Unveiling of the statue of Comrade Late DutiKrishna Panda in JaipurUnveiling of the statue of Comrade Late DutiKrishna Panda in Jaipur

ଆସିକା,୨୫/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀ ପୂର୍ବତନ ସାଂସଦ ତଥା ବିଧାୟକ, ଶ୍ରମିକ ନେତା ସାଥୀ ସ୍ୱର୍ଗତ ଦୂତୀକୃଷ୍ଣ ପଣ୍ଡାଙ୍କ ନିଜ ଜନ୍ମ ମାଟି ଜୟପୁର ଗ୍ରାମ ଗୈାରାଙ୍କ ପାଠାଗାର ପ୍ରାଙ୍ଗଣରେ ଏକ ପ୍ରତିମୂର୍ତି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।

ଏହି ଅବସରରେ ଜାତୀୟ କାର୍ଯ୍ୟ ସମ୍ପାଦକ ମଣ୍ଡଳୀ ସାଥୀ ରାମକୃଷ୍ଣ ପଣ୍ଡା, କମ୍ରେଡ ପ୍ରକାଶ ପାତ୍ର, ସିପିଆଇ ଗଞ୍ଜାମ ଜିଲ୍ଲା ସମ୍ପାଦକ ତଥା କମ୍ରେଡ ପ୍ରକାଶ ପାତ୍ର, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ ଶ୍ରୀହର୍ଷ ରଥ ପ୍ରମୁଖ ଯୋଗ ଦେଇ ପ୍ରତିମୂର୍ତି ଉନ୍ମୋଚନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଧରାକୋ ଜୋନ ସମ୍ପାଦକ ସାଥୀ ବିଦେଶୀ ନାହକ, ଆଖୁ ଚାଷି ନେତା ସାଥୀ ନାରାୟଣ ଜେନା, ନିମନ୍ତ୍ରିତ ଅତିଥି ଭାବେ ବିଜେଡି ଉପସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହି, ବିଜେଡି ନେତା ତଥା ବରିଷ୍ଠ ଆଇନଜୀବୀ ଅନିଲ କୁମାର ପାଣିଗ୍ରାହି, ସିପିଆଇ ସାନଖେମୁଣ୍ଡି ଜୋନ ସମ୍ପାଦକ କୈଳାସ ପାତ୍ର, ଅନନ୍ତ ମହାଙ୍କୁଡ, ସନ୍ୟାସୀ ନାହକ, ପ୍ରଫୁଲ ରାଉତ, ଭଜରାମ ଲେଙ୍କା, ଅଳକନାଥ ମିଶ୍ର, ଚିନିଶିଳ୍ପ ଶ୍ରମିକ ସଂଘ ସମ୍ପାଦକ ଶ୍ରୀପଲ୍ଲୀ ସୁନ୍ଦର ଦାଶ, ଜୟପୁର ଗ୍ରାମର କମ୍ରେଡ ରୁଦ୍ର ପ୍ରସାଦ ଆଚାରୀ, ସୁଜିତ ପୃଷ୍ଟି, କୈଳାସ ପଟ୍ଟନାୟକ ସମେତ ବହୁ ସାଥୀ ଯୋଗ ଦେଇଥିଲେ ।

ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ସ୍ୱର୍ଗତ ଦୂତୀକୃଷ୍ଣ ପଣ୍ଡାଙ୍କ ଦୁଇ ପୁତ୍ର ଅରୁଣ କୁମାର ପଣ୍ଡା, ଅଜୟ କୁମାର ପଣ୍ଡା ଓ ପୂତ୍ର ବଧୁ ଭାଗ୍ୟଲତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଜୟପୁର ଗ୍ରାମ ତଥା ଏହାର ଆଖପାଖ ଅଚଂଳରୁ ବହୁ ସମର୍ଥକ ଯୋଗ ଦେଇ ଥିଲେ ।

ସ୍ୱର୍ଗତ ଦୂତୀକୃଷ୍ଣ ପଣ୍ଡା ଶ୍ରମିକ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବିଶେଷକରି ଆଖୁ ଚାଷି କିପରି ଚାଷ କ୍ଷେତ୍ରରେ ଅଧିକ ଉପାର୍ଜନ କରିବେ ସେନେଇ ଅନେକ ଚେଷ୍ଟା କରିଥିଲେ ବୋଲି ଉପସ୍ଥିତ ଅତିଥି ମାନେ ସ୍ମତିଚାରଣ କରିଥିଲେ ।

ଏହି ଅବସରରେ ଏକ ସଭା କାର୍ଯ୍ୟ ଆସିକା ଜୋନାଲ ସମ୍ପାଦକ ସାଥୀ ରାଜେନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ସନ୍ୟାସି ସାହାଣି ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।