା । ଆଗାମୀ ଦିନରେ ଯେପରି ମା ପୁଅକୁ ଗାଦିରେ ନ ବସାଇବା ପାଇଁ ଦୃଢ ପ୍ରତିବାଦ କରାଯାଇଥିଲା ।

ଆସିକା ବ୍ଲକର ୨୭ଟି ପଚାଂୟତର ସରପଚଂ, ସମିତି ଏବଂ କବିସୂର୍ଯ୍ୟନଗର ବ୍ଲକ ସରପଚଂ, ସମିତିସଭ୍ୟ ବିଜୁ ଜୟନ୍ତିରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରି ବିଧାୟିକାଙ୍କ ଅସଲ ମୂଖା କଣ ରହିଛି ତାକୁ ପ୍ରତିକ୍ରିୟା ଦେଇ ଜନସାଧାରଣଙ୍କୁ ଜଣାଇଛନ୍ତି ।

Leave A Reply

Your email address will not be published.