ଆସିକା,୧୬/୪ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ସିଦ୍ଧନଇ ଗ୍ରାମ ମୁଖ୍ୟ ରାସ୍ତା ଏକ ଆମ୍ବ ତୋଟା ଠାରେ ଆସିକା ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୨୭ ତମ ତିରୋଧାନ ଦିବସ ଓ ୨୦୨୪ ସାଧାରଣ ନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଛି ।
ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ସ୍ୱାଇଁ, ଆସିକା ବ୍ଲକ ଉପାଧ୍ୟକ୍ଷା ଏସ.ରେଶମା ଦୋରା, ଆସିକା ଏନଏସି ଉପାଧ୍ୟକ୍ଷା ଜୟନ୍ତି ବିଷୋୟୀ, ଆସିକା ବ୍ଲକ ବିଜେଡି ସଭାପତି ରାଜେଶ ପଟ୍ଟନାୟକ, ବିଜୁ ଯୁବ ଜନତା ଦଳ ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ୱାଇଁ, ଗଞ୍ଜାମ ଜୋନ ବିଜୁ ଜନତା ଦଳ ଉପସଭାପତି ଦିଲ୍ଲିପ କୁମାର ପାଣିଗ୍ରାହି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳିକ, ଦକ୍ଷିଣ ଓଡିଶା ସରପଚଂ ସଂଘ ସଭାପତି ଭବାନୀ ଶଙ୍କର ମଳିକ, ଶିବ ନାହକ, ସୂର୍ଯ୍ୟକାନ୍ତ ପରିଡା, ଅନିଲ କୁମାର ନାୟକ, ଜିଲ୍ଲା ପରିଷଦ ବି.ମନୋଜ କୁମାର ଦୋରା ସାଙ୍ଗକୁ ବହୁ ସରପଚଂ ଓ ସମିତିସଭ୍ୟ, ବିଜେଡି କର୍ମୀ, ନେତା ଏବଂ ବିଜୁ ପ୍ରେମୀ ମାନେ ଯୋଗ ଦେଇଥିଲେ ।

ଆସନ୍ତା କାଲି ଆସିକା ସହର ଉପକଣ୍ଠରେ ଥିବା ସୁବର୍ଣ୍ଣେଶ୍ୱର ଶୈବ ମନ୍ଦିର ଋଷିକୁଲ୍ୟା ନଦୀ ତଟରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାପରେ ଏକ ବାଇକ ରାଲି ଶୋଭାଯାତ୍ରା ବାହାରି ଆସିକା ବିଜୁ ଛକ ସ୍ଥିତ ବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସିକା ବ୍ଲକର ୨୭ଟି ପଚାଂୟତରେ ଲୋକଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଶେଷରେ ବାଲିସିରା ସ୍ଥିତ ଶୈବ ମନ୍ଦିର ଠାରେ ପ୍ରସାଦ ସେବନ କାର୍ଯକ୍ରମ ସାରି ପୁଣି ଆସିକା ସହର ଅଭିମୁଖ୍ୟ ନିର୍ବାଚନ ପ୍ରସାର କାର୍ଯ୍ୟକ୍ରମ ରହିଛି ।
ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ମାଟରି ବରପୁତ୍ର, କଳିଙ୍ଗ ବୀର, ନବ ଓଡିଶାର ବିନ୍ଧାଣୀ ଭାବରେ ସାରା ଓଡିଶାରେ ପରିଚିତ । ଏହା ବ୍ୟତୀତ କୋଟି କୋଟି ଓଡିଆ ତାଙ୍କୁ ପ୍ରବାଦ ପୁରୁଷର ଆଖ୍ୟା ଦେଇଥିଲେ । ଆଜନ୍ମ ସାହାସୀ, ଉତୁଙ୍ଗ ବ୍ୟକ୍ତିର ଅଧିକାରୀ ବିଜୁ ବାବୁଙ୍କୁ କେବଳ ଓଡିଆ ମାନେ ହିଁ ଚିହ୍ନତି ତାହା ନୁହେଁ, ସାରା ବିଶ୍ୱରେ ଜଣେ ଦୁଦ୍ଧର୍ଷ ମାନସିକତାର ବ୍ୟକ୍ତି ଭାବେରେ ତାଙ୍କର ପ୍ରସିଦ୍ଧି ରହିଛି । ବିକାଶର ଏକ ଯୁବପ୍ରବର୍ତକ, ଉଚ୍ଚକୋଟିର ରାଜେନେତା ୫ ମାର୍ଚ୍ଚ, ୧୯୧୬ ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଦୁଃସାହସିକ ସେବା ପାଇଁ ଇଣ୍ଡୋନେସିଆର ଭୂମିପୂତ୍ର ଭାବେ ତାଙ୍କୁ ସମ୍ମାନୀତ କରାଯାଇଥିଲା । ବିଜ୍ଞାନର ଉତରଣ ଉଦ୍ଧେଶ୍ୟରେ ଆନ୍ତର୍ଜାତିକ କଳିଙ୍ଗ ପୁରସ୍କାର ପ୍ରବର୍ତକ ବିଜୁ ବାବୁ ସମଗ୍ର ବିଶ୍ୱରେ ସଚେତନ ଜନସମୁଦାୟ ନିକଟରେ ଚିରନମସ୍ୟ ହୋଇଯାଇଛନ୍ତି ।
ଛାତ୍ର ଜୀବନରେ ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱ ସ୍ୱାଧୀନତା ସଂଗ୍ରାମ ପାଇଁ ତାଙ୍କୁ ଅନୁପ୍ରାଣିତ କରିଥିଲା । ଏହା ସହିତ ଓଡିଶାର ଦୁଇ ବରପୁତ୍ର ମଧୁସୂଦନ ଦାଶ ଓ ଉତ୍କଳମଣି ଗୋପବନ୍ଧୁଙ୍କ ବ୍ୟକ୍ତିତ୍ୱର ପ୍ରଭାବ ମଧ୍ୟ ତାଙ୍କ ଉପରେ ପଡିଥିଲା । ତାଙ୍କ ରାଜନୈତିକ କ୍ୟାରିୟର ସମୟରେ ଗ୍ରାମ ପଚାଂୟତ, ପଚାଂୟତ ସମିତି ଓ ଜିଲ୍ଲା ପରିଷଦ ଜରିଆରେ ଗ୍ରାମ ଗୁଡିକର ବିକାଶ କରିବା ପାଇଁ ବିଜୁ ବାବୁ ଲକ୍ଷ୍ୟ ରଖିଥିଲେ ।
୧୯୯୦-୯୫ ବିଜୁବାବୁଙ୍କ ଶାସନ କାଳରେ ଓଡିଶାରେ ପଚାଂୟତରାଜ ବ୍ୟବସ୍ଥା ସମ୍ମୁର୍ଣ୍ଣ ଭାବରେ କାର୍ଯ୍ୟକାରୀ ହୋଇଥିଲା । ଏହି ବ୍ୟବସ୍ଥାରେ ଅନୁସୂଚିତ ଜାତି, ଜନଜାତିର ଲୋକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସହିତ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ରହିଲା । ବିଧାନସଭାରେ ଏହି ବିଲ ପାସ କରାଇ ବିଜୁବାବୁ ଓଡିଶା ରାଜନୀତିରେ ବୈପ୍ଲ୍ବିକ ପରିବର୍ତନ ଆଣିଥିଲେ । ବାହାରକୁ ଶକ୍ତ, ଦୃଢ ଦେଖାଯାଉଥିବା ଏହି ବହୁଚର୍ଚ୍ଚିତ ନେତା ୧୯୯୭ ରେ ଦିଲ୍ଲୀ ଠାରେ ପ୍ରାଣତ୍ୟାଗ କରିଥିଲେ ବୋଲି ବହୁ ନେତା ଓ କର୍ମୀ ମତବ୍ୟକ୍ତ କରିଥିଲେ ।