Blood donation camp organized by BJd at Aska Technical High SchoolBlood donation camp organized by BJd at Aska Technical High School

ଆସିକା,୧୮/୧୧ (ଶୁଣାକଥା) ମନୋଜ କୁମାର ନାୟକ : ରାଜ୍ୟବାସୀଙ୍କ କଲ୍ୟାଣ ଉଦ୍ଧେଶ୍ୟରେ ରାଜ୍ୟବ୍ୟାପୀ ରକ୍ତଦାନ ଅଭିଯାନ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । । ଓଡିଶା ମୋ ପରିବାର ଆନୁକୂଲ୍ୟରେ ଆସିକା ନିର୍ବାଚନ ମଣ୍ଡଳୀ ଖାରିଆ ପଚାଂୟତ ଅନ୍ତର୍ଗତ କଲେଜ ଛକ ସ୍ଥିତ ଟେକନିକାଲ ହାଇସ୍କୁଲ ଠାରେ ସ୍ୱେଚ୍ଚାସେବୀ ରକ୍ତ ଦାନ ଶିବିର ଆସିକା ବିଜେଡି ପକ୍ଷରୁ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଅତିଥି ଭାବେ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣା ଶିବିର ଠାର ପହଁଚି କାର୍ଯ୍ୟକ୍ରମକୁ ଆଗକୁ ବଢାଇଥିଲେ ।

ଅସମୟରେ ଅନେକ ବ୍ୟକ୍ତି ରକ୍ତ ଜନିତ ଅଭାବ ଯୋଗୁଁ ମୃତ୍ୟୁ ଭଳି ଭୟାନକ ସ୍ଥିତିକୁ ସାମନା କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଜୀବନ ବିନ୍ଦୁ ଭଳି ଅଭିଯାନକୁ ଆରମ୍ଭ କରିଛନ୍ତି । ଏହା ଏକ ଶୁଭ ଦାୟକ ପଦକ୍ଷେପ ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।

ବ୍ରହ୍ମପୁର ବ୍ଲଡ ବ୍ୟାଙ୍କ କର୍ମକର୍ତା ମାନେ ଶିବିରକୁ ପରିଚାଳନା କରିଥିବା ବେଳେ ମୋଟ ୧୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରରେ ଯୁବକ ଗୋଷ୍ଠିଙ୍କ ଉଦ୍ୟମ ଯୋଗୁଁ ଶିବିର ସୁଚାରୁ ରୁପେ ପରିଚାଳିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଧାୟିକା ମଞ୍ଜୁଳା ସ୍ୱାଇଁ, ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣା, ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଭଗବାନସାହୁ, ଜିଲ୍ଲା ଉପସଭାପତି ଦିଲ୍ଲି୍‌୍‌ପ କୁମାର ପାଣିଗ୍ରାହି, ବରିଷ୍ଠ ବିଜେଡି ନେତା ଅଭିମନ୍ୟୁ ନାହକ, ଖାରିଆ ସରପଚଂ ଜୟନ୍ତି ସାହୁ, ସମିତି ସଭ୍ୟା ସୈାଦାମିନୀ ନାହକ, ବ୍ଲକ ଉପାଧ୍ୟକ୍ଷା ଏସ.ରେଶମ ଦୋରା, ଯୁବ ବିଜେଡି ନେତା ଶିବ ନାହକ, ପୂର୍ବତନ ସରପଚଂ ସନିଳା ବେହେରା, ଜିଲ୍ଲା ପରିଷଦ ବି.ମନୋଜ କୁମାର ଦୋରା, ଯୁବ ନେତା ବିଜୟ ନାହକ, ସମିତିସଭ୍ୟ ଭରତ ନାହକ, ପ୍ରସନ୍ନ ପ୍ରଧାନ, ବ୍ଲକ ବିଜେଡି ସଭାପତି ରାଜେଶ ପଟଟ୍ଟନାୟକ, ସୂର୍ଯ୍ୟକାନ୍ତ ପରିାଡା, ବିରଷ୍ଠ ନେତା ଏମ.ତାରିଣୀ ସେନାପତି, ସନ୍ତୋଷ ପୋଲାଇ ପ୍ରମୁଖ ଯୋଗ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ପ୍ରତାପ ଚନ୍ଦ୍ର ପ୍ରଧାନ, ସୁକାନ୍ତ ସାହୁ, ଜିତେନ୍ଦ୍ର ମହାରଣା, ବିମଳ ପ୍ରଧାନ, ନିଗମ ରାଉତ, ଶଙ୍କର ସେଠି, ନାରାୟଣ ଡାକୁଆ, ସାଇରାଜ ଦଳାଇ, ଶଙ୍କର ପାଳ, ଶ୍ୱେତ ବସନ୍ତ ଲେଙ୍କା, ସାଗର ପାତ୍ର, ଟୁକୁନା ନାହକ, ଆକାଶ ସ୍ୱାଇଁ, ସୁମନ୍ତ ପାତ୍ର, ଅନନ୍ତ ଭଞ୍ଜ, କିଶୋର ପ୍ରଧାନ, କରିଣ ଭୂୟାଁ, ସମିର ବେହେରା, ସରପଚଂ ଜୟନ୍ତି ବେହେରା, ଶିବ ଶଙ୍କର ମହାନ୍ତି, ଦ୍ୱାରିକା ପରିଡା, ସଞ୍ଜୟ ଜେନା, ରଞ୍ଜନ ପ୍ରଧାନ, ଟୁକୁନା ବିଷୋୟୀ, ନିଳାଚଂଳ ମଣ୍ଡଳ , ବ୍ରଜ ମଲ୍ଲିକ, ଗଣେଶ ଆଚାର୍ଯ୍ୟ, ଜଗନ୍ନାଥ ରେଡି, ତ୍ରିନାଥ ବେହେରା ପ୍ରମୁଖ ଯୋଗ ଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।