ଆସିକା ଝଗଡେଇ ଗୁମ୍ପାରେ ବିଜେଡି ଓ ବିଜେପି ଭିତରେ ହାତଗଣ୍ଠି ପକାଇଲା କଂଗ୍ରେସ

0 533

ଆସିକା,୨୨/୨ (ଶୁଣାକଥା) ମନୋଜ କୁମାର ନାୟକ : ବିଜେଡି କନ୍ୟାକୁ ବିଜେପି ବର । ଏଭଳି ଏକ ନିଆରା ଢଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରତିବାଦ ସ୍ୱରୂପ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଆସିକା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ପ୍ରକାରର ବାହାଘର । ପ୍ରଦେଶ କଂଗ୍ରେସ ନିର୍ଦ୍ଧେଶକ୍ରମେ କେନ୍ଦ୍ରର ବିଜେପି ସରକାର ସହ ରାଜ୍ୟର ବିଜେଡି ସରକାରଙ୍କ ମଧ୍ୟରେ ବିବାହ ଉତ୍ସବ କରାଇଛି କଂଗ୍ରେସ ।

ଆସିକା ନିର୍ବାଚନୀ ମଣ୍ଡଳୀ କଂଗ୍ରେସ ଯୁବ ନେତା ତଥା ବିଧାୟକ ପ୍ରାର୍ଥୀ ଦିପକ କୁମାର ଭୂୟାଁଙ୍କ ନେତୃତ୍ୱରେ ବାଲିଛାଇ ପଚାଂୟତ ଝଗଡେଇ ଗୁମ୍ପା ଠାରେ ବିବାହ ଉତ୍ସବ ଆୟୋଜିତ ହୋଇଥିଲା । ହିନ୍ଦୁ ରିତିନୀତି ଅନୁଯାୟୀ ବ୍ରାହ୍ମଣ ମନ୍ତ୍ରପାଠରେ ଅବିକଳ ସେମିତି ଢଙ୍ଗରେ ହୋମ, ହସ୍ତଗଣ୍ଠି, ସିନ୍ଦୁର ପିନ୍ଧାଯାଇ ବିବାହ ସମ୍ପନ୍ନ କରାଯାଇଥିଲା ।

ଶେଷରେ ବାଦ୍ୟ ବାଜଣାରେ ଏକ ବିବାହ ପ୍ରୋସେସନ ସାଙ୍ଗକୁ ଭୋଜି କାର୍ଯ୍ୟକ୍ରମ କରାଯାଇଥିଲା । ଉଭୟ ଭ୍ରଷ୍ଟାଚାର ସରକାରଙ୍କ ବିରୋଧରେ ଆଗାମୀ ସାଧାରଣ ନିର୍ବାଚନରେ ଜନସାଧାରଣ ତାର ଉଚିତ ଜବାବ ଦେବେ ବୋଲି ବିଧାୟକ ପ୍ରାର୍ଥୀ ଦିପକ କୁମାର ଭୂୟାଁ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଚାଷୀ ତଥା କଂଗ୍ରେସ କର୍ମୀ ବିଭୂତି ଭୂଷଣ ନାହକ, ଗୁଣ୍ଠପଡା ସରପଚଂ ପ୍ରାର୍ଥୀ ପରମେଶ୍ୱର ପାତ୍ର, ଜିଲ୍ଲା ପରିଷଦ ଜୋନ ନମ୍ବର-୨ ପ୍ରାର୍ଥୀ ହର୍ଷ କୁମାର ରାଉତ ସାଙ୍ଗକୁ ଗୁଣ୍ଠପଡା, ବାଲିଛାଇ, ବାଲିସିରା ପଚାଂୟତରୁ ହଜାରରୁ ଉର୍ଦ୍ଧୀ କର୍ମୀ ବିବାହ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

Leave A Reply

Your email address will not be published.