BJP Women's Front State President's press conference in AskaBJP Women's Front State President's press conference in Aska

ଆସିକା,୧୨/୧୦ (ଶୁଣାକଥା) ମନୋଜ କୁମାର ନାୟକ : ଆସିକା ସହର କଳିଙ୍ଗରୋଡ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଆଜି ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡଃ.ଐଶର୍ଯ୍ୟା ବିଶ୍ୱାଳଙ୍କ ଖବରଦାତା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଘୁମୁସର ଜ଼ିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀରାବାଈ ଦେଓ ସଂଯୋଜ଼ନା କରିଥିବା ବେଳେ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡଃ.ଐଶର୍ଯ୍ୟା ବିଶ୍ୱାଳଙ୍କ ପ୍ରଥମ ଗସ୍ତ ହୋଇଥିବାରୁ ଖୁବ ଖୁସି ବ୍ୟକ୍ତି କରିଥିଲେ । ରାଜନୈତିକ କ୍ଷେତ୍ରରେ ମହିଳା ମାନେ ଆଗକୁ ଆସି ନିଜ ଅଧିକାର ସାବ୍ୟସ୍ତ ସାଙ୍ଗକୁ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି ଭୁରୀ ପ୍ରଶଂସା କରିଥିଲେ । ସେପଟେ ଓଡିଶାରେ ନାରୀ ନିର୍ଯ୍ୟାତନା ଓ ମହିଳା ଅସୁରକ୍ଷିତ ବଢିଥିବା ଘଟଣାକୁ ତିବ୍ର ନିନ୍ଦା କରିଥିଲେ ।

ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ପାର୍ଲାମେଣ୍ଟରେ ପାରିତ ହୋଇଯାଇଛି । ନରେନ୍ଦ୍ର ମୋଦୀ ସରକାରଙ୍କ ଏହି ଐତିହାସିକ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଖବରଦାତା ସମ୍ମିଳନୀରେ ପ୍ରଶଂସା କରାଯାଇଥିଲା । ଏହା ସହିତ ମହିଳା ମାନଙ୍କ ପାଇଁ ରାଜନୈତିକ କ୍ଷେତ୍ରରେ ବାଟ ଫିଟିଥିବା ଡଃ.ଐଶର୍ଯ୍ୟା ବିଶ୍ୱାଳ ପ୍ରତିକ୍ରିୟା ରଖିଥିଲେ ।

ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାଙ୍କ ଉଦ୍ଦେଶ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ମହିଳା ମାନଙ୍କ ଉନ୍ନତି ଓ ବିକାଶ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଯୁଗାନ୍ତମୁଳକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଓଡିଶା ରାଜ୍ୟରେ ବିଜେଡିର ୨୩ ବର୍ଷ ଶାସନ କାଳରେ ମହିଳା ମାନଙ୍କ ଅବସ୍ଥା ଖରାପ ଦିଗକୁ ଗତି କରିଥିବାକୁ କ୍ଷୋଭ ପ୍ରକାଶ କରିଥିଲେ । ଏଠାରେ ମହିଳା ମାନଙ୍କ ପ୍ରତି ହିଂସା, ମହିଳା ମାନଙ୍କ ପ୍ରତି ଦୁଷ୍କର୍ମ, ଅସୁରକ୍ଷିତକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ମହିଳା ମାନଙ୍କ ସୁରକ୍ଷା ଓ ମହିଳା ମାନଙ୍କ ଉନ୍ନତି କ୍ଷେତ୍ରରେ ବିଜେପି ମହିଳା ମୋର୍ଚ୍ଚା ଆଗକୁ ବଢି ତାର ସମସ୍ତ ପଦକ୍ଷେପ ଗ୍ରହଣ କରିବା ନେଇ ପ୍ରସ୍ତୁତ ରହିଥିବା ଖବରଦାତା ସମ୍ମିଳନୀରେ ସୁଚନା ପ୍ରଦାନ କରାଯାଇଥିଲା ।

ଓଡିଶାରେ ୨୦୨୨-୨୩ ମସିହାରେ ଗୋଟିଏ ବର୍ଷରେ ପ୍ରାୟ ୨୩ ପ୍ରତିଶତ ମହିଳାଙ୍କ ପ୍ରତି ହିଂସା ଘଟଣା ବୃଦ୍ଦି ପାଇଛି । ସାଇବର କ୍ରାଇମରେ ଓଡିଶା ପ୍ରଥମ ସ୍ଥାନ ଅଧିକାର କରିଛି । ମହିଳା ସୁରକ୍ଷା ପାଇଁ ଓଡିଶା ପଛରେ ରହିଥିବା ଭାରତ ବର୍ଷରେ ତୃତୀୟ ସ୍ଥାନରେ ରହିଛି । ସବୁଠୁ ବେଶୀ ଏଠାରେ ନାରୀ ନିର୍ଯ୍ୟାତିତ ହେଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ନିନ୍ଦା ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଚ ଭାରତ ଅଭିଯାନ ରାଜ୍ୟ ସଂଯୋଜକ ମହେଶ ମହାନ୍ତି, ରାଜ୍ୟ କାରିଣୀ ସଦସ୍ୟ ନିଳମଣି ବିଷୋୟୀ, ଜିଲ୍ଲା ସାଧାରଣ ସମ୍ପାଦକ ନାରାୟଣ ବେହେରା, ବରିଷ୍ଠ ସମାଜସେବୀ ଇ.ମାହେଶ୍ୱରୀ ଦୋରା, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଶ୍ୱେତ ଦୋରା, ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ଭଞ୍ଜ, କାଉନସିଲର ରାଘବ ସିଅ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।