ଆସିକା ଏନଏସିରେ ୨୪୫ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

0 103

ଆସିକା,୨୮/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ଏନଏସି ପକ୍ଷରୁ ସହରାଚଂଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ ତତ୍ୱାବାଧାନରେ ହୋଇଥିବା ବେଳେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ ସଂଯୋଜନା କରିଥିଲେ ।

ଆସିକାର ଏନଏସିର ମୋଟ ୧୮ଟି ୱାର୍ଡରେ ଥିବା ଯୋଗ୍ୟ ବିବେଚିତ ୨୪୫ ଜଣ ହିତାଧିକାରୀଙ୍କୁ ଆଜି ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଭୂକ୍ତରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଏନଏସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସଭାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ ସଭାପତିତ୍ୱ କରିଥିଲେ ।

ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଯୋଗ ଦେଇ ପ୍ରଦିପ ପ୍ରଜ୍ଜଳନ କରି କାର୍ଯ୍ୟାଦେଶକୁ ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ, ଆସିକା ସାଂସଦ ପ୍ରତିନିଧି ତଥା ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଆନୁକୂଲ୍ୟରେ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଥିବା ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ଅତିଥିଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟାଦେଶକୁ ପାଇବା ପରେ ଗୃହ କାର୍ଯ୍ୟ ଆରମ୍ଭ କରି ଆସନ୍ତା ୪ ମାସ ମଧ୍ୟରେ ଶେଷ କରିଲେ ସରକାରଙ୍କ ପକ୍ଷରୁ ୨୦ ହଜାର ଟଙ୍କା ଓ ୬ ମାସରେ ସାରିଲେ ୧୦ ହଜାର ଟଙ୍କା ଅଧିକ ପ୍ରଦାନ କରାଯିବା ବୋଲି ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ ସୂଚନା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆସିକା ଏନଏସିର ସମସ୍ତ କାଉନସିଲର ଓ କାର୍ଯ୍ୟରତ କର୍ମଚାରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.