ସରକାରୀ ଯୋଜନା ସଫଳ ରୁପାୟନ ପାଇଁ ବିଜେଡିର ଡିଜିଟାଲ ତାଲିମ

0 203

ଆସିକା,୧୯/୯ (ମନୋଜ କୁମାର ନାୟକ) – ରାଜ୍ୟ ସରକାର ଲୋକଙ୍କ ପାଇଁ ସାମାଜିକ ଓ ଅର୍ଥନୈତିକ ବୃଦ୍ଧି ନେଇ ଅନେକ ଲୋକାଭିମୂଖୀ ଯୋଜନା ପ୍ରଣୟନ କରିଛନ୍ତି । ଏହାର ସଫଳ ରୂପାୟନ ଯେପରି ଲୋକଙ୍କ ନିକଟରେ ପହଁଚିବ ସେଥିପାଇଁ ବିଜେଡି ପକ୍ଷରୁ ଏକ ଡିଜିଟାଲ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି ।

ବିଜୁ ଜନତା ଦଳର ସକ୍ରିୟ ସଦସ୍ୟ ଭୁବନେଶ୍ୱର ଶଙ୍ଖ ଭବନ ଠାରେ ଡିଜିଟାଲ ତାଲିମରେ ଯୋଗ ଦେଇଥିବା ବେଳେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଧରାକୋଟ ବ୍ଲକର ୧୮ଟି ଓ ସାନଖେମୁଣ୍ଡି ବ୍ଲକର ୨୬ଟି ଗ୍ରାମ ପଚାଂୟତରୁ ପ୍ରାୟ ୨ଶହ ସଦସ୍ୟ ତାଲିମ ନେଇଥିଲେ ।

ଏହି ତାଲିମ କେନ୍ଦ୍ରରେ ନୂତନ ବୈଷୟିକ ଜ୍ଞାନ ସମ୍ପର୍କୀତ ସୋସିଆଲ ମିଡିଆର ବ୍ୟବହାର ଉପରେ ଶିକ୍ଷା ଦିଆଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ତଥ୍ୟ ଭିତିକ ଉତ୍ତର ଜରିଆରେ ବିରୋଧୀଙ୍କ ଅପ୍ରଚାରକୁ ରୋକିବା ଏବଂ ଉପଯୁକ୍ତ ଜବାବ ଦେବା ପାଇଁ କର୍ମୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।

ଘରେ ଘରେ ଶଙ୍ଖ ଓ ପଦଯାତ୍ରା କାର୍ଯ୍ୟକ୍ରମ ସମ୍ପର୍କରେ ତାଲିମ ପ୍ରଦାନ ସାଙ୍ଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାରେ ହୋଇଥିବା ବିକାଶ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା ।

ଏହି ତାଲିମ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦନୀ ଦେବୀ, ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗିତାଞ୍ଜଳୀ ଦେବୀ ସାଙ୍ଗକୁ ସାନଖେମୁଣ୍ଡି ବ୍ଲକର ଡିଜିଟାଲ ସେକ୍ରେଟାରୀ ଅମିତ ସାହୁ, ଧରାକୋଟ ବ୍ଲକ ଡିଜିଟାଲ ସେକ୍ରେଟାରୀ ସନାତନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.