Integrated Youth Development Program at Aska Science CollegeIntegrated Youth Development Program at Aska Science College

ଆସିକା,୧୭/୧୧ (ଶୁଣାକଥା ) ମନୋଜ କୁମାର ନାୟକ : ଓଡିଶା ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ଏବଂ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଯୁବ ତଥା କ୍ରୀଡା ମନ୍ତ୍ରାଳୟ ସହଭାଗିତାରେ କ୍ରୀଡା, କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପ୍ରଭୃତିକୁ ଉଜ୍ଜୀବିତ କରିବା ସହ ଯୁବକ, ଯୁବତୀ ମାନଙ୍କ ମଧ୍ୟରେ ପ୍ରେରଣା ଯୋଗାଇବା ପାଇଁ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ଜୀବାନନ୍ଦ ତ୍ରିପାଠୀଙ୍କ ପୈାରହିତ୍ୟରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଯୁକ୍ତ ଦୁଇ ନୋଡାଲ ଅଧିକାରୀ ଡଃ.ସ୍ମିତାରାଣୀ ପଣ୍ଡା, ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରସନ୍ନ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଯୁବ ଓ କ୍ରୀଡା ବ୍ୟାପାର ବିଭାଗ, ଓଡିଶା ସରକାରଙ୍କ ଏଭଳି ପଦକ୍ଷେପକୁ ବିଧାୟିକା ସ୍ୱାଗତ କରି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଯୁବକ ମାନେ ଏହି ଦେଶର ଭବିଷ୍ୟତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କୁ ସମାଜରେ ପ୍ରତିଷ୍ଠିତ କରାଇବା ମୁଖ୍ୟ ଲକ୍ଷ୍ୟ ରହିଥିବା ସୂଚନା ପ୍ରଦାନ କରାଯାଇଥିଲା ।

ସେହିଭଳି ସାହିତ୍ୟ, କଳା, ସଂସ୍କୃତି, କ୍ଷୁଦ୍ର ଚଳଚ୍ଚିତ୍ର, ଓଡିଶୀ, ଚମ୍ପୁ ଏବଂ ସମ୍ବଲପୁରୀ, ଚଢେୟା ଆଦି ଲୋକନୃତ୍ୟୁକୁ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଠାରୁ ଆରମ୍ଭ ରାଜ୍ୟର ସମସ୍ତ ଲୋକ କଳାକୁ ଆଗକୁ ନେବା ପାଇଁ ଯୁବ ଗୋଷ୍ଠୀଙ୍କ ଠାରେ ଦକ୍ଷତାର ଅଭାବ ନଥିବା ବେଳେ ସେମାନଙ୍କୁ ପ୍ରେରଣା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଏଭଳି ଅଭିନବକୁ ମହାବିଦ୍ୟାଳୟ ପକ୍ଷରୁ ସାଧୁବାଦ ଜଣାଯାଇଥିଲା । ଓଡିଶାକୁ ସମୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଖୁବ ଉତମ ବିଚାର ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୁକ୍ତ ତିନିି ନୋଡାଲ ଅଧିକାରୀ ବସନ୍ତ କୁମାର ଆଚାରୀ, ଅଧ୍ୟାପକ ରାଜେଶ କୁମାର ସାହୁ, ଡଃ.ଅଜିତ କୁମାର ମୁନୀ, ଡଃ.ଅଭୟ କେଶରୀ ପରିଛା ପଟ୍ଟନାୟକ, ବିଘ୍ନରାଜ ପାଢୀ, ସେଇଲ କୁମାରୀ ଝା, ସାରଥୀ ଗମାଙ୍ଗ, ପ୍ରିୟବ୍ରତ ପ୍ରଧାନ, ଡଃ.ନନ୍ଦିତା ଦାଶ, ଡଃ.ଜିନିତ ସବା, ଚିତ୍ରସେନ ବେହେରା, ଡଃ.ସଶ୍ମିତା ପାତ୍ର, ସାଲ କୁମାରୀ ସ୍ୱାମୀ, ପ୍ରଫେସର ଜନାର୍ଦ୍ଧନ ସାହୁ, ଶୁଭେନ୍ଦୁ କୁମାର ରଥ, ପବିତ୍ର ଧଙ୍ଗଡ ମାଝୀ, ମିନତୀ ବେହେରା, ସନାତନ ପାଢୀ, ରାଜେନ୍ଦ୍ର ଗୈାଡ, ରଶ୍ମିପ୍ରୀୟା କଲୋ, ପଦ୍ମାବତୀ ମଲ୍ଲିକ, ଦୟାନିଧୀ ବଡରଇତ ସାଙ୍ଗକୁ ସମସ୍ତ ଅଧ୍ୟାପକ, ମୁଖ୍ୟ କିରାଣୀ ବିଜୟ କୁମାର ନାୟକ, ହିସାବ ରକ୍ଷିକା ସବିତା ପାଢୀ ଏବଂ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ୩୧ ତାରିଖ ଦିନ ଉଦଯାପିତ ହେବ ।