ଆସିକାରେ ଜାତୀୟ ବିଜ୍ଞାନ ଦିବସ ପାଳିତ

0 93

ଆସିକା,୨୮/୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ସହର କଳିଙ୍ଗରୋଡ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆଜି ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଛି ।

ଏହି ଉତ୍ସବ ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମୁନୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରଦିପ କୁମାର ରାଉତ, ମୁଖ୍ୟବକ୍ତା ଭାବେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡଃ.ବୃନ୍ଦାବନ ନାହକ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ତାଙ୍କ ବକ୍ତବ୍ୟରେ ଦୈନନ୍ଦିନ ଜୀବନରେ ବିଜ୍ଞାନର ଉପକାରୀତା ସମ୍ପର୍କୀତ ଶିଶୁ ମାନଙ୍କୁ ମାର୍ଗଦର୍ଶନ ଏବଂ ଶିଶୁ ମାନଙ୍କୁ କିପରି ବିଜ୍ଞାନ ସମ୍ପର୍କୀତ ଉତମ ଜ୍ଞାନ ଆହରଣ ସାଙ୍ଗକୁ ନୂତନ ଉଦ୍ଭାବକ ପାଇଁ ପ୍ରତିଷ୍ଠା କରାଯାଇ ପାରିବ ସେନେଇ ପ୍ରେରଣା ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବୈଜ୍ଞାନିକଙ୍କ ଜୀବନ ଆଧାରିତ ବକୃତା, ସାଧାରଣ ଜ୍ଞାନ ଏବଂ ଫଟୋ ଚିତ୍ର ପ୍ରଦର୍ଶନ ଆଦି ପ୍ରତିଯୋଗିତାରେ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ।

ଶେଷରେ ଗୁରୁଜୀ କୃତିବାସ ମହାପାତ୍ରଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ବିଦ୍ୟାଳୟ ଗୁରୁଜୀ ଓ ଗୁରୁମା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.