Cosmetic eye examination camp for students at BalisiraCosmetic eye examination camp for students at Balisira

ଆସିକା,୨୮/୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ଗୋଷ୍ଠୀ ଶିକ୍ଷା ଅଧିନ ବାଲିସିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଠାରେ ଆଜି ଛାତ୍ରଛାତ୍ରୀ ମାନଙ୍କ ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମ ସମଗ୍ର ଶିକ୍ଷା ଗଞ୍ଜାମ, ଜିଲ୍ଲା ପ୍ରଶାସନ ଗଞ୍ଜାମ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଗଞ୍ଜାମର ମିଳିତ ଆନୁକୂଲ୍ୟରେ ବାଲିସିରା, ନିମିନା, କେନ୍ଦୁପଦର କ୍ଲଷ୍ଟରର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଜିଲ୍ଲା ପରିଷଦ ଜୋନ ନମ୍ବର- ୨ ଅନିମା ପରିଡା, ବାଲିସିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭଞ୍ଜ ବେହେରା, ଆସିକା ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବିଭୂନନ୍ଦନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଏହି ଶିବିରରେ ଚକ୍ଷୁ ସହାୟକ ବିଶେଷଜ୍ଞ ଭାବେ ରମେଶ ଚନ୍ଦ୍ର ଦଳାଇ, ବୃନ୍ଦାବନ ଦଳାଇ, ଭବାନୀ ଶଙ୍କର ପାତ୍ର, ସଞ୍ଜୟ କୁମାର ଲେଙ୍କା ପ୍ରମୁଖ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରିକ୍ଷା କରିଥିଲେ । ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କେ.ଆଶିଷ କୁମାର ପାତ୍ର, ଶିିଶିର କୁମାର ଜେନା କାର୍ଯ୍ୟକ୍ରମରେ ଯୋଗ ଦେଇ ଚକ୍ଷୁ ପରୀକ୍ଷାରେ ସହଯୋଗ କରିଥିଲେ ।

ଏହି ଶିବିରରେ ୨୮୦ ଜଣ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ହୋଇଥିବା ବେଳେ ୧୩୭ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ପ୍ରଦାନ ପାଇଁ ଚିହ୍ନଟ ଏବଂ ୪ ଜଣ ଛାତ୍ରଛାତ୍ରୀଙ୍କୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରିଥିଲେ ।

ଆସିକା ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବିଭୂ ନନ୍ଦନ ପଣ୍ଡା କାର୍ଯ୍ୟକ୍ରମରେ ଚକ୍ଷୁ ସମସ୍ୟା ଓ ତାର ନିରାକରଣ ସମ୍ପର୍କୀତ ବିସ୍ତୃତ ସୂଚନା ଉପରେ ଛାତ୍ରଛାତ୍ରୀଙ୍କୁ ବୁଝାଇବା ସାଙ୍ଗକୁ ସଚେତନତା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବାଲିସିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ରାମନାଥ ପଟ୍ଟନାୟକ, ଗୋଷ୍ଠୀ ସମ୍ଭଳ ଶିକ୍ଷୟତ୍ରୀ ମନ୍ଦାକିନୀ ରଥ, ସିଆରିସିସି ଧୋବା ବେହେରା, ବଂଶୀଧର ପରିଡା, ବିଦ୍ୟାଧର ସାହୁ, ଜଗନ୍ନାଥ ଦାଶ, ଅନ୍ତନିର୍ବେଶୀ ଶିକ୍ଷା ସ୍ୱେଚ୍ଚାସେବୀ ନୃସିଂହ ଲେଙ୍କା, ଶିବ ଶଙ୍କର ପଣ୍ଡା, ଗିତାଞ୍ଜଳୀ ଜେନା, ଅନିଲ କୁମାର ବିଷୋୟୀ, ଫକୀର ମୋହନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆସିକା ସମ୍ଭଳ ଶିକ୍ଷକ ହେମନ୍ତ ନନ୍ଦ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।