ଶୃଙ୍ଖଳା ସହ ଦିପାବଳୀ ପାଳନ ପାଇଁ ଏନସିସି କ୍ୟାଡେଟ ପକ୍ଷରୁ ସଚେତତନା କାର୍ଯ୍ୟକ୍ରମ

0 375

ଆସିକା,୧୨/୧୧(ଶୁଣାକଥା) ମନୋଜ କୁମାର ନାୟକ : ରବିବାର ହେଉଛି ଆଲୋକର ପର୍ବ ଦିପାବଳୀ । ଚାରିଆଡେ ଉତ୍ସବ ମୁଖର ପରିବେଶ । ମାନ୍ୟବର ସୁପ୍ରିମକୋର୍ଟ ଗତ ୭ ତାରିଖରେ ପରିବେଶ ବଚାଂଇବା ଉଦ୍ଧେଶ୍ୟରେ ନିୟମାବଳୀ ଜାରି କରିଛନ୍ତି । ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ଶକ୍ତ ନିୟମ ଜାରି କରିଥିବା ବେଳେ ସହରରେ କାଁ ଭାଁ କିଛି ବାଣ ଦୋକାନ ଖୋଲାଯାଇଛି ।

ଏହି ଅବସରରେ ଆସିକା ବ୍ଲକ ଦେବଭୂମି ପଚାଂୟତ ଗ୍ରାମପଚାଂୟତ ନୋଡାଲ ହାଇସ୍କୁଲ ଏନସିସି କ୍ୟାଡେଟ ପକ୍ଷରୁ ଶୃଙ୍ଖଳାର ସହ ଦିପାବଳୀ ପାଳନ ପାଇଁ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛି । ଏନସିସି ଅଧିକାରୀ ଏଏନଓ ଅନୁପ କୁମାର ନାୟକଙ୍କ ନେତୃତ୍ୱରେ ପ୍ରାୟ ୧୦୦ ରୁ ଉର୍ଦ୍ଧ କ୍ୟାଡେଟ ହାତରେ ପ୍ଲା-କାର୍ଡ ଧରି ପ୍ରତ୍ୟେକ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନତା ବାର୍ତା ପ୍ରଦାନ କରିଥିଲେ ।

୧୨୫ ଡେସିବିଲରୁ ଅଧିକ ଶଦ୍ଧ କରୁଥିବା ତଥା ବେରିୟମ ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ବ୍ୟବହୃତ ହେଉଥିବା ବାଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ସୂଚନା ପ୍ରଦାନ କରାଯାଇଥିଲା । ବପଦଜ୍ଜନକ ଭାବେ ବିକ୍ରି କରାଯାଉଥିବା ବାଣକୁ ନ କିଣିବାକୁ ଲୋକଙ୍କୁ ଜଣାଇଥିଲେ ।

ଦିପାବଳୀ ଏକ ସର୍ବ ଭାରତୀୟ ଉତ୍ସବ । ଚଳିତବର୍ଷ କେବଳ ଦୀପାବଳି ନୁହେଁ ବର୍ଷ ତମାମ ଅନ୍ୟ ସମୟରେ ବାଣଫୁଟା ଓ ବାଣର ବ୍ୟବହାର ଉପର ସୁପ୍ରିମକୋର୍ଟ କଟକଣାକୁ କଠୋର କରିଛନ୍ତି । ୨୦୧୧ ମସିହାରେ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ବିକ୍ରି ଓ ଫୁଟାଇବାକୁ ନିଷ୍ପତି କରିବା ପାଇଁ ଯେଉଁ ନିର୍ଦ୍ଧେଶ ରହିଥିଲା ତାହା ଭାରତର ସବୁ ରାଜ୍ୟରେ ସମାନ ଆଇନ ଭାବେ ନିଷିଦ୍ଧ ରହିବ । କେବଳ ସବୁଜ ବାଣ ବିକ୍ରିକୁ ଅନୁମତି ରହିଥିବା ଏନସିସି ଅଧିକାରୀ ଅନୁପ କୁମାର ନାୟକ ସୂଚନା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଏନସିସି ଅଧିକାରୀ ଅନୁପ କୁମାର ନାୟକ, ଏନସିସି ପାସ ଆଉଟ କ୍ୟାଡେଟ ଅମର ପ୍ରସାଦ ମୁନୀ, ସୁରଜ କୁମାର ବିଶ୍ୱାଳ, ସାଗର ବେହେରା, ବି.ଦେବାଶିଷ ପାତ୍ର, ବି.ଶ୍ରୀକାନ୍ତ ପାତ୍ର, ଅରୁଣ କୁମାର ନାୟକ ସମେତ ଶତାଧିକ କ୍ୟାଡେଟ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.