ସନ୍ଧି ନୂଆପଲ୍ଲୀ ଗ୍ରାମରେ କଲକୀରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ

0 322

ଆସିକା,୧୯/୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖାରିଆ ପଚାଂୟତ ସନ୍ଧି ନୂଆପଲ୍ଲୀ ଗ୍ରାମ ଆଜି ଉତ୍ସବ ମୂଖରେ ହୋଇଥିଲା । ମୃଦୁଙ୍ଗ ଓ ଗିନି ତାଳରେ ଭକ୍ତିମୟ ପରିମୟ ପରିବେଶ ସୃଷ୍ଟି ହୋଇଥିଲା । ପ୍ରଭୁ ଅଚୁତନନ୍ଦଙ୍କ ଅବତାର କଲକୀ ମହାପ୍ରଭୁଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପତ୍ରଚୁଡି ଆଶ୍ରମ ସନାତନ ଧର୍ମ କଚେରୀର ବାବା ଉତ୍ସବ ସାହୁ, ଗଞ୍ଜାମ ବ୍ରହ୍ମପୁର ମଣ୍ଡଳ ସଭାପତି ଅନୁସୟା ସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ସ୍ୱାଇଁ, ଆସିକା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ସଭାପତି ମଙ୍ଗୁଳୁ ଧର ସାହୁ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ଖାରିଆ ସରପଚଂ ଜୟନ୍ତି ସାହୁଙ୍କ ଶାଶୁ ତଥା ବରିଷ୍ଠ ଧର୍ମପରାୟଣ ମହିଳା ପଦ୍ମାବତୀ ସାହୁ କଲକୀ ମନ୍ଦିର ନିର୍ମାଣ ପାଇଁ ନିଜସ୍ୱ ଜମି ପ୍ରଦାନ କରିଛନ୍ତି । ଖାରିଆ ସରପଚଂ ଜୟନ୍ତି ସାହୁ, ପଚାଂୟତ ସମିତିିସଭ୍ୟା ସୈାଦାମିନୀ ନାହକ. ଜିଲ୍ଲାପରିଷଦ ତନ୍ମୟୀ ନାହାକ, ହରିଡାପଦର ସରପଚଂ ଜୟନ୍ତି ବେହେରା, ସମିତିସଭ୍ୟ ତ୍ରିନାଥ ବେହେରା, କାଳଷଣ୍ଡପୁର ସରପଚଂ ଜୟନ୍ତି ବେହେରା, ବିଜେଡି ନେତା ଅନିଲ କୁମାର ନାୟକ, ବ୍ଲକ ବିଜେଡି ସଭାପତି ରାଜେଶ ପଟ୍ଟନାୟକ, ଭେଟନଇ ସରପଚଂ ନମିତା ଜେନା, ସରପଚଂ ପ୍ରତିନିଦି ଟୁଟୁ ଜେନା, କଲକୀ ଧର୍ମ ଭକ୍ତ ଶିବରାମ ସାହୁ, ଆସିକା ବ୍ଲକ ବିଜେଡି ଉପସଭାପତି ଶଙ୍କର ସେଠି, ନାରାୟଣ ଡାକୁଆ, ଖାରିଆ ସମିତି ସଭ୍ୟା ପ୍ରତିନିଧୀ ଦିଲ୍ଲୀପ କୁମାର ନାହକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ ।

ଏହି ଭୂମି ପୂଜନ ଉତ୍ସବରେ ସନ୍ଧିନୂଆପଲ୍ଲୀ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଗହଣ ଦଳ, ଗଞ୍ଜା- ବ୍ରହ୍ମପୁର ମଣ୍ଡଳ, ଗଜପତି ଜିଲ୍ଲା ଏବଂ ଏହାର ଆଖପାଖ ଅଚଂଳରୁ ହଜାର ହଜାର ଗହଣ ଭକ୍ତ ଶ୍ରଦ୍ଧାଳୁ ଉତ୍ସବରେ ଯୋଗ ଦେଇଥିଲେ ।

ଏହି ଭୂମି ପୂଜନ ଉତ୍ସବରେ ପ୍ରଥମେ ଗୁରୁ ପୂଜନର ଆୟୋଜନ ହୋଇଥିଲା । ଏହାପରେ ପୂଜା ଅର୍ଚ୍ଚନା ସହା ଘୃତ ଯଜ୍ଞ, ହୋମ, ଅନ୍ନଯଜ୍ଞ, ନାମ ସଂକୀର୍ତନ ଏବଂ ଭଗବାନ କଲକୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯାଇଥିଲା । ପ୍ରଭୁ କଲକୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ସନ୍ଧିନୂଆପଲ୍ଲୀ ଗ୍ରାମର ସାହୁ ପରିବାର ପକ୍ଷରୁ ଭୂମି ଦାନ କରାଯାଇଥିଲା ।

Leave A Reply

Your email address will not be published.