ଆସିକା ତହସିଲ ଅଫିସ ଆଗରେ ଚାଷୀ ସୁରକ୍ଷା ମଞ୍ଚର ଗର୍ଜନ : ବିଭିନ୍ନ ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ

0 116

ଆସିକା,୨/୧ (ଶୁଣାକଥା) ମନୋଜ କୁମାର ନାୟକ : ଚାଷୀ ମାନଙ୍କ ହକ ଦାବୀ ପ୍ରତି ସରକାରଙ୍କ ଉଦାସୀନତା ବିରୁଦ୍ଧରେ ଆସିକା ଚାଷୀ ସୁରକ୍ଷା ମଞ୍ଚ ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ସାଙ୍ଗକୁ ସରକାରଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମ ଆସିକା ଅଞ୍ଚଳ ବିଶିଷ୍ଟ ଚାଷୀ ନେତା ଲଳୀତ କୁମାର ଦାଶଙ୍କ ନେତୃତ୍ୱରେ ହୋଇଥିବା ବେଳେ ୧୭ ଦଫା ସ୍ୱାକ୍ଷର ସମ୍ଭଳୀତ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ସମ୍ମଖରେ ଠାରେ ପହଁଚି ଥିଲା ।

ଆସିକା ଚାଷୀ ସୁରକ୍ଷା ମଞ୍ଚ ନେତା ଲଳିତ ଦାଶଙ୍କ ସଭାପତିତ୍ୱରେ ଏକ ପଥ ପ୍ରାନ୍ତ ସଭାକାର୍ଯ୍ୟ ତହସିଲ ପରିସରରେ ଅନୁଷ୍ଟିତ ହୋଇଥିଲା । ଆସିକା ବ୍ଲକକୁ ମରୁଡି ଗ୍ରସ୍ତ ଅଞ୍ଚଳ ଘୋଷଣା ସାଙ୍ଗକୁ ଗତ ଅଦିନିଆ ବର୍ଷାରେ ଫସଲ କ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ ପାଇଁ ଦାବୀ କରାଯାଇଥିଲା । ବିଧାନ ସଭାରେ ପାରିତ ପ୍ରକାରେ ଧାନ କୁଇଟାଂଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରିବା ପାଇଁ ଦାବୀ ଜୋର ଧରିଥିଲା । ସାର, ବିହନ ଓ କୀଟ ନାଶକ ଔଷଧର ଜିଏସଟି କମାଇବା ଦାବୀକୁ ବିଭିନ୍ନ ସ୍ଲୋଗାନ ଶତାଧିକ ଚାଷୀଙ୍କ ଜରିଆରେ ଉପସ୍ଥାପନ କରାଯାଇଥିଲା ।

ପାରମ୍ପରିକ ଆୟୁବେର୍ଦିକ ଚିକିତ୍ସା ପଦ୍ଧତି ଆଧୁନିକ ସ୍ୱାସ୍ଥ୍ୟ ସେବାକୁ ପ୍ରଭାବୀ କରିଥିବା ବେଳେ ରାଜ୍ୟ ସରକାର ଉତମ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଆୟୁବେର୍ଦିକ ଡାକ୍ତର ନିଯୁକ୍ତିକୁ ପ୍ରାଧାନ୍ୟତ ଦେଇଛନ୍ତି । ହେଲେ ଆସିକା ସହର ଉପକଣ୍ଠରେ ଥିବା ବହୁ ପୁରାତନ ଉତ୍କଳ ଆୟୁବେର୍ଦିକ ସମବାୟ ଫାର୍ମାସିଉଟିକାଲ ଏବେ ଦୁର୍ଦ୍ଧିନରେ ଗତି କରୁଛି ।

ସରକାରଙ୍କ ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ହେବାକୁ ଥିବା ଆସିକା ଉତ୍କଳ ଆୟୁବେର୍ଦିକ ସମବାୟ ଫାର୍ମାସିଷ୍ଟକୁ ପୁନଃରୁଦ୍ଧାର କରିବା ପାଇଁ ଶତାଧିକ କର୍ମଚାରୀ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ ।

ଅଚଂଳ ବାସୀଙ୍କୁ ତ୍ୱରିତ ନ୍ୟାୟ ଓ ସେବା ଯୋଗାଇ ଦେବା ପାଇଁ ସଂଘ ପକ୍ଷରୁ ଦାବୀ କରାଯିବା ପାଇଁ ସରକାରଙ୍କୁ ଚେତାବନୀ ଦିଆଯାଇଥିଲା । ଯଦି ଦାବୀ ପୂରଣରେ ବିଳମ୍ବ ହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋର ଧରିବ ବୋଲି ଚାଷୀ ନେତା ଲଳିତ ଦାଶ ତାଙ୍କର ପ୍ରତିକ୍ରିୟା ରଖିଥିଲେ ।

Leave A Reply

Your email address will not be published.