ବାଇକ ଦୁର୍ଘଟଣାରେ ଆହତ ଯୁବକକୁ ମେଡିକାଲରେ ଭର୍ତ୍ତି କରିଲେ ଗଞ୍ଜାମ ଏସ.ପି

0 421

ଆସିକା,୧୭/୭ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ପାକଲାପଲ୍ଲୀ ଗେଟ ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ଯୁବକ ଶତ୍ରୁଘନ ସାମଲକୁ ଗଞ୍ଜାମ ଏସ.ପି ଜଗମୋହନ ମିନା ଆସିକା ସବଡିଭିଜନ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରିଛନ୍ତି । ଗୁରୁତର ଯୁବକ ଜଣକ ହେଲେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆମ୍ବପୁଆ ପଚାଂୟତ ଏକାଦଶୀ ଗ୍ରାମର ପ୍ରକାଶ ସାମଲଙ୍କ ପୁଅ ଶତ୍ରୁଘ୍ନ ସାମଲ ।

ଶତ୍ରୁଘନ ସାମଲ କୈାଣସି କାର୍ଯ୍ୟରେ ଭଞ୍ଜନଗରକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ଆସିକା ପାକଲାପଲ୍ଲୀ ଛକ ଗେଟ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା କଡରେ ଥିବା ବିଲରେ ପଡି ରହିଥିଲେ ।

ଏତିକି ବେଳେ ସେହି ରାସ୍ତା ଦେଇ ଯାଉଥିବା ବରଗାଁର ଦୁଇ ଜଣ ଯୁବକ ଗୁରୁତର ଥିବା ଶତ୍ରୁଘ୍ନକୁ ଦେଖିଥିଲେ । ସେମାନେ ୧୦୮ କୁ ଫୋନ କରିଥିଲେ । କିନ୍ତୁ ୧୦୮ ଗାଡି ଆସିବାରେ ବିଳମ୍ବ ହୋଇଥିଲା ।

ଏତିକିବେଳେ ଭଞ୍ଜନଗରରୁ ଛତ୍ରପୁରକୁ ଫେରୁଥିବା ଗଞ୍ଜାମ ଏସ.ପି ଜଗମୋହନ ମିନାଙ୍କ ଗାଡିକୁ ଯୁବକ ଦୁଇ ଜଣ ଅଟକାଇ ଥିଲେ । ଗଞ୍ଜାମ ଏସ.ପି ତୁରନ୍ତ ଗୁରୁତର ଯୁବକକୁ ନିଜ ପୋଲିସ ଗାଡିରେ ଆସିକା ସବଡିଭିଜନ ମେଡିକାଲକୁ ଆଣି ଚିକିତ୍ସା କରାଇଥିଲେ ।

ଆସିକା ସବଡିଭିଜନ ମେଡିକାଲରେ କାର୍ଯ୍ୟରତ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.