ଆସିକା କଂଗ୍ରେସର ନିଆର ବାହାଘର, ବିଜେପି ବରକୁ ବିଜେଡି କନ୍ୟା

0 354

ଆସିକା,୧୭/୨ (ଶୁଣାକଥା) ମନୋଜ କୁମାର ନାୟକ : ବିଜେପି ବରକୁ ବିଜେଡି କନ୍ୟା । ଆସିକା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ଏକ ଭିନ୍ନ ପ୍ରକାରର ବାହାଘର । ପ୍ରଦେଶ କଂଗ୍ରେସର ନିର୍ଦ୍ଦେଶକ୍ରମେ କେନ୍ଦ୍ରର ବିଜେପି ସରକାର ସହ ରାଜ୍ୟର ବିଜେଡି ସରକାରଙ୍କ ମଧ୍ୟରେ ବିବାହ ଉତ୍ସବ କରାଇଛି କଂଗ୍ରେସ ।

ଆସିକା ବ୍ଲକ କଂଗ୍ରେସ ସଭାପତି ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଏହି ବିବାହ ଉତ୍ସବ ଅନୁଷ୍ଟିତ ହୋଇଥିଲା । ବିଜେପି ଓ ବିଜେଡି ମଧ୍ୟରେ ମଧୁର ସମ୍ପର୍କ ଥିବା ଅଭିଯୋଗ କରି କଂଗ୍ରେସ ଏହି ବିବାହ ଆୟୋଜନ କରିଥିଲା ।

ହିନ୍ଦୁ ରିତୀନିତି ଅନୁଯାୟୀ ବିବାହ କରାଯିବା ସହ ଅବିକଳ ସେମିତି ଢଙ୍ଗରେ ହୋମ, ହସ୍ତଗଣ୍ଠି, ସିନ୍ଦୁର, ପିନ୍ଧାଯାଇ ବିବାହ ସମ୍ପନ କରାଯାଇଥିଲା । ଶେଷରେ ବିବାହ ବାଦ୍ୟ, ବାଜଣା, ଗିନି, ଢୋଲରେ ପ୍ରୋସେସନ ସାଙ୍ଗକୁ ଭୋଜି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ଓଡିଶାକୁ ଧ୍ୱସଂ କରିବାକୁ ଉଭୟ ବିଜେଡି ଓ ବିଜେପି ସରକାର ହାତ ମିଳାଇଛନ୍ତି ।

ତେଣୁ ଏହି ଭ୍ରଷ୍ଟାଚାର ସରକାରଙ୍କ ବିରୋଧରେ ଆଗାମୀ ସାଧାରଣ ନିର୍ବାଚନରେ ଜନସାଧାରଣ ତାର ଉଚିତ ଜବାବ ଦେବ ବୋଲି ଆସିକା ବ୍ଲକ କଂଗ୍ରେସ ସଭାପତି ସୁଶାନ୍ତ କୁମାର ରାଉତ ଓ ଆସିକା ଲୋକସଭା ସଂଯୋଜକ ଦେବୀ ପ୍ରସାଦ ବିଷୋୟୀ ମତ ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.