ଆସିକା ବ୍ଲକରେ ନିଅଣ୍ଟିଆ ବର୍ଷାରେ ଚାଷୀ କୁଳ ହତାଶ

0 219

ଆସିକା,୧୭/୭ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହେତୁ ଖରିଫ ଚାଷ ବିଳମ୍ବ ହୋଇଛି । ତେଣୁ ଚାଷୀ କୁଳ ଚିନ୍ତାରେ ପ୍ରକଟ କରିଛନ୍ତି । ବର୍ତମାନ ଲଘୁଚାପ ଜନିତ ବର୍ଷା ପ୍ରଭାବରେ ସାରା ଜିଲ୍ଲାରେ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି । ଏଥିପାଇଁ ଏକ ସପ୍ତାହ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଏଭଳି ଲାଗି ରହିଲେ ଚାଷ ପାଇଁ ପାଣି ଅଭାବ ରହିବ ନାହିଁ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆସିକା ଅଚଂଳରେ ଯଥେଷ୍ଟ ବର୍ଷା ହୋଇ ନଥିବାରୁ ଚାଷୀ କୁଳ ଏବେ ଚିନ୍ତା ପ୍ରକଟ କରିଛନ୍ତି । କେବେ ଆବଶ୍ୟକ ପରିମାଣର ବର୍ଷା ହେବ ତାକୁ ନେଇ ଚାଷୀ ଆକାଶକୁ ଚାହିଁ ବସିଛନ୍ତି । ଏପର୍ଯ୍ୟନ୍ତ ଯାହା ବର୍ଷା ହୋଇଛି ତାହା ତଳିଆ ଜମିରେ ତଳି ବୁଣା କାମ ପାଇଁ ସୁହାଇଛି । କିନ୍ତୁ ଢେପ ଥିବା ଜମିରେ ଚାଷ କାର୍ଯ୍ୟ ପାଇଁ ସେମିତି ବର୍ଷା ପାଣି ଜମିକୁ ମିଳିନି ।

ଆସିକା ବ୍ଲକରେ ୭୨୧୩ ହେକ୍ଟର ଜମିରେ ଚାଷ କାର୍ଯ୍ୟ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ପ୍ରାୟ ୧୯ କୁଇଟାଂଲ ଦେଶୀ ବିହନ ଓ ୨୫୦ କୁଇଟାଂଲ ହାଇବ୍ରିଡ ବିହନ ଚାଷୀଙ୍କୁ ଦିଆଯାଇଛି । ୭ ଶହ କୁଇଣ୍ଟାଲ ବିହନ ଗଚ୍ଚିତ ରହିଥିବା ଆସିକା କୃଷି କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଜଳବାୟୁର ବ୍ୟାପକ ଅନିୟମିତତା ଯୋଗୁଁ ମୈାସୁମୀ ବର୍ଷା ପରେ ପ୍ରଭାବ ପଡୁଛି । ଯଦ୍ୱାରା ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏହାର ଏକ ବିକଳ ଚିତ୍ର ଆସିକା ଅଚଂଳରେ ଦେଖିବାକୁ ମିଳିଛି ।

ରଜ ସଂକ୍ରାନ୍ତି ପରେ କୃଷକ ଧାନ ବୁଣା ଓ ତଳି ପକା କାର୍ଯ୍ୟ ଆରମ୍ଭ କରିଥିଲେ । ସ୍ୱାଭାବିକ ବର୍ଷା ନ ହେବା ଯୋଗୁଁ ଚାଷୀ କୁଳ ଚିନ୍ତା ପ୍ରକଟ କରିଛନ୍ତି । ଆଷାଢ ମାସ ଶେଷ ହୋଇ ଶ୍ରାବଣ ମାସ ଆସିଥିଲେ ମଧ୍ୟ ଧାନ ତଳି ବର୍ଷା ଅଭାବରୁ ବଢି ପାରୁନାହିଁ । ବର୍ଷା ପାଣି ଅଭାବରେ ତଳିରେ ଘାସ ଉଠିଲାଣି । ଏହା ଚାଷୀ କୁଳକୁ ଅଡୁଆ ପକାଇଛି ।

Leave A Reply

Your email address will not be published.