ଆସିକା ବିଧାନସଭା କ୍ଷେତ୍ର : ଏଥର ସମସ୍ତଙ୍କ ପ୍ରୀୟ ବିଜେଡି ଆଶାୟୀ ପ୍ରାର୍ଥୀ ଭାବେ ମନୋଜ କୁମାର ନାହକ

0 1,168

ଆସିକା,୧/୪ (ଶୁଣାକଥା) ମନୋଜ କୁମାର ନାୟକ : ଆସିକା ବିଧାନସଭା କ୍ଷେତ୍ରରେ ଏବେ ରାଜନୈତିକ ଉଷ୍ମତା ଜୋର ଧରିଥିବା ବେଳେ ମନୋଜ କୁମାର ନାହକ ନିଜର ସ୍ୱତନ୍ତ୍ ପରିଚୟ ସୃଷ୍ଟି କରିଛନ୍ତି । ଏଠାରେ ବିଜେଡିର ଦବଦବା ରହିଥିବା ବେଳେ ଚଳିତ ନିର୍ବାଚନ ପାଇଁ ଆସିକା ନିର୍ବାଚନ ମଣ୍ଡଳୀରେ ଡଜେନ ଡଜେନ ଆଶାୟୀ ପ୍ରାର୍ଥୀ ଲବି ଲିଷ୍ଟ ଦୈାଡରେ ରହିଛନ୍ତି ।

ଚଳିତ ସାଧାରଣ ୨୦୨୪ ନିର୍ବାଚନ ପାଇଁ ଆଶାୟୀ ମାନଙ୍କ ଲମ୍ବା ଲାଇନ ବିଜେଡି ଶଙ୍ଖ ଭବନରେ ଲାଗିଥିବା ବେଳେ ଆସିକା ବ୍ଲକ ଆଲିପୁର ପଚାଂୟତର ପୂର୍ବତନ ସରପଚଂ ତଥା ଯୁବ ଫାର୍ମାସିଷ୍ଟ ମନୋଜ କୁମାର ନାହକ ଆସିକା ବ୍ଲକର ୨୭ଟି ପଚାଂୟତ ଓ କବିସୂର୍ଯ୍ୟନଗର ବ୍ଲକର ୧୨ଟି ପଚାଂୟତକୁ ଯାଇ ଲୋକଙ୍କ ସମସ୍ୟା ବୁଝୁଛନ୍ତି ।

ଜଣେ ଦକ୍ଷ ଯୁବ ନେତା ରୁପେ ସେ ନିଜର ସ୍ୱତନ୍ତ୍ର ଛାପ ରଖିଛନ୍ତି । ଖୁବ କମ ସମୟରେ ସମସ୍ତଙ୍କ ପ୍ରିୟ ପାତ୍ର ହୋଇଥିବା ବେଳେ ପ୍ରବାଦ ପୁରୁଷ ବିଜୁ ବାବୁ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ଓ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କୁ ଜଣାଉଛନ୍ତି । ରାଜ୍ୟରେ ଗୁଡ ବୁକ ବୋଲାଉଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ଗୁଣଗାନକୁ ପ୍ରଚାର ପ୍ରସାରରେ ଲାଗିଛନ୍ତି ।

ଆସିକାର ବିକାଶ ଧାରାକୁ ମଜବୁତ କରିବା ସହ ସେ ଲୋକଙ୍କ ସେବାକୁ ପ୍ରଥମ ବୋଲି ବିଚାର କରିଛନ୍ତି । ଆସିକା ନିର୍ବାଚ ମଣ୍ଡଳୀରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ ଗାଁ ଗାଁ ବୁଲି ଲୋକଙ୍କ ନିକଟକୁ ଯାଉ୍‌ଛନ୍ତି । ଆଉ ଜନମତ ସଂଗ୍ରହ କରୁଛନ୍ତି । ଆସିକା ରାଜନୈତିକ ପାଇଁ ସେ ନେତୃତ୍ୱ ଭାରକୁ କାନ୍ଧରେ ଧରି ସଜବାଜ ହୋଇଛନ୍ତି । ଏଭଳି ସ୍ଥିତିରେ ଆସିକା ଅଚଂଳରେ ନୂତନ ନେତୃତ୍ୱ ପାଇଁ ମନୋଜ କୁମାର ନାହକ ଜନେ ଉତମ ପ୍ରାର୍ଥୀ ବୋଲି ଲୋକେ ଚିନ୍ତା କରିଥିବା ଶୁଣାଯାଇଛି । ତେଣୂ ସେ ଏ ଦିଗରେ ଆସିକାର ବିକାଶ ପାଇଁ ଯୁବ ନେତୃତ୍ୱ ମନୋଜ କୁମାର ନାହକ ବିଧାୟିକା ପ୍ରାର୍ଥୀ ପାଇଁ ଜନସାଧାରଣ ଚାହିଁ ରହିଥିବା ଆଲୋଚନା ହେଉଛି ।

ଆସିକା ବ୍ଲକର ବିଭିନ୍ନ ପଚାଂୟତରେ ନିୟମିତ ବୁଲିବା ସହିତ ଯାଇ ସେ ଲୋକଙ୍କ ସମସ୍ୟା ବୁଝୁଛନ୍ତି । ଅସହାୟ ଓ ଗରିବ ଗୁରୁବାଙ୍କ ଦୁଃଖ ଲାଘବ ପାଇଁ ସେମାନଙ୍କୁ ସହାୟତ କରୁଛନ୍ତି । ଟିକେଟ ଲବି ପାଇଁ ଭୁବନେଶ୍ୱରରେ ଡଜେନ ଡଜେନ ଆଶାୟୀଙ୍କ ଭିଡ ଜମି ଥିବା ବେଳେ ବିଜେଡି ବିଧାୟକ ଆଶାୟୀ ପ୍ରାର୍ଥୀ ମନୋଜ କୁମାର ନାହକ ଲୋକଙ୍କ ନିକଟକୁ ଯାଇ ଦୁଃଖ ବୁଝୁଥିବା ନିର୍ବାଚନ ମଣ୍ଡଳୀରେ ଆଲୋଚନା ହେଉଛି ।

Leave A Reply

Your email address will not be published.