Block Level Bal Science Demonstration Program in AskaBlock Level Bal Science Demonstration Program in Aska

ଆସିକା,୧୭/୧୧ (ଶୁଣାକଥା) ମନୋଜ କୁମାର ନାୟକ : ଆସିକା ହରିହର ହାଇସ୍କୁଲ ଠାରେ ଆଜି ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ବିଜ୍ଞାନ ମେଳା କାର୍ଯ୍ୟକ୍ରମରେ ଆସିକା ଗୋଷ୍ଠୀ ଶିକ୍ଷା ଅଧୀନ ୬୧ ଟି ବିଦ୍ୟାଳୟରୁ ବରିଷ୍ଠ ବର୍ଗ ଓ କନିଷ୍ଠ ବର୍ଗର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଏହି ବିଜ୍ଞାନ ମେଳା କାର୍ଯ୍ୟକ୍ରମରେ ଆଧୁନିକ ସମାଜରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ପ୍ରଭାବ ଉପରେ ପ୍ରକଳ୍ପ ଉପସ୍ଥାପନ କରାଯାଇଥିଲା । ଏଥିରେ ବରିଷ୍ଠ ବର୍ଗ ପାଇଁ ବିଚାରକ ମଣ୍ଡଳୀ ରୁପେ ରିଡର କ୍ୟାମେଷ୍ଟ୍ରୀ ଡଃ.ସନ୍ତୋଷ କୁମାର ଚୈାଧୁରୀ, ଫିିଜିକ୍ସ ବିଭାଗ ରିଡର ଲକ୍ଷ୍ମୀକାନ୍ତ ଷଡଙ୍ଗୀ ଏବଂ କନିଷ୍ଠ ବର୍ଗ ପାଇଁ ବିଚାରକ ରୁପେ ପ୍ରତାପ କୁମାର ମହାପାତ୍ର, ବେଣୁଧର ସାହୁ ଦାୟିତ୍ୱ ତୁଲାଇଥିଲେ ।

ଏହି ଅବସରରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ.ପ୍ରଶାନ୍ତ କୁମାର ପଣ୍ଡା, ସମ୍ମାନୀୟ ଅତିଥି ଭାବେ ଆସିକା ବିଡିଓ ଫକୀର ଚରଣ ପରିଡା, ଅସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଗଣେଶ୍ୱର ମାଝୀ, ଆସିକା ବିଇଓ ମୁନରାଣୀ ମହାନ୍ତି,ଆସିକା ଏବିଇଓ ଭାଗିରଥୀ ପାତ୍ର, ଆସିକା ହରିହର ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ କୁମାର ପାଢୀ ପ୍ରମୁଖ ମଚାଂସୀନ ଥିଲେ । ଆସିକା ହରିହର ହାଇସ୍କୁଲ ସହକାରୀ ଶିକ୍ଷକ ରମାକାନ୍ତ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଏଭଳି କାର୍ଯ୍ୟକ୍ରମ ଆବଶ୍ୟକ ରହିଥିବା ବେଳେ ବିଷୟ ଭିତିକ ପ୍ରକଳ୍ପ ପାଇଁ ଛାତ୍ରଛାତ୍ରୀଙ୍କ ଠାରେ ଖୁବ ଆଗ୍ରହ ପ୍ରକାଶ ଦେଖାଦେଇଛି । ଆଗକୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଟତି ହେବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ବରିଷ୍ଠ ବର୍ଗରେ ୪୫ଟି ପ୍ରକଳ୍ପ ଏବଂ କନିଷ୍ଠ ବର୍ଗରେ ୬୧ଟି ପ୍ରଦର୍ଶନ କରାଯାଇଥିଲା । ଏହି ବିଜ୍ଞାନ ମେଳାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ।