ଆସିକା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ଏସଏଚଜି ମହିଳାଙ୍କୁ ମିଳିଲା ସିଡ ମନି

0 151

ଆସିକା,୨୩/୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାବନପୁର ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ଦଳକୁ ସିଡ ମନି ପ୍ରଦାନ କରାଯାଇଛି । ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆତ୍ମା ଯୋଜନା ଅଧିନ ବିଭାଗ ପକ୍ଷରୁ ୨୦୨୩-୨୪ ବର୍ଷ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଦଳକୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୧୦ଟି ଏସ.ଏଚ,ଜି ମହିଳା ଦଳକୁ ସିଡ ମନି ପ୍ରଦାନ କରାଯାଇଥିବା ବେଳେ ପ୍ରତି ଏସ.ଏଚ,ଜି ମହିଳା ଦଳକୁ ୧୦ ହଜାର ଟଙ୍କା ଲେଖାଏଁ ବଟଂନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ ଅତିଥି ଭାବେ ଯୋଗ ଦେଇଥିଲେ । ଆସିକା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଆତ୍ମା ଅଧ୍ୟକ୍ଷ ରାଜେଶ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆତ୍ମା ଯୋଜନାରେ ଆଲିପୁର ପଚାଂୟତର ଓମ୍ ମହାଲକ୍ଷ୍ମୀ ନାରାୟଣ, ବାଲିସିରା ପଚାଂୟତର ଦର୍ଶନ, ନିମିନା ପଚାଂୟତର ସତ୍ୟମ, ବାଙ୍ଗରଡା ପଚାଂୟତର ମା ତାରିଣୀ, କାଳଷଣ୍ଡପୁର ପଚାଂୟତର ଗିତାଞ୍ଜଳୀ, ଖଣ୍ଡଦେଉଳୀ ପଚାଂୟତର ସାଇଶକ୍ତି, ବରଗାଁ ପଚାଂୟତର ଶ୍ରୀ ଦୂର୍ଗା, ହରିଡାପଦର ପଚାଂୟତର ହରପ୍ରିୟା, ଖାରିଆ ପଚାଂୟତର ମା ଶାରଳା, ଚଢିଆପଲ୍ଲୀ ପଚାଂୟତର ତାରାତାରିଣୀ ପ୍ରମୁଖ ମହିଳା ଏସଏଚଜି ଦଳ ଆତ୍ମା ଯୋଜନାରେ ସାମିଲ ହୋଇ ସିଡି ମନି ଜରିଆରେ କୃଷି କ୍ଷେତ୍ରରେ ଅଗ୍ରଗତି ସହ କୃଷି ଅର୍ଥନୀତିକୁ ସୁଦୃଢ କରିବା ଏବଂ ବିକାଶର ସାଥୀ ହେବା ପାଇଁ ଆହ୍ୱାନ ଦିଆଯାଇଥଲା ।

ଆସିକା ବ୍ଲକ କୃଷି ଅଧିକାରୀ ବାସୁଦେବ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସହକାରୀ କୃଷି ଅଧିକାରୀ ଶୁଭ୍ରତା ମିଶ୍ର ଉପସ୍ଥିତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆସିକା ବ୍ଲକର ସମସ୍ତ କ୍ଷେତ୍ର କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.