The 10th Nigamand Cricket Tournament was held at KarnoliThe 10th Nigamand Cricket Tournament was held at Karnoli

ଆସିକା,୨୧/୧୧ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖଣ୍ଡଦେଉଳୀ ପଚାଂୟତ କର୍ଣ୍ଣୋଳୀ ଗ୍ରାମ ନିଗମାନନ୍ଦ ଖେଳ ପଡିଆ ଠାରେ ଆଜି ୧୦ ତମ ନିଗମାନନ୍ଦ କ୍ରିକେଟ ଟୁର୍ଣ୍ଣାମେଟଂ ଅନୁଷ୍ଠିତ ହୋଇଛି । ଏହି ଟୁର୍ଣ୍ଣାମେଟଂରେ ମୁଖ୍ୟ ଅତିଥି ଭାବେ ସରପଚଂ ଆରତୀ ଦେବୀ ସ୍ୱାଇଁ ଯୋଗ ଦେଇ ଉଦଘାଟନ କରିଥିଲେ ।

ଏଥିରେ ମୋଟ ୧୬ଟି କ୍ରିକେଟ ଦଳ ଅଂଶ ଗ୍ରହଣ କରିଥିଲେ । ଆଜିର ଉଦଘାଟନୀ ମ୍ୟାଚରେ ଧରାକୋଟ ମହାକାଲ ଇଲେଭନ କ୍ରିକେଟ କ୍ଲବ ସହିତ ବୁଢାମ୍ବ ବ୍ରଦର୍ସ ଇଲେଭନ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଧରାକୋଟ ମହାକାଲ ଇଲେଭନ କ୍ରିକେଟ ଦଳ ପ୍ରଥମେ ଟସ ଜିତି ଫିଲଡିଙ୍ଗ ଚୟନ କରିଥିଲେ ।

ବୁଢାମ୍ବ ଇଲେଭନ ବ୍ରଦର୍ସ କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ୧୨ ଓଭର ଖେଳି ୯ଟି ୱିକେଟ ପତନରେ ୭୮ ରନ ସଂଗ୍ରହ କରିଥିଲେ । ତାଙ୍କ ବିପକ୍ଷରେ ଧରାକୋଟ ମହାକାଲ ଇଲେଭନ କ୍ରିକେଟ ଦଳ ୧୧.୪ଟି ବଲରେ ୭ଟି ୱିକେଟ ପତନ ହୋଇ ୮୦ ରନ ସଂଗ୍ରହ କରି ବିିଜୟୀ ହାସଲ କରିଥିଲେ ।

ଏହି ମ୍ୟାଚରେ ଅମ୍ପାୟର ଦାୟିତ୍ୱରେ ସୁଜିତ କୁମାର ସ୍ୱାଇଁ, ଶିବରାମ ଗୈାଡ ଦାୟିତ୍ୱ ତୁଲାଇଥିବା ବେଳେ ସ୍କୋରର ଭାବେ ଧନଞ୍ଜୟ ବିଷୋୟୀ ଏବଂ ଧାରାବିବରଣୀରେ ମହାପ୍ରସାଦ ବିଷୋୟୀ ଦାୟିତ୍ୱ ତୁଲାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଖଣ୍ଡଦେଉଳୀ ସରପଚଂ ଆରତୀ ଦେବୀ ସ୍ୱାଇଁ, ସମିତିସଭ୍ୟା ଶାୟନ୍ତା କୁମାରୀ ଦଳାଇ, ବିିଜେଡି ନେତା ଜିତେନ୍ଦ୍ର କୁମାର ବିଷୋୟୀ, ଗ୍ରାମ୍ୟ ପରିଚାଳନା କମିଟି ସଦସ୍ୟ ହାଡୁବନ୍ଧୁ ପାତ୍ର, ରାଜୁ ପାତ୍ର, ନାଏବ ସରପଚଂ ରବିନ୍ଦ୍ର ପ୍ରଧାନ, ଯୁବ ନେତା ପ୍ରଣବ ବିଷୋୟୀ, ଆସିକା ବ୍ଲକ ୟୁଥ ବିଜେଡି ସେକ୍ରେଟାରୀ ଅଶ୍ୱିନୀ କୁମାର ବିଷୋୟୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଉଦଘାଟନୀ ମ୍ୟାଚରେ ନିଗମାନନ୍ଦ କ୍ରିକେଟ କ୍ଲବର ଦିପକ କୁମାର ଭୂୟାଁ, ଅଭିନାଶ ସ୍ୱାଇଁ, ପ୍ରଣବ ସ୍ୱାଇଁ, ଶାନ୍ତନୁ କୁମାର ସ୍ୱାଇଁ, ଅନୁଜ ବିଷୋୟୀ, ଦିନବନ୍ଧୁ ବେହେରା, ସନ୍ତୋଷ ସ୍ୱାଇଁ, ରତ୍ନାକର ଗୈାଡ, ନିଗମାନନ୍ଦ ବିଷୋୟୀ ପ୍ରମୁଖ ମ୍ୟାଚ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିିଲେ ।