Candidates for the party ticket will be selected by the Central leadership: District Congress PresidentCandidates for the party ticket will be selected by the Central leadership: District Congress President

ଆସିକା,୨୨/୨ (ଶୁଣାକଥା) ମନୋଜ କୁମାର ନାୟକ : ଆଜି ଗଞ୍ଜାମ ଜିଲ୍ଲା ପଶ୍ଚିମ ଭାଗ ଜିଲ୍ଲା ସଭାପତି ରବିନ୍ଦ୍ର ନାଥ ଶର୍ମା ନିଜ ବାସଗୃହ ଠାରେ ପୋଲସରା ଜିଲ୍ଲା ସାଧାରଣ ସମ୍ପାଦକ ଅଗସ୍ତି ବରାଡ, ଭଞ୍ଜନଗର ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବିଷୋୟୀଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି । ସେ ତାଙ୍କ ବିବୃତିରେ କଂଗ୍ରେସ ଦଳ ଆଗାମୀ ସାଧାରଣ ନିର୍ବାଚନରେ ଏ.ଆଇ.ସି.ସିର ନିଷ୍ପତିରେ ବିଧାୟକ ଓ ସାଂସଦ ଟିକଟ କାହାକୁ ଦିଆଯିବ ତାହା ନିଷ୍ପତି କରିବା ସହ ଡି.ସି.ସି କିମ୍ବା ପି.ସି.ସି କୈାଣସି ହସ୍ତକ୍ଷେପ କରିପାରିବେନି ବୋଲି ସୂଚନା ପ୍ରଦାନ କରିଛନ୍ତି ।

ଏ.ଆ.ସି.ସି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ସମସ୍ତ ଆଶାୟୀ ପ୍ରାର୍ଥୀଙ୍କ ତଥ୍ୟ ସଂଗ୍ରହ କରୁଛି । ଉପଯୁକ୍ତ ପ୍ରାର୍ଥୀଙ୍କ ସମସ୍ତ ତଥ୍ୟକୁ ଆଧାର କରି ଦଳ ନିଷ୍ପତି ନେବ । କୈାଣସି ବିଶୃଙ୍ଖଳା ଦଳ ବରଖାସ୍ତ କରିବ ନାହିଁ । ସମସ୍ତ ମନାନ୍ତର ମତାନ୍ତର ଦୂର କରି କର୍ମୀଙ୍କୁ କଂଗ୍ରେସ ଦଳ ପାଇଁ କାମ କରିବାକୁ ସେ ନିଜ ମତବ୍ୟକ୍ତ ପ୍ରଦାନ କରିଥିଲେ ।

ପ୍ରକାଶ ଥାଉକି କଂଗ୍ରେସ ଦଳ ଆସିକାରେ ନବକଳେବର ହୋଇଛି । ନିଜ ସମସ୍ତ ପୁରୁଣା କଂଗ୍ରେସ ଦଳକୁ ବହୁମତରେ ଜୟଯୁକ୍ତ କରିବାକୁ ସମସ୍ତ ଚେଷ୍ଟା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ କରାଯାଇଥିଲା । କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଅନଲାଇନ ଆପ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଥିଲା । ତାହା ବର୍ତମାନ ଶେଷ ହୋଇଥିବା ପ୍ରକାଶ କରିଥିଲେ ।

ଜିଲ୍ଲାର ସମସ୍ତ ବିଧାନସଭା ଓ ଲୋକସଭାରେ ଦଳୀୟ ପ୍ରାର୍ଥୀ ନିର୍ବାଚନ ଲଢିବେ । କିନ୍ତୁ ଦଳୀୟ ପ୍ରାର୍ଥୀ ଟିକେଟ ଦେବାର ଅଧିକାର ଜିଲ୍ଲା ବା ରାଜ୍ୟ ନେତୃତ୍ୱ ପାଖରେ ନାହିଁ । ଏହା କେବଳ ନିର୍ଭର କରୁଛି କେନ୍ଦ୍ରୀୟ ନେତୃତ୍ୱଙ୍କ ଉପରେ । ଯେଉଁ ମାନେ ଆବେଦନ କରୁଛନ୍ତି, କେନ୍ଦ୍ରୀୟ ନେତୃତ୍ୱ ତର୍ଜମା କରି ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରିବେ । ତେଣୁ ଦଳୀୟ ଟିକେଟକୁ ନେଇ କେହି ମନରେ ଦ୍ୱନ୍ଦ ରଖନ୍ତୁ ନାହିଁ ବୋଲି ସୁଚନା ପ୍ରଦାନ କରାଯାଇଥିଲା ।