ଆସିକା ବିଜେପି ପକ୍ଷରୁ ତହସିଲ ଘେରାଉ, ଭୂ-ବନ୍ଦୋବସ୍ତ ବସ୍ତ ପାଇଁ ଦାବୀ

0 151

ଆସିକା,୮/୯ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ସହରବାସୀଙ୍କ ମୂଳ ସମସ୍ୟା ଘରବାରି ପଟ୍ଟାକୁ କେନ୍ଦ୍ର କରି ଭାରତୀୟ ଜନତା ପାର୍ଟୀ ଆଜି ତହସିଲ ଘେରାଉ କରିଛି । ଦିର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ ପାଇଁ ସହରବାସୀ ଅଭିଯୋଗ କରି ଆସୁଛନ୍ତି ।

ଏଠାରେ ତାଙ୍କର ଭୋଗ ଦଖଲରେ ଥିବା ଜମି ପଟ୍ଟା ନଥିବାରୁ କିଣା ବିକା ପ୍ରକ୍ରିୟା ହୋଇ ପାରୁନାହିଁ । ଫଳରେ ଜନ ସାଧାରଣ ଅନେକ ଅସୁବିଧା ସମ୍ମଖୀନ ହେଉଛନ୍ତି । ଏଥିପ୍ରତି ରାଜ୍ୟ ସରାକର ଓ ସ୍ଥାନୀୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି ।

ଆସିକା ଏନଏସିରେ ଗୃହହୀନ, ବାସହୀନ ଲୋକଙ୍କୁ ଚିହ୍ନଟ କରି ତାଙ୍କୁ ଗୃହ ପଟ୍ଟା ପ୍ରଦାନ କରାଯିବା ପାଇଁ ଭାରତୀୟ ଜନତା ପାର୍ଟୀ ଦାବୀ କରି ଆସୁଛନ୍ତି । କୈାଣସି ସୁଫଳ ନ ମିଳିବାରୁ ଆସିକା ଏନ.ଏ.ସି ୱାର୍ଡ ନମ୍ବର-୧୬ କାଉନସିଲର ରାଘବ ସିଅଙ୍କ ନେତୃତ୍ୱରେ ବିିଜେପି ଆଜି ତହସିଲ ଘେରାଉ କରିଛି ।

ଭାରତୀୟ ଜନତା ପାର୍ଟୀ କର୍ମୀ ଓ ସ୍ଥାନୀୟ ଜନତା ଏକାଠି ହୋଇ ଆସିକା ତହିସିଲ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରତିବାଦ କରିଛନ୍ତି । ସରକାର ଯଦି ଏଥିପ୍ରତି ଉଦାସୀନତା ମନୋଭାବ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ରହିବ ବୋଲି ଦାବୀ କରିଛନ୍ତି ।

ଏହି କାର୍ଯ୍ୟକ୍ରମସରେ ଆସିକା ପୂର୍ବତନ ବିଧାୟକ ଦେବରାଜ ମହାନ୍ତି, ବିଜେପି ନେତା ଉମା ଚରଣ ପ୍ରଧାନ, କାଉନସିଲର ସରୋଜ ଭଞ୍ଜ, ଶରତ ସ୍ୱାଇଁ ସମେତ ବହୁ ନେତା ଯୋଗ ଦେଇଥିଲେ ।

Leave A Reply

Your email address will not be published.