ଆସିକା,୧୯/୨ (ଶୁଣାକଥା) ମନୋଜ କୁମାର ନାୟକ : ବହୁ ଅବହେଳିତ ଓ ପ୍ରତିକ୍ଷିତ ନ୍ୟାର୍ଯ୍ୟ ଅଣଆର୍ଥିକ ଦାବୀ ନେଇ ଆଜି ଆସିକା ତହସିଲ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ଆସିକା ଶାଖା ପକ୍ଷରୁ ସମୂହକାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି ।
ଏହି ଆନ୍ଦୋଳନ ରେଭନ୍ୟୁ ସୁପରଭାଇଜର ବିଶ୍ୱନାଥ ଲେଙ୍କାଙ୍କ ନେତୃତ୍ୱରେ ହୋଇଥିବା ବେଳେ ରେଭନ୍ୟୁ ସୁପରଭାଇଜର ସୁନିଲ କୁମାର ମହାରଣା, ରେଭନ୍ୟୁ ଇନ୍ସପେକ୍ଟର ବିଭୂ ପ୍ରସାଦ ତ୍ରିପାଠୀ, ସ୍ୱରାଜ କୁମାର ଗୈାଡ, ପ୍ରଫୁଲ କୁମାର ଭୂୟାଁ, ସୁନିଲ କୁମାର ଗୌଡ, ରଘୁନାଥ ପ୍ରଧାନ, ଭାଗିରଥୀ ବେହେରା, ଶଶ୍ମିତା କୁମାର ବିଶ୍ୱାଳ, ବିଷ୍ଣୁ ପ୍ରିୟା ରାଉତ, ଅରୁଣା ରାଣୀ ଆଚାରୀ, ଅମ୍ରିତା ତ୍ରିପାଠୀ, ଆସିଷ୍ଟାଟଂ ରେଭନ୍ୟୁ ଇନ୍ସପେକ୍ଟର ରାଜେନ୍ଦ୍ର ପାତ୍ର, ସୁଶାନ୍ତ କୁମାର ଜାନି, ଶର୍ମିଷ୍ଠା ବେହେରା, ନିକତା ମହାନ୍ତି, ରାଧାରାଣୀ ମୁଦୁଲି ପ୍ରମୁଖ ସମୂହକାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ ।
୬ ଦଫା ଦାବୀ ନେଇ ଗତ ଜାନୁୟାରୀ ୨୫ ତାରିଖ ଦିନ ଉଚ୍ଚ କର୍ତୃପକ୍ଷ ସାଙ୍ଗକୁ ଉପଜିଲ୍ଲାପାଳଙ୍କ ଠାରେ ଦାବୀ ପତ୍ର ଉପସ୍ଥାପନ କରିଥିଲେ । କିନ୍ତୁ କୈାଣସି ସୁଫଳ ନ ମିଳିବାରୁ ଆଜି ଚରମ ନିଷ୍ପତି ଗ୍ରହଣ କରି ଧାରଣାରତରେ ବସିଛନ୍ତି ।
ଓଡିଆରଏସ ନିୟମ ଅନୁଯାୟୀ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର ପୁର୍ନଗଠନ କରିବା, ସହକାରୀ ରାଜସ୍ୱ ନିରୀକ୍ଷକଙ୍କର ବେତନ ସଂରଚନାରେ ପରବର୍ତୀ ସ୍ତର ଓଆରଏସପି ସ୍ତର -୮ (ସେଲ-୧) ଏବଂ ୯୦ ପ୍ରତିଶତ ରାଜସ୍ୱ ନିରୀକ୍ଷକ ପୋଷ୍ଟକୁ ପଦୋନ୍ନତି ପୋଷ୍ଟ ଭାବେ ସ୍ଥିର କରିବା ନେଇ ଦାବୀ ରଖିଥିଲେ ।
ଅନ୍ୟ ଦାବୀ ମଧ୍ୟରେ ଆସିଷ୍ଟାଟଂ ଆର.ଆଇଙ୍କ ଦରମା ୨୮୦୦ ଟଙ୍କାକୁ ବୃଦ୍ଧି, ରାଜସ୍ୱ ସୁପରଭାଇଜର ପଦକୁ ଅତିରିକ୍ତ ତହସିଲଦାର ପଦବୀ କରିବା, ଗ୍ରେଡେସନ ତାଲିକା କରି ଓଆରଏସ ପ୍ରମୋସନ କରିବା, ୧.୧.୨୦୦୬ ତାରିଖରୁ ଆର.ଆଇ ଏବଂ ଆର.ଏସ ର ବେତନ ବର୍ଦ୍ଧିତ ସ୍କେଲର ଧାର୍ଯ୍ୟ କରିବା, ଆର.ଆଇ ସେକ୍ସନରେ ପିଅନ ନିଯୁକ୍ତି କରିବା ଦାବୀ ଏବଂ ଶେଷରେ ଅନ୍ୟ ବିଭାଗ କାର୍ଯ୍ୟରୁ ନିବୃତ କରିବା ପାଇଁ ଦାବୀ ଉପସ୍ଥାପନ କରାଯାଇଛି । ଯଦି ଉଚ୍ଚ କର୍ତୃପକ୍ଷ ଏସବକୁ ପୂରଣ ନ କରିନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ରହିବ ବୋଲି ପ୍ରତିକ୍ରିୟା ରଖିଥିଲେ ।