Public Aggression Block Rounding Program by Aska BJPPublic Aggression Block Rounding Program by Aska BJP

ଆସିକା,୧୮/୧୧ (ଶୁଣାକଥା)ମନୋଜ କୁମାର ନାୟକ : ଆସିକା ବିଜେପି ପକ୍ଷରୁ ଆଜି ଜନ ଆକ୍ରୋଶ ବ୍ଲକ ଘେରାଉ କରାଯାଇ ବିଡିଓ ଫକୀର ଚରଣ ପରିଡାଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ବିଭିନ୍ନ ଉନ୍ନୟନ ମୂଳକ କାମରେ ଦୁର୍ନୀତି ଓ ଅନିୟମିତତାର ପ୍ରତିବାଦ କରାଯାଇ ବିଜେପି ଆସିକା ଶାଖା ପକ୍ଷରୁ ବ୍ଲକ ଘେରାଉ କାର୍ଯ୍ୟକ୍ରମ କରାଯାଇଛି ।

ଆସିକା ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବରାଜ ମହାନ୍ତିଙ୍କ ନେତୃତ୍ୱରେ ଶହସ୍ରାଧୀକ ବିଜେପି ଏକାଠି ହୋଇ ଆସିକା ସହର କଳିଙ୍ଗ ରୋଡ ସ୍ଥିତ ରାଜସ୍ୱ ବଙ୍ଗଳା ଠାରୁ ବାହାରି ଏକ ଶୋଭାଯାତ୍ରାରେ ଆସିକା ବ୍ଲକ ଠାରେ ପହଁଚି ଥିଲେ । ସେଠାରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବା ସହ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ବିଡିଓ ଫକୀର ଚରଣ ପରିଡାଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ ।

ଏହି ଦାବୀ ପତ୍ରରେ ଆସିକା ବ୍ଲକକୁ ମରୁଡି ଘୋଷଣା ସାଙ୍ଗକୁ ଚାଷୀଙ୍କୁ କ୍ଷତି ପୂରଣ, ଚାଷ ଜମିକୁ ଜଳ ଯୋଗାଣ ବ୍ୟବସ୍ଥା, ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଏବଂ ବାର୍ଦ୍ଧକ୍ୟ ଭତା ପ୍ରଦାନ, ଆମ ଓଡିଶା ନବୀନ ଓଡିଶା ଯୋଜନାରେ ବଂଟା ଯାଉଥିବା ଅର୍ଥକୁ ପଲ୍ଲୀ ସଭା ଏବଂ ଗ୍ରାମ ସଭା ଜରିଆରେ ବଂଟନ, ବ୍ଲକର ସମସ୍ତ ମେଡିକାଲରେ ଚବିଶି ଘଟିଂଆ ଡାକ୍ତର ସେବା ପ୍ରଦାନ, ଜବ କାର୍ଡ ଦୁର୍ନିତି ବନ୍ଦ ସହ ଆସିକା ବ୍ଲକର ସମସ୍ତ ସ୍କୁଲରେ ଉପଯୁକ୍ତ ଶିକ୍ଷକ ଯୋଗାଇ ଦେବାକୁ ଉଲ୍ଲେଖ ରହିଥିଲା ।

ଏହି ଅବସରରେ ବ୍ଲକ ସମ୍ମୁଖରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି ସଭାରେ ଓଡିଶାରେ ଚାଲିଥିବା ଦୁର୍ନିତୀ, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ବ୍ଲକ ଘେରାଉ ବେଳେ ଉପସ୍ଥିତ ବିଜେପି କର୍ମକର୍ତା ନିଜ ନିଜ ବକ୍ତବ୍ୟରେ କହିଥିଲେ । ଓଡିଶାରେ ଦିର୍ଘ ୨୩ ବର୍ଷ ଧରି ଚାଲିଥିବା ବିଜେଡି ସରକାରରେ ଓଡିଆ ଲୋକ ମାନେ ଆଜି ନିର୍ଯ୍ୟାତିତ, ଯୁବକ ମାନେ ପ୍ରତାରିତ, ମହିଳା ମାନେ ଅସୁରକ୍ଷିତ । ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନିତୀରେ ବୁଡି ରହିଥିବା ଏହି ସରକାର ଆଜି ଅଣଓଡିଆ ଅଫିସର, ଠିକାଦାର, ବ୍ୟବସାୟୀ ମଧୁଚନ୍ଦ୍ରିକାରେ ଲିପ୍ତ ବୋଲି ଅଭିଯୋଗ କରାଯାଇଥିଲା ।

ଏବେ ଲ’ ଲେସନେସର ଶିକାର ହୋଇ ଆମ ଶାନ୍ତିପ୍ରିୟ ଓଡିଶା ଏବେ ଅଶାନ୍ତ । ଦୁର୍ନିତୀ, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସାଧାରଣ ଓଡିଆ ଲୋକ ମାନେ ଆଜି ଅଣନିଶ୍ୱାସୀ ହୋଇଥିବା ବିଜେପି ପକ୍ଷରୁ ନିନ୍ଦା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଆସିକା ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଦେବରାଜ ମହାନ୍ତି, ପୂର୍ବତନ ବିଧାୟକ ସରୋଜ କୁମାର ପାଢୀ, ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ନାରାୟଣ ବେହେରା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୂର୍ଯ୍ୟନାରାୟଣ ଦାଶ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ପଣ୍ଡା, ବରିଷ୍ଠ ବିଜେପି ନେତା ମହେଶ ମହାନ୍ତି, ସାନଖେମୁଣ୍ଡି ପ୍ରଭାରୀ ଦୁର୍ଗା ଚରଣ ପଟ୍ଟନାୟକ, ଆସିକା ଏନଏସି ପୂର୍ବତନ ନଗରପାଳିକା ମଧୁସ୍ମିତା ପୋଲାଇ, ବିଜେପି ନେତା ଉମାଚରନ ପ୍ରଧାନ, ପୂର୍ବତନ କାଉନସିଲର ରବିନ୍ଦ୍ର କୁମାର ପୋଲାଇ, କାଉନସିଲର ସରୋଜ ଭଞ୍ଜ, ରାଘବ ସିଅ, ବିଜେପି ନେତା ପ୍ରଶାନ୍ତ କୁମାର ଚର୍ଚ୍ଚି, ଶରତ ସ୍ୱାଇଁ, ଶ୍ରୀନିବାସ ଭଞ୍ଜ, ହିଞ୍ଜିଳୀ ବିଜେପି ପ୍ରଭାରୀ ଗୋପାଳ ଗୈାଡ, ମଣ୍ଡଳ ସଭାପତି ଦୁର୍ଯ୍ୟୋଧନ ଖଣ୍ଡୁଆଳ, ସୁରସେନ ସାହୁ, ରଞ୍ଜନ ପଣ୍ଡା, ନିରଞ୍ଜନ ସାହୁ ସାଙ୍ଗକୁ ବହୁ କର୍ମକର୍ତା ଓ ପୁରୁଷ ଏବଂ ମହିଳା କର୍ମକର୍ତା ବିକ୍ଷୋଭରେ ସାମିଲ ହୋଇ ପ୍ରତିବାଦ କରିଥିଲେ ।