Aska MLA Worshipped at Babanpur Prakrutimata peethaAska MLA Worshipped at Babanpur Prakrutimata peetha

ଆସିକା, ୮/୩ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାବନପୁର ଗଡଗଡା ପାହାଡ ପାଦଦେଶରେ ଥିବା ମୋକ୍ଷରଧାମ ପ୍ରକୃତି ମାତାଙ୍କ ପୀଠରେ ପବିତ୍ର ମହାଶିବରାତ୍ରୀ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଯୋଗ ଦେଇ ପ୍ରକୃତି ମାତାଙ୍କ ପୂଜା ପାଠ କରିଥିଲେ ।

ହିନ୍ଦୁ ଧର୍ମରେ ବର୍ଷ ତମାମ ପୂଜାପର୍ବ, ଓଷାବ୍ରତ, ମେଳାମହୋତ୍ସବ ଲାଗି ରହିଥାଏ । ସେ ମଧ୍ୟରେ ମହାଶିବରାତ୍ରୀ ପର୍ବର ଏକ ଭିନ୍ନ ସ୍ୱତନ୍ତ୍ରତା ରହିଛି । ଏହି ପର୍ବ ଫାଲଗୁନ କୃଷ୍ଣପକ୍ଷ ଚତୁଦ୍ଧର୍ଶୀ ତିଥିରେ ଆଗମନ ହୋଇଥିବା ବେଳେ ପ୍ରକୃତି ମାତା ପୀଠରେ ଭକ୍ତ ଓ ଉପସ୍ଥିତ ଶ୍ରଦ୍ଧାଳୁ ମାନେ ନିଷ୍ଠା, ବିଶ୍ୱାସ ଓ ଉତ୍ସାହର ସହିତ ପବିତ୍ର ଶିବରାତ୍ରୀ ପାଳନ କରାଯାଇଥିଲା ।

ସମୂଦ୍ର ମନ୍ଥନ ବେଳେ ବାହାରିଥିବା ହଳହଳ ବିଷ ପ୍ରକୃତି ଓ ପରିବେଶ ସୁରକ୍ଷା ପାଇଁ ପ୍ରଭୁ ଶିବ ପାନ କରି ନିଜ ଜୀବନକୁ ସଙ୍କଟାପନ୍ନ କରିଥିଲେ । ଏହାପରେ ସମଗ୍ର ଦେବତାଗଣ ଜାଗ୍ରତ ହୋଇ ଶିବଙ୍କ ସୁରକ୍ଷା ଦିଗରେ ଲାଗିପଡିଥିଲେ । ଏହିକୁ ଭିତିକରି ଆସିକାରେ ମଧ୍ୟ ହୋମ, ଯଜ୍ଞ ପୂଜାପାଠ କରାଯାଇଥିଲା ।

ଏହି ସଂସାରରେ ବସବାସ କରୁଥିବା ସମସ୍ତ ଜୀବଜଗତ, ପ୍ରାଣୀ ଜଗତ ପ୍ରକୃତି ବିନା ବଚିଂବା ଅସମ୍ଭବ । ପ୍ରକୃତି ବିନା ବଚିଂବା ପାଇଁ ଆଉ କୈାଣସି ବିକଳ୍ପ ପନ୍ଥା ନଥିବା ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ଗଡ୍ ସ୍ୱେଚ୍ଚାସେବୀ ଅନୁଷ୍ଠାନ ପ୍ରତିଷ୍ଠାତା ସଞ୍ଜୟ କୁମାର ନାୟକ ମତବ୍ୟକ୍ତ କରିଥିଲେ । ମୋକ୍ଷରଧାମ ପ୍ରକୃତିମାତାଙ୍କ ଉପାସକ ହୋଇ ଆଗାମୀ ଦିନରେ ଏହାର ସୁରକ୍ଷା କରିବା ପାଇଁ ଶପଥ କରିଥିଲେ ।

ଏହି କାର୍ଯ୍ୟକ୍ରମ ବାବନପୁର ସରପଚଂ ସଞ୍ଜୟ କୁମାର ନାୟକ ଆୟୋଜିତ କରିଥିବା ବେଳେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ସ୍ୱାଇଁ, ବାବନପୁର ଗ୍ରାମର ପୃଥିବୀ ରାଜ ନାୟକ, ତ୍ରିଲୋଚନ ଖଣ୍ଡୁଆଳ, ଶିବରାମ ବାଡତ୍ୟା , ଧନୁର୍ଦ୍ଧର ମୁନୀ,ବିଷ୍ଣୁ ପ୍ରସାଦ ସେଠି, ଦୁର୍ଗାମାଧବ ପାଣିଗ୍ରାହୀ, ଭସ୍କର ରାଉତ, ନାଭା ସେଠି, ବୃନ୍ଦାବନ ଗୈାଡ,ଅଜୟ ନାୟକ, ଅନିଲ କୁମାର ନାୟକ, ପ୍ରଫୁଲ କୁମାର ଗୈାଡ, ସୁନିଲ କୁମାର ନାୟକ, ସୁମିତ୍ରା ମୁନୀ, ବାଲାଜୀ ନାୟକ, ପଦ୍ମନାଭ ନାୟକ ସାଙ୍ଗକୁ ଶତାଧିକ ଗ୍ରାମବାସୀ ଓ ବୁଦ୍ଧୀଜୀବୀ ଯୋଗ ଦେଇ ପ୍ରକୃତି ମାତାଙ୍କ କୃପା ଲାଭ କରିଥିଲେ ।