Aska Excise police raid for liqureAska Excise police raid for liqure

ଆସିକା,୨୨/୮(ମନୋଜ କୁମାର ନାୟକ)– ଗଞ୍ଜାମ ଜିଲ୍ଲା ଆସିକା ଅବାକରୀ ପୋଲିସ ପକ୍ଷରୁ ଆଜି ଚଢାଉ କରାଯାଇ ପ୍ରଚୁର ପରିମାଣର ଦେଶୀ ମଦ ଜବତ ସାଙ୍ଗକୁ ପୋଚ ନଷ୍ଟ କରାଯାଇଛି ।

ଆସିକା ଅଞ୍ଚଳ ବସଷ୍ଟାଣ୍ଡ ସ୍ଥିତ ଆଇ.ବି ବଙ୍ଗଳା ଏରାଗୋଲା ବସା, କାଳଷଣ୍ଡପୁର ଏରାଗୋଲା ବସା, କରାତଳୀ ଏରାଗୋଲା ବସା, ସୁମନ୍ତପଲ୍ଲୀ, ସାମନ୍ତରାପୁର ଠାରେ ଅବକାରୀ ପୋଲିସ ଚଢାଉ କରିଥିଲା ।

ସେଠାରୁ ଦେଶୀ ରନ୍ଧା ମଦକୁ ଜବତ ସାଙ୍ଗକୁ ଗୁଡ, ସାର ମିଶ୍ରିତ ପୋଚକୁ ନଷ୍ଟ କରିଥିଲେ । ଏହି ଚଢାଉ ବେଳେ ଘଟଣା ସ୍ଥଳରୁ ୬ ଜଣ ଅଭିଯୁକ୍ତକୁ ଅବକାରୀ ପୋଲିସ ଗିରଫ କରିଥିଲା । ଦେଶୀ ରନ୍ଧା ମଦ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ପ୍ଲାଷ୍ଟିକ ବ୍ୟରେଲ, ଆଲୁମିନିୟମ ତସଲା ଏବଂ ବିଭିନ୍ନ ସାମଗ୍ରୀକୁ ଜବତ କରାଯାଇଛି ।

ଆସିକା ତହସିଲଦାର ତଥା ଏଗଜିକ୍ୟୁଟିଭା ମାଜିଷ୍ଟ୍ରେଟ ସଞ୍ଜୟ ସାମନ୍ତରାୟ, ଆସିକା ଅବକାରୀ ଇନ୍ସପେକ୍ଟର ବାଲାକ ବିଷି, ଆସିକା ଅବକାରୀ ଓ.ଆଇ.ସି ପ୍ରଦିପ କୁମାର ମହାନ୍ତି, ଅବାକରୀ ଏ.ଏସ.ଆଇ ନିଳାମ୍ବର ନାୟକ, ଏ.ଏସ.ଆଇ ବିଜୟ କୁମାର ମଲ୍ଲିକ, କନଷ୍ଟବଳ ଅର୍ଜୁନ ସ୍ୱାଇଁ, ସନ୍ତୋଷ ପ୍ରଧାନ, ଅମିତ ଗମାଙ୍ଗ ପ୍ରମୁଖ ଚଢାଉରେ ସାମିଲ ଥିଲେ ।

ଆସିକା ଅବକାରୀ ପୋଲିସ ୨୮୦ ଲିଟର ଦେଶୀ ରନ୍ଧା ମଦ ଓ ୫ ହଜାର ୫୫୦ ଲିଟର ଗୁଡ,ସାର ମିଶ୍ରତ ପୋଚକୁ ନଷ୍ଟ କରିଥିଲେ ।