ଧରାକୋଟରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର

0 110

ଆସିକା,୧୦/୮ (ମନୋଜ କୁମାର ନାୟକ)– ଗଞ୍ଜାମ ଜିଲ୍ଲା ଧରାକୋଟ ୱାର୍ଡ ନମ୍ବର-୭ ମଝିସାହି ସ୍ଥିତ ଅଙ୍ଗନବାଡି କେନ୍ଦ୍ର ଠାରେ ମାଗଣା ପରଳ ଚକ୍ଷୁ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ବ୍ରହ୍ମପୁର ଏଲ.ଭି.ପ୍ରସାଦ ଚକ୍ଷୁ ଅନୁଷ୍ଠାନ ପକ୍ଷରୁ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସି.ଇ.ସି ଅନିଲ କୁମାର ଦଳେଇ, କୋର୍ଡିନେଟର ସନ୍ତୋଷ, ଭିଜନ ଟେକନିସିଆନ ଦିପ୍ତୀ ପାଢୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ମାଗଣ ଚକ୍ଷୁ ଶିବିରରେ ମୋଟ ୩୮ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ୪ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ୧୪ ଜଣ ଚକ୍ଷୁ ରୋଗୀଙ୍କ ଆଖି ଅସ୍ତ୍ରୋପଚାର ପାଇଁ ଚିହ୍ନଟ ହୋଇଥିଲା । ଦୂର ଦୃଷ୍ଟି ପାଇଁ ୧୯ ଜଣଙ୍କ ପରୀକ୍ଷଣ ପରେ ମାଗାଣାରେ ଚଷମା ପ୍ରଦାନ କରାଯିବ ବୋଲି ସୂଚନା ଦିଆ ଯାଇଥିଲା ।

ଏହି ଶିବିରକୁ ୱାର୍ଡ ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ ଦିଲ୍ଲୀପ ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ହୃଦାନନ୍ଦ ଜେନା ପ୍ରମୁଖ ଶିବିରକୁ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.