କାଉଡିଆଙ୍କ ଉପରେ ମାଡିଗଲା କାର, ଦୁର୍ଘଟଣାରେ ୨ ମୃତ

0 563

ଆସିକା,୨୧/୮( ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା କୋଟିନଡା ଥାନା ଅନ୍ତର୍ଗତ ଭେଟନଇ ଓ ଭେଜିପୁଟ ରାସ୍ତା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆସିକା ପଟୁ ବାଲିପଦର ଅଭିମୂଖେ ଯାଉଥିବା ଏକ କାର ଦ୍ରୁତ ଗତିରେ ଆସି କାଉଡିଆଙ୍କ ଉପରେ ମାଡି ଯାଇଥିଲା ।

ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ବ୍ରହ୍ମପୁର ବଡ ମେଡିକାଲ ଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ ଜଣକ ହେଲେ ଅରଖପୁର ଗ୍ରାମର ସୁଶାନ୍ତ ଜେନାଙ୍କ ସ୍ତ୍ରୀ ଅନିତା ଜେନା ଓରଫ ଅନିତା ସ୍ୱାଇଁ । ସେ ଅଙ୍ଗନବାଡି ଭାବେ କାର୍ଯ୍ୟରତ ଥିଲେ ।

ଏହା ଦୁର୍ଘଟଣାରେ ମୃତ ଅନିତା ଜେନାଙ୍କ ୧୭ ବର୍ଷୀୟ ଝିଅ ସୋନିଆ ଜେନା ମଧ୍ୟ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ଆସିକା ସବଡିଭିଜନ ମେଡିକାଲ ଓ ପରେ ବ୍ରହ୍ମପୁର ବଡ ମେଡିକାଲ ଠାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ମେଡିିକାଲରେ ଭର୍ତି କରାଯାଇଛି ।

ସେହିଭଳି ଅରଖପୁର ଗ୍ରାମର ମୁକୁନା ବେହେରା ବେହେରା ଦୁର୍ଘଟଣାରେ ଗୁରୁତର ହୋଇ ପ୍ରଥମେ ଆସିକା ମେଡିକାଲରେ ଭର୍ତି ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଡାକ୍ତର ଘୋଷଣା କରିଥିଲେ । ସେ ଜଣେ ଉଚ୍ଚ ଶିକ୍ଷିତ ସାଙ୍ଗକୁ ଶିକ୍ଷକତା ବୃତ୍ତି ପାଇଁ ସି.ଟି ପାସ ଆଉଟ ଛାତ୍ର ଥିଲେ ।

ଏନେଇ କୋଟିନଡା ଥାନା ପକ୍ଷରୁ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ ହୋଇଛି । କୋଟିନଡା ଥାନା କେସ ନମ୍ବର- ୨୨୮/୨୩ ରେ ମାମଲା ରହିଛି । ସେପଟେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଘଟଣା ସ୍ଥଳରୁ ହିଁ ଚମ୍ପଟ ମାରିଥିବା ସୂଚନା ରହିଛି ।

ମିଳିଥିବା ସୂଚନା ଅନୁଯାୟୀ ବୁଗୁଡା ଥାନା ଅନ୍ତର୍ଗତ ଅରଖପୁର ଗ୍ରାମର ମହିଳା ଓ ପୁରୁଷ ବୋଲ ବମ ଦଳ ଆସିକା ଋଷିକୁଲ୍ୟା ଓ ବଡନଦୀ ପବିତ୍ର ସଙ୍ଗମ ସ୍ଥଳରୁ ଜଳଭାର ଧରି ବୁଗୁଡା ସ୍ଥିତ ଅରଖପୁର ଗ୍ରାମ ତାଡକେଶ୍ୱର ଶୈବ ପୀଠକୁ ଯାଉଥିଲେ ।

ଗତକାଲି ବିଳମ୍ବିତ ରାତିରେ ଏକ କାର ଦ୍ରୁତ ଗତିରେ ଆସି କାଉଡିଆ ଭଉଣୀ ଓ ଭାଇ ମାନଙ୍କ ଉପରକୁ ମାଡି ଯାଇ ଭାରସାମ୍ୟ ନିକଟ ବିଲରେ ପଶି ଯାଇଥିଲା । ଏହି ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଥିବା ଖବର ପ୍ରଚାରିତ ହେବା ପରେ ବୁଗୁଡା ଅରଖପୁର ଗ୍ରାମରେ ଶୋକରଛାୟା ଖେଳିଯାଇଛି ।

ଏହି ଦୁର୍ଘଟଣା ଯୋଗୁଁ ବୁଗୁଡା ଅଚଂଳରେ ସମସ୍ତେ ମର୍ମାହତ ହୋଇଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ମୃତ ଅନିତା ଜେନା, ମୁକୁନା ବେହେରା ଓ ଗୁରୁତର ଥିବା ସୋନିଆ ଜେନାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପଣ୍ଡରୁ ୩୦ ହଜାର ଟଙ୍କା ଆର୍ଥିକ ରାଶି ଘୋଷଣା କରିଛନ୍ତି । ସେହିଭଳି ଆହତ ଥିବା ୧୧ ଜଣ କାଉଡିଆଙ୍କ ପାଇଁ ୧୦ ହଜାର ଟଙ୍କା ଆର୍ଥିକ ରାଶି ଘୋଷଣା କରିଛନ୍ତି ।

Leave A Reply

Your email address will not be published.