ଆମ ହସପିଟାଲ ଯୋଜାନରେ ସରାକରୀ ଡାକ୍ତରଖାନ ରୂପାନ୍ତରୀକରଣ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦ୍ୱାରା ଲୋକାର୍ପଣ

0 143

ଆସିକା,୧୭/୨ (ଶୁଣାକଥା) ମନୋଜ କୁମାର ନାୟକ : ୫ଟି ଉପକ୍ରମରେ ଆମ ହସପିଟାଲ ଯୋଜାନରେ ସରକାରୀ ଡାକ୍ତରଖାନା ଗୁଡିକର ରୂପାନ୍ତରୀକରଣ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିବା ବେଳେ ଆସିକା ସବଡିଭିଜନ ମେଡିକାଲ ମଧ୍ୟ ଭରଚ୍ୟୁଆଲ ମାଧ୍ୟମରେ ଲୋକାର୍ପଣ ହୋଇଛି । ଓଡିଶା ରାଜ୍ୟର ୧୫ଟି ଜିଲ୍ଲାରେ ୭୩ଟି ସରକାରୀ ଡାକ୍ତରଖାନା ଆମ ହସପିଟାଲ ଯୋଜନାରେ ରୂପାନ୍ତରୀକରଣ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ, ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ, ଉପାଧ୍ୟକ୍ଷା ଜୟନ୍ତି ବିଷୋୟୀ, ବିଡିଓ ଫକୀର ଚରଣ ପରିଡା, ସିଡିପିଓ ଭାଗ୍ୟଲତା ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ ଶତପଥୀ, ସହାକରୀ ଯନ୍ତ୍ରୀ ଅଶୋକ ସେନାପତି, ବିଜେଡି ବ୍ଲକ ସଭାପତି ରାଜେଶ କୁମାର ପଟ୍ଟନାୟକ, ଜିଲ୍ଲା ପରିଷଦ ବି.ମନୋଜ କୁମାର ଦୋରା, ଆସିକା ସବଡିଭିଜନ ମେଡିକାଲ ଚିକିତ୍ସା ଅଧିକାରୀ ଦିପକ କୁମାର ସାମନ୍ତରା, ଜୁନିୟର ହସପିଟାଲ ମ୍ୟାନେଜର ପ୍ରିୟଙ୍କା ମହାନ୍ତି ସାଙ୍ଗକୁ ବିଜେଡି କର୍ମୀ ଓ ନେତା, ଏସଏଚଜି, ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ବହୁ ସରପଚଂ, ସମିତି, ବ୍ଲକ କର୍ମଚାରୀ, ମେଡିକାଲ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.