ଆସିକା,୧୦/୩ (ଶୁଣାକଥା) ମନୋଜ କୁମାର ନାୟକ : ମହିଳା ଓ ଶିଶୁ ନିର୍ଯ୍ୟାତନା କେନ୍ଦ୍ର କରି ଆଜି ପଶ୍ମିମ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଦଳ ପକ୍ଷରୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଓ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ପଶ୍ଚିମ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଦଳ ସଭାପତି ରବିନ୍ଦ୍ର ନାଥ ଶର୍ମାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଆସିକା ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମା, ଗଞ୍ଜାମ ଜିଲ୍ଲା ପ୍ରଦେଶ କଂଗ୍ରେସ କମିଟି ଦଳ ପ୍ରଭାରୀ ବିଜୟ କୁମାର ପ୍ରଧାନ, ଆସିକା କଂଗ୍ରେସ ବିଧାୟିକା ପ୍ରାର୍ଥୀ ସୁରଭି ବିଷୋୟୀ, ଆସିକା କଂଗ୍ରେସ ମହିଳା ନେତ୍ରୀ ସୁଦିପ୍ତା ଦାଶ, ଭଞ୍ଜନଗର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ସଞ୍ଜୟ କୁମାର ମଣ୍ଡଳ, ପୋଲସରା ବିଧାୟକ ପ୍ରାର୍ଥୀ ଅଗସ୍ତି ବରାଡ, ସୋରଡା ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥ, ଖଲ୍ଲିକୋଟ ବିଧାୟକ ପ୍ରାର୍ଥୀ ଚିତ୍ରସେନ ବେହେରା, ହିଞ୍ଜିଳୀକାଟୁ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢୀ, କଂଗ୍ରେସ ନେତୃବୃନ୍ଦ ମନୋରଞ୍ଜନ ଦାସ, ବିକ୍ରମ ପଣ୍ଡା, ପିସିସି ସଦସ୍ୟ ବୁଲା ଜେନା, ସୁବାଷ ଜେନା, ବିଜୟ କୁମାର ସାହୁ, ପଦ୍ମଚରଣ ସାହୁ, ସୁନାରାମ ସାବତ,ବେଗୁନିଆପଡା ବ୍ଲକ କୁମ୍ଭାର ଗାଁ ପଚାଂୟତ ଚନ୍ଦ୍ରମଣି ପ୍ରଧାନ ସମେତ ବହୁ କଂଗ୍ରେସ କର୍ମୀ ଓ ନେତା ଯୋଗ ଦେଇଥିଲେ ।

ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ଭଞ୍ଜନଗର ଭେଜିପୁଟ ସ୍ଥିତ ଶିବ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଁଚି ଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗନ ଦେବା ସହ ହାତରେ ପ୍ଲାକାର୍ଡ ଧରି ଓଡିଶାରେ ମହିଳା ମାନଙ୍କର ଦୟନୀୟ ପରିସ୍ଥିତି ଓ ଅସନ୍ତୋଷକୁ ନେଇ କ୍ଷୋଭ ପ୍ରକାଶ କରାଯାଇଥିଲା । ଏଠି ନରେନ୍ଦ୍ର ମୋଦି ଓ ମୋହନ ସରକାରରେ ମହିଳା ଅତ୍ୟାଚାର ସୀମାଲଘଂନ କଲାଣି । ମାତ୍ର ସରକାର ନିଷ୍କ୍ରିୟ ଓ ନିର୍ଦୟ ହୋଇ ବସିଛି । ପୂର୍ବ ସରକାର ସମୟରେ ବିଜେପି ଦଳ ପକ୍ଷରୁ ମହିଳା ଅତ୍ୟାଚାର ପ୍ରସଙ୍ଗରେ ରାଜ ରାସ୍ତାରେ ଚିତ୍କାର କରାଯାଉଥିଲା । କିନ୍ତୁ କ୍ଷମତାସୀନ ହେଲା ପରେ ମହିଳା ମାନଙ୍କର ନିର୍ଯ୍ୟାତନା ପ୍ରସଙ୍ଗକୁ ବିଜେପି ଅଣଦେଖା କରୁଛି କାହିଁକି ବୋଲି ପଶ୍ଚିମ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଦଳ ସଭାପତି ରବିନ୍ଦ୍ର ନାଥ ଶର୍ମା ପ୍ରଶ୍ନ ରଖିଥିଲେ ।